ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଡିସେମ୍ବର 1ରୁ କୋରାପୁଟରେ ଇକୋ ରିଟ୍ରିର ଶୁଭାରମ୍ଭ

author img

By

Published : Nov 26, 2022, 12:44 PM IST

Updated : Nov 26, 2022, 3:04 PM IST

କୋରାପୁଟରେ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ । ପାରାଗ୍ଲାଇଣ୍ଡିଂ ଓ ପାରାମୋଟର ମଜା ଉଠାଇବେ ପର୍ଯ୍ୟଟକ । ଅଧିକ ପଢନ୍ତୁ

କୋରାପୁଟର ଗିର୍ଲିମାଳୀରେ ଇକୋ ରିଟ୍ରିଟର ଶୁଭାରମ୍ଭ
କୋରାପୁଟର ଗିର୍ଲିମାଳୀରେ ଇକୋ ରିଟ୍ରିଟର ଶୁଭାରମ୍ଭ

କୋରାପୁଟ: ଦ୍ବିଗୁଣିତ ହେବ ପର୍ଯ୍ୟଟକଙ୍କ ଖୁସି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ । ଆସନ୍ତା ଡିସେମ୍ବର ୧ତାରିଖରୁ ପୁଟସିଲ ଓ ଫୁଲବନ୍ଧ ଗାଁ ମଝିରେ ଥିବା ସୁଉଚ୍ଚ ପର୍ବତ ଗିର୍ଲିମାଳି ଉପରେ ଏକ ବିସ୍ତୀର୍ଣ୍ଣ ସମତଳ ଟାପୁରେ ଇକୋ ରିଟ୍ରିଟ ଆରମ୍ଭ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେସିଂ ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ,‘‘ ଏହି ମନୋରମ ସ୍ଥାନରେ ରାତ୍ରି ଯାପନ କରିବା ପାଇଁ ଉନ୍ନତ ମାନର ଟେଣ୍ଟରେ ରହଣୀର ବ୍ୟବସ୍ଥା କରାଯାଇଛି । ଦେଓମାଳି ପର୍ବତାରୋହଣ ସାଙ୍ଗକୁ ପର୍ଯ୍ୟଟକ ଆଖପାଖ ଅଞ୍ଚଳ ବୁଲି ଦେଖିବାର ସୁଯୋଗ ମଧ୍ୟ ପାଇବେ । ଏହା କୋରାପୁଟ ଅଞ୍ଚଳର ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପାର୍ଜନର ସୁଯୋଗ ଦେବା ସାଙ୍ଗକୁ ପର୍ଯ୍ୟଟକଙ୍କ ପାଇଁ ସୁବିଧା ଓ ସୁଯୋଗ ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Kendrapara firecracker mishap: ଚିକିତ୍ସାଧିନ ଅବସ୍ଥାରେ ବାଣୁଆ ମୃତ

ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି ଯେ, 'ଆସନ୍ତା ଡିସେମ୍ବର ୧ରୁ ଇକୋ ରିଟ୍ରିଟ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ କାମ ଆରମ୍ଭ ହୋଇଯାଇଛି । ପର୍ଯ୍ୟଟକଙ୍କ ପାଇଁ ୨୮ଟି ଟେଣ୍ଟ ରହିଛି, ପାରାଗ୍ଲାଇଣ୍ଡିଂ ଓ ପାରାମୋଟର ବ୍ୟବସ୍ଥା ରହିଛି । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ୟାକେଜ ରହିଛି ଯାହାଦ୍ବାରା ସେମାନେ ଆଖପାଖ ଟୁରିଷ୍ଟ ପ୍ଲେସ ଗୁଡିକୁ ବୁଲି ପାରିବେ । ଇକୋ ରିଟ୍ରିଟରେ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ତଥା ବିଦେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯିବ । ଏହା ମାଧ୍ୟମରେ କୋରାପୁଟର ଆଦିବାସୀ ଜୀବନଧାରା ଓ ପର୍ବତ ମାଳା ମଧ୍ୟରେ ଥିବା କୋରାପୁଟ ଅଞ୍ଚଳର ନୈସର୍ଗିକ ସୌନ୍ଦର୍ଯ୍ୟ ବିଶ୍ୱ ଦରବାରରେ ଆଦୃତ ହୋଇପାରିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତାଲିନା ପ୍ରଧାନୀ ଆଶା ପୋଷଣ କରିଛନ୍ତି'' ।

ତେବେ ଗତବର୍ଷ ପୁଟସିଲ ଇକୋ ରିଟ୍ରିଟର ଯୋଜନା ହୋଇଥିଲା । କିନ୍ତୁ ପରମୁହୁର୍ତ୍ତରେ ଏହା ବାତିଲ ହୋଇଥିଲା । ଫଳରେ ନିରାଶ ହୋଇଥିଲେ ପର୍ଯ୍ୟଟକ । ଏଠାକୁ ଆନନ୍ଦ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବ୍ୟକ୍ତିଙ୍କୁ ଫେରାଇ ଦେବା ଭଳି ସ୍ଥିତିର ପୁଣିଥରେ ପୁନରାବୃତ୍ତି ନ ହେବା ଦିଗରେ ଜିଲ୍ଲା ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated :Nov 26, 2022, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.