ETV Bharat / state

ଫସଲ ଜଗିଥିଲେ, 2 ଚାଷୀଙ୍କୁ ଦଳିଦେଲା ଦନ୍ତା

author img

By ETV Bharat Odisha Team

Published : Dec 4, 2023, 10:25 AM IST

Updated : Dec 4, 2023, 12:45 PM IST

elephant attack
elephant attack

Farmers Killed In Elephant Attack: ପୁଣି ମୁଣ୍ଡ ନେଲା ଦନ୍ତା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରିଓରଡ ପଞ୍ଚାୟତ ଜରିଟାପୁ ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

elephant attack

ଖୋର୍ଦ୍ଧା: ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରିଓରଡ ପଞ୍ଚାୟତ ଜରିଟାପୁ ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକମାନେ ହେଲେ କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି । ଦୁଇ ଚାଷୀ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ସୂଚନା ମୁତାବକ, ଗତକାଲି(ରବିବାର) ରାତିରେ ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମ ନିକଟରେ ୩ ଟି ଜଙ୍ଗଲୀ ହାତୀ ଆତଙ୍କ ଖେଳାଇ ଥିଲେ । ତେବେ ଲୋକେ ଧାନ ଜମିକୁ ସୁରକ୍ଷା ଦେବା ପାଇଁ ଏକାଠି ହେଉଥିବା ବେଳେ ବରିକୋ ଗ୍ରାମର ଲକ୍ଷ୍ମୀଧର ଓ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସାଙ୍ଗ ହୋଇ ଯାଇଥିଲେ ଚାଷ ଜମିକୁ ସୁରକ୍ଷା ଦେବାପାଇଁ । ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ । ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ । ଆଜି ସକାଳୁ ସେମାନଙ୍କ ମୃତଦେହ ଚାଷ ଜମିରେ ଲୋକେ ଠାବ କରିଥିଲେ। ଏନେଇ ଖବର ପାଇ ଟାଙ୍ଗୀ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଲୋକେ ବନ ବିଭାଗର ଅବହେଳାକୁ ଦାୟୀ କରି ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ସୁନ୍ଦରଗଡରେ ଥମୁନି ହାତୀ ଉପଦ୍ରବ, ଯୁବକଙ୍କୁ ଦଳିଦେଲା ଦନ୍ତା

ଏହା ମଧ୍ୟ ପଢନ୍ତୁ - ଯାଜପୁରରେ ହାତୀ ଆତଙ୍କ, ଘଉଡାଇବାକୁ ଯାଇ ଜଣେ ଆହତ

ଦୃତ ଜଙ୍ଗଲ କ୍ଷୟ ସାଙ୍ଗକୁ ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଖାଦ୍ୟର ଅଭାବ ସେମାନଙ୍କୁ ଜନବସତି ଆଡକୁ ଟାଣି ଆଣୁଛି । ବିଶେଷ କରି ବାରମ୍ବାର ଖୋର୍ଦ୍ଧା ଏବଂ ଟାଙ୍ଗି ରେଞ୍ଜରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷର ଜୀବନ ଯାଉଛି । ଗତ କିଛିଦିନ ଧରି ଟାଙ୍ଗି ଅଞ୍ଚଳରେ ଜଙ୍ଗଲୀ ହାତୀ କ୍ଷେତରେ ପାଚିଲା ଧାନ ଫସଲ ନଷ୍ଟ କରୁଛନ୍ତି । ଏନେଇ ହାତୀ କବଳରୁ ନିଜ ଫସଲକୁ ସୁରକ୍ଷା ଦେବାକୁ ଯାଇ ଦୁଇ ଚାଷୀଙ୍କର ଜୀବନ ଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Dec 4, 2023, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.