Kendrapara firecracker mishap: ଚିକିତ୍ସାଧିନ ଅବସ୍ଥାରେ ବାଣୁଆ ମୃତ

author img

By

Published : Nov 26, 2022, 7:33 AM IST

Updated : Nov 26, 2022, 11:49 AM IST

Kendrapara firecracker mishap

କାର୍ତ୍ତିକେଶ୍ବର ବାଣ ବିସ୍ଫୋରଣ ଘଟଣା । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ବାଣୁଆ । ମୃତକ ହେଲେ ଉଦୟନାଥ ଭୋଇ । ଅଧିକ ପଢନ୍ତୁ

କଟକ: କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣ ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ସୂଚନା । ମୃତକ ଜଣକ ବାଣୁଆ ବୋଲି ଜଣାପଡିଥିବା ବେଳେ ତାଙ୍କ ନାମ ଉଦୟ ଭୋଇ ।

Kendrapara firecracker mishap

ସୂଚନାଅନୁସାରେ, ବାଣ ବିସ୍ଫୋରଣରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । 2ଦିନ ହେବ 3 ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ଗତକାଲି(ଶୁକ୍ରବାର) ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ 10 ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: Archana Nag Case: ଅର୍ଚ୍ଚନା ସମ୍ପର୍କରେ ସବୁ କହିଲେ ଡ୍ରାଇଭର, ଶ୍ରଦ୍ଧାଞ୍ଜଳିଙ୍କୁ ୧୨ଘଣ୍ଟା ଜେରା

ପ୍ରକାଶଯୋଗ୍ୟ ଯେ, ବୁଧବାର ରାତିରେ କାର୍ତ୍ତିକେଶ୍ବର ଭସାଣି ବେଳେ ବାଣ ବିସ୍ଫୋରଣରେ 35ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ସେଥିମଧ୍ୟରୁ 34ଣ ଗୁରୁତର ହେବାରୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଠାରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଶୁକ୍ରବାର ରାତିରେ ବାଣୁଆ ଉଦୟନାଥ ଭୋଇଙ୍କ ମୃତ୍ୟୁ ହୋଇଛି ।

ଇଟିଭି ଭାରତ, କଟକ

Last Updated :Nov 26, 2022, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.