ETV Bharat / state

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ହକି ବିଶ୍ଵକପର ସଫଳତା

author img

By

Published : Dec 22, 2022, 11:03 PM IST

Dharmendra Pradhan
Dharmendra Pradhan

ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ପୁସ୍ତକ ପ୍ରସ୍ତୁତି ହେବ। NCERT ପୁସ୍ତକରେ ସାମିଲ ହେବ ଓଡିଶା ହକି ବିଶ୍ବକପ ର ସଫଳତା।ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: NCERT ପୁସ୍ତକରେ ସାମିଲ ହେବ ଓଡିଶା ହକି ବିଶ୍ବକପର ସଫଳତା । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ପୁସ୍ତକ ପ୍ରସ୍ତୁତି ହେବ । ଓଡ଼ିଶା ଦୁଇ ଦୁଇଟି ବିଶ୍ଵକପ ଆୟୋଜନ କରିଛି । ଓଡ଼ିଶାର ହକିର ଇତିହାସ, ଦୁଇଟି ବିଶ୍ଵକପ ଆୟୋଜନ ଓ ଏହାଦ୍ବାରା ଭାରତର ଗୌରବ ବୃଦ୍ଧି ସମ୍ପର୍କରେ NCERT ପୁସ୍ତକରେ ଉଲ୍ଲେଖ ହେବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ବ ନେଇଥିବା କଥା କହିଛନ୍ତି ।

ମୋଦୀଙ୍କ ସ୍ବଚ୍ଛ ଭାରତ ଅନୁଯାୟୀ 2ଟି ସ୍ମାର୍ଟ ସିଟି ଭୁବନେଶ୍ବର ଓ ରାଉରକେଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି । ସ୍ବଚ୍ଛତା ପାଇଁ ଏକ ବୃହତ ଜନ ଆନ୍ଦୋଳନ ହେଉ । 2023କୁ ମୋଦିଙ୍କ ଅନୁରୋଧ ଅନୁଯାୟୀ YEAR OF MILLET ପାରିତ ହୋଇଛି । ଏପ୍ରିଲ ମାସରେ G20ର 3ଟି ସବ୍‌ଗୃପର ବୈଠକ ମଧ୍ୟ ହେବ । ଯାହାଦ୍ବାରା ଓଡ଼ିଶାର ପର୍ଯ୍ୟଟନ ଆଦି ବିଷୟରେ ଜଣାଇବା ପାଇଁ ପ୍ରୟାସ ହେବ । ତେବେ ବିଶ୍ଵକପରେ 16ଟି ଦେଶର 16ଟି ଭାଷାର ପ୍ରତିନିଧି ଆସିବେ । ଯେଉଁଠି ଓଡ଼ିଶା କଫି ଟେବୁଲ ବୁକ ଦିଆଯାଉଛି । ଯାହା ଦ୍ବାରା ଓଡ଼ିଶାର ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଷୟରେ ଅବଗତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.