ETV Bharat / state

Jagannath Express: ଫୋକସରେ ଜଗନ୍ନାଥ ସଂସ୍କୃତି ପ୍ରଚାର, ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ

author img

By

Published : Nov 26, 2022, 4:51 PM IST

Updated : Nov 26, 2022, 5:18 PM IST

ଆସନ୍ତା ରଥଯାତ୍ରା ପୂର୍ବରୁ ଦେଶରେ ଗଡ଼ିବାକୁ ଯାଇଛି ଜଗନ୍ନାଥ ଏକ୍ସପ୍ରେସ । ଏହି ଟ୍ରେନ ସେବା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

Jagannath Express: ଫୋକସରେ ଜଗନ୍ନାଥ ସଂସ୍କୃତି ପ୍ରଚାର, ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ
Jagannath Express: ଫୋକସରେ ଜଗନ୍ନାଥ ସଂସ୍କୃତି ପ୍ରଚାର, ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ବର: ଖୁବଶୀଘ୍ର ଦେଶରେ ଗଡ଼ିବାକୁ ଯାଉଛି 'ଜଗନ୍ନାଥ ଏକ୍ସପ୍ରେସ' (Jagannath Express) । ଭାରତର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଭାରତ ଗୌରବ ଟ୍ରେନ୍ସ ଯୋଜନାର (Bharat Gaurav Trains ) ଏହା ଏକ ଅଂଶ ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ଏହି ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ

ରଥଯାତ୍ରା ପୂର୍ବରୁ ଜଗନ୍ନାଥ ଏକ୍ସପ୍ରେସ:-

ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଲାଗି କେନ୍ଦ୍ର ରେଳ ମନ୍ତ୍ରଣାଳୟ 'ଜଗନ୍ନାଥ ଏକ୍ସପ୍ରେସ' ଚଳାଚଳ ନେଇ ଲକ୍ଷ୍ୟ ରଖିଛି । ରଥଯାତ୍ରା ପୂର୍ବରୁ ଏହି ଟ୍ରେନ ରାଜ୍ୟ ସମେତ ଦେଶରେ ଗଡିବ । ଯାହାଦ୍ବାରା ବିଶ୍ବର ଅନେକ ପର୍ଯ୍ୟଟକ ଜଗନ୍ନାଥ ସଂସ୍କୃତି ଦ୍ବାରା ଆକୃଷ୍ଟ ହେବେ । ଏହି ଟ୍ରେନରେ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଷୟବସ୍ତୁକୁ ଚିତ୍ରଣ କରିବା ସହିତ ଏହା ମଧ୍ୟରେ ଜଗନ୍ନାଥଙ୍କ ସହିତ ଜଡ଼ିତ ଅନେକ କଥାବସ୍ତୁ ପ୍ରଦର୍ଶିତ ହେବ । ଫଳରେ ଏଥିରେ ଯାତ୍ରା କରୁଥିବା ଟ୍ରେନଯାତ୍ରୀ ଉକ୍ତ କଥାବସ୍ତୁକୁ ଦେଖି ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜାଣିବା ସହିତ ଏଥିପ୍ରତି ଆକୃଷ୍ଟ ହେବେ ।

'ଭାରତ ଗୌରବ ଟ୍ରେନ୍ସ'ର ଏକ ଅଂଶ ଜଗନ୍ନାଥ ଏକ୍ସପ୍ରେସ:-

ଭାରତର କଳା ସଂସ୍କୃତିକୁ ବିଶ୍ବସ୍ତରରେ ପ୍ରଚାର କରିବା ଲାଗି କେନ୍ଦ୍ର ସରକାର ଏକ ଥିମ ବେସ୍‌ଡ ତଥା ବିଷୟବସ୍ତୁ ଆଧାରିତ ଟ୍ରେନ ସେବା ଆରମ୍ଭ କରିଛନ୍ତି (Theme- based Tourist Circuit trains) । ଏହି ଯୋଜନା ମାଧ୍ୟମରେ ଟ୍ରେନ ଗୁଡିକୁ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତକୁ ଆଧାର କରି ଡିଜାଇନ କରାଯିବ । ଏହି ଯୋଜନାର ନାମ ରଖାଯାଇଛି ଭାରତ ଗୌରବ ଟ୍ରେନ୍ (Bharat Gaurav Trains) । ତେବେ ଜଗନ୍ନାଥ ଏକ୍ପପ୍ରେସ ଏହି ଯୋଜନାର ଅନ୍ତର୍ଭୁକ୍ତ । ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି, "ଆଗାମୀ ରଥଯାତ୍ରା ପୂର୍ବରୁ ଭାରତ ଗୌରବ ପ୍ରକଳ୍ପ ଅଧୀନରେ ଆରମ୍ଭ ହେବ ଜଗନ୍ନାଥ ସର୍କିଟ । ଗଡିବ ଜଗନ୍ନାଥ ଏକ୍ସପ୍ରେସ । ଏହାର ଡିଜାଇନ୍ ହୋଇସାରିଛି । ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଏଥିରେ ପ୍ରଦର୍ଶିତ କରାଯିବ ।"

ଜଗନ୍ନାଥ ଏକ୍ସପ୍ରେସରେ ଜଗନ୍ନାଥ ସଂସ୍କୃତିର ପ୍ରଚାର:-

କେନ୍ଦ୍ର ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଭାରତର ବିଭିନ୍ନ ଐତିହାସିକ ସ୍ଥାନ, କଳା ଐତିହ୍ୟ ଗୁଡିକୁ ବିଶ୍ବବାସୀଙ୍କ ନିକଟରେ ପ୍ରଦର୍ଶିତ କରାଯିବ । ଏହାଦ୍ବାରା ଭାରତର କଳା, ଐତିହ୍ୟ ଓ ସଂସ୍କୃତି ବିଷୟରେ ବିଶ୍ବବାସୀ ପରିଚିତ ହେବ । ଏହା ପୂର୍ବରୁ ରେଳ ମନ୍ତ୍ରଣାଳୟ ଭାରତ ଗୌରବ ଟ୍ରେନ୍ସ ଯୋଜନା ମାଧ୍ୟମରେ 'ରାମାୟଣ ଏକ୍ସପ୍ରେସ' ମଧ୍ୟ ଚଳାଚଳ କରୁଛି । ଏବେ ଏଥିରେ ଯୋଡ଼ି ହୋଇଛି ଜଗନ୍ନାଥ ଏକ୍ସପ୍ରେସ । ଏଥିରେ ଯାତ୍ରା କରୁଥିବା ଯାତ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଶାର ଖାଦ୍ୟ, ଭାଷା ଆଦିର ଝଲକ ପାଇପାରିବେ ।

ଖୁବଶୀଘ୍ର ଓଡ଼ିଶାକୁ ଗଡ଼ିବ ବନ୍ଦେ ଭାରତ ଟ୍ରେନ:-

ଜଗନ୍ନାଥ ଏକ୍ପପ୍ରେସ ସହିତ ଓଡ଼ିଶାରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଗଡ଼ିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ସରକାର ପ୍ରସ୍ତାବ ଦେଲେ ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଏଯାଏଁ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି ବୋଲି ସେ କହିଛନ୍ତି ।

ରେଳବାଇକୁ ମିଳିଛି ଗୁରୁତ୍ବ:-

ମୋଦି ସରକାରଙ୍କ ନେତୃତ୍ବରେ ଓଡ଼ିଶାରେ ରେଳ ସେବାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଅଶ୍ବିନୀ । ସେ କହିଛନ୍ତି, "UPA ସମୟରେ ଓଡ଼ିଶାକୁ ବର୍ଷକୁ ମାତ୍ର ୮୦୦ କୋଟି ଟଙ୍କା ମିଳୁଥିଲା । ମୋଦି ସରକାର ଆସିବା ପ୍ରଥମେ ଡବଲ ଓ ତାପରେ ୪ ଗୁଣା ଓ ଏହି ବର୍ଷ ୧୦ ଗୁଣା କରି ୧୦ ହଜାର କୋଟି ଟଙ୍କା ଓଡ଼ିଶାକୁ ଦେଉଛନ୍ତି । ତାହାର ଫଳ ଏବେ ଦେଖିବାକୁ ମିଳୁଛି । ୟୁପିଏ ସରକାରବେଳେ, ଓଡ଼ିଶାରେ ବର୍ଷକୁ ୨୦-୩୦ କିମି ନୂଆ ରେଳ ଲାଇନ ତିଆରି ହେଉଥିଲା । ଗତବର୍ଷ ୧୮୦ କିମି ରେଳ ଲାଇନ୍ ସମ୍ପୂର୍ଣ୍ଣ ହୋଇଛି । ଏବର୍ଷ ବର୍ତ୍ତମାନ ସୁଦ୍ଧା ୨୩୦ କିମି ରେଳ ଲାଇନ୍ ସରିଗଲାଣି, ମାର୍ଚ୍ଚ ସୁଦ୍ଧା ୫୫୦ କିମି ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ମୋଦି ସରକାରରେ ଓଡ଼ିଶାରେ ବର୍ଷକୁ ୨୦-୩୦ କିମି ନୂଆ ରେଳ ଲାଇନ ତିଆରି ହେଉଛି

ସେ ଆହୁରି କହିଛନ୍ତି, "ରାଜ୍ୟରେ ୩୨ ଷ୍ଟେସନର ଉନ୍ନତିକରଣ କାମ ଆଗେଇ ଚାଲିଛି । ଆଉ ୪ଟି ଷ୍ଟେସନର ପ୍ଲାନିଂ ଚାଲିଛି । ପୁରା ଓଡ଼ିଶାର ଯାହା ରେଲୱେ ପ୍ରକଳ୍ପ ବାକି ରହିଛି, ତାକୁ ଆଗେଇ ନେବାକୁ ପଦକ୍ଷେପ ନିଆଯାଇଛି । ଭୁବନେଶ୍ବର ଷ୍ଟେସନର ଡେଭଲମେଣ୍ଟ ତୀବ୍ର ଗତିରେ ଚାଲିଛି । କ୍ୟାମ୍ପ ଅଫିସ୍ ତିଆରି ଚାଲିଛି । କେବଲିଙ୍ଗ ଚାଲିଛି । କାମ ଆରମ୍ଭ ହୋଇସାରିଛି । ପୁରୀ ଷ୍ଟେସନ ଉନ୍ନତିକରଣ କାମ ବି ଆରମ୍ଭ ହୋଇସାରିଛି ।"

ଓଡ଼ିଶାରେ 5G ଇଣ୍ଟରନେଟ ସେବାକୁ ନେଇ ଅଶ୍ବିନୀ କହିଛନ୍ତି, "ଓଡ଼ିଶାରେ ପ୍ରତି ଗାଁକୁ ଡିଜିଟାଲି କନେକ୍ଟ କରିବା ପାଇଁ ମୋଦି ସରକାର ୫ ହଜାର ୬୦୦ କୋଟି ଟଙ୍କା ଦେଇଛନ୍ତି । ଯାହାକି ଏବେ ଇଣ୍ଟରନେଟରୁ ଦୂରରେ ଥିବା ରାଜ୍ୟର ୭ ହଜାର ୫୦୦ ଗ୍ରାମକୁ ଯୋଡ଼ିବ । ଏହାସହ 5G ପର୍ଯ୍ୟାୟରେ ଓଡ଼ିଶାର ବହୁ ସହର ଯୋଡ଼ିହେବ ।"

Last Updated : Nov 26, 2022, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.