ETV Bharat / state

ଲୋକଙ୍କ ମତ ଆମ ସପକ୍ଷରେ ଅଛି, ଭ୍ରଷ୍ଟାଚାରୀ ବିଜେଡି ସରକାର ଗାଦି ଛାଡିବେ: ମନମୋହନ ସାମଲ

author img

By

Published : Aug 12, 2023, 10:20 PM IST

ବିଜେପି ଏକାକୀ ନିର୍ବାଚନ ଲଢ଼ିବ କହିଲେ ମନମୋହନ
ବିଜେପି ଏକାକୀ ନିର୍ବାଚନ ଲଢ଼ିବ କହିଲେ ମନମୋହନ

ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଲାଗି ରହିଥିବା ଚର୍ଚ୍ଚାକୁ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଖଣ୍ଡନ କରିବା ଦଳୀୟ ନେତାଙ୍କୁ ଆଶ୍ବସ୍ତି କରିଛି । ସେପଟେ ଲୋକଙ୍କ ମତ ଆମ ସପକ୍ଷରେ ଅଛି ଓ ଭ୍ରଷ୍ଟାଚାରୀ ବିଜେଡି ସରକାର ଗାଦି ଛାଡିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ବିଜେପି ଏକାକୀ ନିର୍ବାଚନ ଲଢ଼ିବ କହିଲେ ମନମୋହନ

ଭୁବନେଶ୍ବର: ରାଜ୍ୟରେ ବିଜେଡି ଏବଂ ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଗାମୀ ନିର୍ବାଚନରେ ବିଜେଡି ଓ ବିଜେପି ପୁଣି ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଏନେଇ କଂଗ୍ରେସ ବାରମ୍ବାର ଅଭିଯୋଗ କରୁଥିଲାବେଳେ ଅମିତ ଶାହ ଏବଂ ନବୀନ ପଟ୍ଟନାୟକ ଭେଟଘାଟ ପରଠାରୁ ଦୁଇ ଦଳର ନେତା ଓ କର୍ମୀ ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ । ହେଲେ ଶନିବାର ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଯାହା ଦଳୀୟ ନେତା ଓ କର୍ମୀଙ୍କୁ ଆଶ୍ବସ୍ତି କରିଛି । ସେପଟେ ଲୋକଙ୍କ ମତ ଆମ ସପକ୍ଷରେ ଅଛି ଓ ଭ୍ରଷ୍ଟାଚାରୀ ବିଜେଡି ସରକାର ଗାଦି ଛାଡିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମନମୋହନ ସାମଲ କହିଛନ୍ତି, "କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓ ଆମ ମନରେ ମଧ୍ୟ ସ୍ପଷ୍ଟତା ଅଛି । ବିଜେପିର ଅନ୍ତରୀଣ ସର୍ଭେରେ ଆମେ ଆଗରେ ରହିଛୁ । ଜୁଲାଇ ମାସରେ ଆଗରେ ରହୁଥିଲୁ ଏବଂ ଅଗଷ୍ଟ ମାସରେ ମଧ୍ୟ ଆଗରେ ରହିବୁ । ଲୋକଙ୍କ ମତ ଆମ ସପକ୍ଷରେ ଅଛି । ଆମେ ଷ୍ଟ୍ରେଟେଜିରେ ଅଛୁ, ଆମେ ପରିଶ୍ରମ କରିବୁ । ଭ୍ରଷ୍ଟାଚାରୀ ବିଜେଡି ସରକାର ଏଥର ଗାଦି ଛାଡିବେ । ସବୁ ପଞ୍ଚାୟତରେ ସେମାନଙ୍କର କଚ୍ଚା ଚିଠା ଖୋଲାଯିବ । ଆମେ ସରକାର କରିବୁ । ଅପ୍ରତ୍ୟାଶିତ ସିଟ୍‌ ମିଳିବ ଏବଂ ଓଡ଼ିଶାରେ ବିଜେପିର ସରକାର ଗଠନ କରିବ । ଆଗୁଆ ନିର୍ବାଚନ ଘୋଷଣା ହେଲେ ଆମେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛୁ । ମେଣ୍ଟ ହେବନି ।" ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକାକୀ ଲଢିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଲେ ଓଡ଼ିଶାରେ ଏକାକୀ ଲଢିବୁ, ଅଶ୍ବିନୀ କହିଲେ ରାଜନୀତିରେ ସବୁ ସମ୍ଭବ

ସୂଚନାଯୋଗ୍ୟ, ସଂସଦରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ଅକୁଣ୍ଠ ସହଯୋଗ କରିଛି ବିଜେଡି । ଏହାପରେ ନିକଟରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି । ବିଜେପି ଓ ବିଜେଡି ପରସ୍ପର ମଧ୍ୟରେ କିପରି ଲଢିବେ, ସେନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ ଉଭୟ ଦଳର ନେତା ଓ କର୍ମୀ । ବିରୋଧୀ କଂଗ୍ରେସ ମଧ୍ୟ ଉଭୟ ଦଳର ପୁଣିଥରେ ମେଣ୍ଟ ହେବାକୁ ଯାଉଛି ବୋଲି ଚର୍ଚ୍ଚାକୁ ଶାଣିତ କରିଥିଲା । ହେଲେ ଆଜି ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.