Archana Nag Case: ଅର୍ଚ୍ଚନା ସମ୍ପର୍କରେ ସବୁ କହିଲେ ଡ୍ରାଇଭର, ଶ୍ରଦ୍ଧାଞ୍ଜଳିଙ୍କୁ ୧୨ଘଣ୍ଟା ଜେରା
Published: Nov 25, 2022, 11:00 PM

Archana Nag Case: ଅର୍ଚ୍ଚନା ସମ୍ପର୍କରେ ସବୁ କହିଲେ ଡ୍ରାଇଭର, ଶ୍ରଦ୍ଧାଞ୍ଜଳିଙ୍କୁ ୧୨ଘଣ୍ଟା ଜେରା
Published: Nov 25, 2022, 11:00 PM
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମୁହାଁମୁହିଁ ଜେରା ପରେ ରାତି ୯ଟା ୩୦ରେ ବାହାରିଲେ ଅର୍ଚ୍ଚନାଙ୍କ ଉଭୟ ସହଯୋଗୀ ଶ୍ରଦ୍ଧାଞ୍ଜଳି ଓ ଡ୍ରାଇଭର ଚନ୍ଦନ(ED Grill in Archana Nag Case) । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମୁହାଁମୁହିଁ ଜେରା ପରେ ରାତି ୯ଟା ୩୦ରେ ବାହାରିଲେ ଅର୍ଚ୍ଚନାଙ୍କ ଉଭୟ ସହଯୋଗୀ ଶ୍ରଦ୍ଧାଞ୍ଜଳି ଓ ଡ୍ରାଇଭର ଚନ୍ଦନ । ଦୀର୍ଘ ୨୦ଘଣ୍ଟା ଧରି ଜେରା କରିଥିଲେ ଇଡି ଅଧିକାରୀ(ED Grill in Archana Nag Case)। ଏପରିକି ଶ୍ରଦ୍ଧାଞ୍ଜଳିକୁ ସକାଳ ୯ଟା ୩୦ରୁ ଜେରା ଆରମ୍ଭ ହୋଇଥିଲା। ସେହିଭଳି ଡ୍ରାଇଭର ଚନ୍ଦନକୁ ୧୧ଟାରୁ ଜେରା କରିଥିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ 12 ଘଣ୍ଟା ଜେରା କରାଯାଇଥିବା ବେଳେ, ଚନ୍ଦନଙ୍କୁ ଆଜି 9 ଘଣ୍ଟା ଜେରା କରାଯାଇଛି ।
ବାହାରିବା ସମୟରେ ଚନ୍ଦନ କହିଲେ ଇଡି ଅଧିକାରିଙ୍କୁ ସବୁ କହିଛି। ହେଲେ ଶ୍ରଧାଞ୍ଜଳି ବାହାରକୁ ଆସି ମୁହ ଖୋଲି ନାହାନ୍ତି । ଅର୍ଚ୍ଚନାଙ୍କ ଘର ମାଲିକ ଆସିପାରନ୍ତି ଇଡି ରାଡାରକୁ ଆସି ପାରନ୍ତି। କାରଣ ଅର୍ଚ୍ଚନାଙ୍କ ଘର ପାଇଁ ଜାଗା କିଣାବିକା ବେଳେ, କିପରି ହୋଇଥିଲା ଆର୍ଥିକ କାରବାର ସେନେଇ ଇଡି ଅଧିକାରୀ ଘର ମାଲିକଙ୍କୁ ଟାଣି ପାରନ୍ତି।
ପରବର୍ତ୍ତୀ ପର୍ଯାୟରେ ଜାଗା ବିକିଥିବା ଲୋକକୁ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କାରଣ ଘର ପାଇଁ ସତ୍ୟବିହାରରେ ଜାଗା ଗିଫ୍ଟ ଆକାରରେ କିଏ ଦେଇଥିଲେ ସେ ନେଇ ଇଡି ଖୋଳତାଡ଼ କରିବ। ଏହାକୁ ନେଇ ଜାଗା ମାଲିକଙ୍କୁ ପଚରାଉଚରା କରିବ। କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି, ଯିଏ ଅର୍ଚ୍ଚନାଙ୍କୁ ଘର ପାଇଁ ଜାଗା ଗିଫ୍ଟ ଦେଇଥିଲେ ? ସେନେଇ ଇଡି କରିବ ଛାନଭିନ୍।
