ETV Bharat / state

Odisha Assembly: ଗୃହରେ ଦେଓମାଳି ତାତି, କାହିଁକି ମିଳିନାହିଁ ପର୍ଯ୍ୟଟନ ମାନ୍ୟତା

author img

By

Published : Nov 26, 2022, 1:34 PM IST

Updated : Nov 26, 2022, 2:26 PM IST

ବିଧାନସଭାର ତୃତୀୟ ଦିନ ପ୍ରଶ୍ନକାଳରେ ଉଠିଲା ଦେଓମାଳି ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ପର୍ଯ୍ୟଟନ ବିଭାଗକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

Odisha Assembly
Odisha Assembly

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳରେ ଉଠିଲା ଦେଓମାଳି ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ପର୍ଯ୍ୟଟନ ବିଭାଗକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ପୋଡ଼ିୟମ ନିକଟରେ ଧାରଣାରେ ବସିଥିଲେ ତାରା । ବାଚସ୍ପତି ହସ୍ତକ୍ଷେପ କରି ତାରାଙ୍କ ସହିତ ଆଲୋଚନା କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ପରେ ଧାରଣାରୁ ଉଠିଥିଲେ ବିଧାୟକ ।

Odisha Assembly

ଦେଓମାଳି ପର୍ଯ୍ୟଟନର ବିକାଶ ପାଇଁ ଗତ 25 ବର୍ଷ ଭିତରେ କେତେ ଟଙ୍କା ଖର୍ଚ୍ଚ କରିଛ ? ଦେଓମାଳି ପର୍ବତମାଳାକୁ ସରକାରୀ ପର୍ଯ୍ୟଟନ ମାନ୍ୟତା ନ ଦେବାର କାରଣ କଣ ଏବଂ କିଏ କିଏ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି, ତାହାର ଉତ୍ତର ମାଗିଥିଲେ କଂଗ୍ରେସ ବିଧାୟକ । ଉପକୂଳ ଅଞ୍ଚଳରେ ଯେଉଁ ପରି ବିକାଶ ହେଉଛି କିନ୍ତୁ କୋରାପୁଟର ପର୍ଯ୍ୟଟନ ବିକାଶ ପାଇଁ କଣ କରୁଛ କହି ଅସନ୍ତୋଷ ପ୍ରକାଶ କରିଥିଲେ ତାରା । ସରକାରଙ୍କୁ ତାତ୍ସଲ୍ୟ କରି କୋରାପୁଟର ବିକାଶ ପାଇଁ ମନ୍ତ୍ରୀ ଦୟାକରି ଟଙ୍କା ଟିଏ ନ ଦିଅନ୍ତୁ ବୋଲି କହିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହା ମଧ୍ୟ ପଢନ୍ତୁ-Odisha Assembly: ମେକ ଇନ ଓଡ଼ିଶା ଜରିଆରେ ହେବ ରାଜ୍ୟ ପର୍ଯ୍ୟଟନର ବିକାଶ

ମନ୍ତ୍ରୀଙ୍କ ଉତ୍ତର ରଖି କହିଥିଲେ ଯେ, କୋରାପୁଟ ପର୍ଯ୍ୟଟନର ବିକାଶ କରାଯାଉଛି । ପର୍ଯ୍ୟଟନ କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟବାଦ ନାହିଁ । ନୂଆ ପର୍ଯ୍ୟଟନ ସ୍ଥଳୀର ପ୍ରସ୍ତାବ ଆସିଲେ ଜିଲ୍ଲାପାଳଙ୍କ ଜରିଆରେ ପଦକ୍ଷେପ ନିଆଯିବ । ମନ୍ତ୍ରୀଙ୍କ ଉତ୍ତରର ଶୁଣିବା ପରେ ଅସନ୍ତୋଷ ପ୍ରକାଶ କରି ବାଚସ୍ପତିଙ୍କ ପୋଡିୟମ ତଳେ ବସିଥିଲେ ତାରା । ପର୍ଯ୍ୟଟନ ମନ୍ତ୍ରୀଙ୍କୁ ତାରାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ମୋହନ ମାଝୀ ବୁଝାଇବା ପରେ ତାଙ୍କ ଆସନ ନେଇଥିଲେ ତାରା । ଲକ୍ଷେ ଦେଢ଼ ଲକ୍ଷ ଟଙ୍କାରେ କିପରି ପର୍ଯ୍ୟଟନର ବିକାଶ ହେବ ବୋଲି ଖୋଦ ବିଜେଡିର ବିଧାୟକ ରାଜ କିଶୋର ଦାସ ସନ୍ଦେହ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 26, 2022, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.