ETV Bharat / state

ପାଣ୍ଡିଆନଙ୍କୁ ପ୍ରଣବଙ୍କ ପ୍ରଶଂସା; ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଉଛନ୍ତି କି ବବି ?

author img

By ETV Bharat Odisha Team

Published : Nov 4, 2023, 8:55 PM IST

ପାଣ୍ଡିଆନଙ୍କୁ ପ୍ରଣବଙ୍କ ପ୍ରଶଂସା; ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଉଛନ୍ତି କି ବବି ?
ପାଣ୍ଡିଆନଙ୍କୁ ପ୍ରଣବଙ୍କ ପ୍ରଶଂସା; ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଉଛନ୍ତି କି ବବି ?

ପ୍ରଣବଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ସୋସିଆଲ ମିଡିଆରେ ପ୍ରଣବ 5ଟି ଓ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ପ୍ରଶଂସା ପଛର କାରଣକୁ ନେଇ ଜୋରଦାର ଆଲୋଚନା । ପରିବର୍ତ୍ତିତ ପରିସ୍ଥିତି ସହ ପ୍ରଣବ ଖାପଖୁଆଉଛନ୍ତି ନା ପାଣ୍ଡିଆନଙ୍କ ଭବିଷ୍ୟତ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ତାହା ସମୟ କହିବ । ଅଧିକ ପଢନ୍ତୁ

ପାଣ୍ଡିଆନଙ୍କୁ ପ୍ରଣବଙ୍କ ପ୍ରଶଂସା; ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଉଛନ୍ତି କି ବବି ?

ଭୁବନେଶ୍ବର: ଦଳ ଭିତରେ କମିବାରେ ଲାଗିଛି କି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଭାବ ? ନା ପରିବର୍ତ୍ତନଶୀଳ ରାଜନୈତିକ ପରିବେଶ ସହ ଖାପଖୁଆଇବାକୁ ଚେଷ୍ଟା କରୁଛନ୍ତି ପ୍ରଣବ । କାରଣ ପ୍ରଣବଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ସୋସିଆଲ ମିଡିଆରେ ପ୍ରଣବ 5ଟି ଓ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ପ୍ରଶଂସା ପଛର କାରଣକୁ ନେଇ ଜୋରଦାର ଆଲୋଚନା । ପରିବର୍ତ୍ତିତ ପରିସ୍ଥିତି ସହ ପ୍ରଣବ ଖାପଖୁଆଉଛନ୍ତି ନା ପାଣ୍ଡିଆନଙ୍କ ଭବିଷ୍ୟତ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ତାହା ସମୟ କହିବ ।

ଅଧିକ ପଢନ୍ତୁ- ଭିକେ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରଣବ, କଟାକ୍ଷ କଲେ ସୁର

ଗତ 1 ତାରିଖରେ କଳାହାଣ୍ଡି ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ ନବୀନ । କାର୍ଯ୍ୟକ୍ରମ ପରେ ନିର୍ଦ୍ଦିଷ୍ଟ କିଛି ସ୍ଥାନକୁ ଯାଇଥିଲେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହା ପରେ ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ‘‘ମୁଁ ଓ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ନିରଞ୍ଜନ ପୂଜାରୀ, ଦିବ୍ୟଶଙ୍କର ମିଶ୍ର, ପ୍ରଣବ ବଳବନ୍ତରାୟ ଓ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହ ଧର୍ମଗଡ ଅନାଥାଶ୍ରମ ପରିଦର୍ଶନ ଏକ ସ୍ଵତନ୍ତ୍ର ଅନୁଭବ । ପିଲାଙ୍କ ମଧ୍ୟରେ ସେତେବେଳର ଉପଜିଲ୍ଲାପାଳ ଭିକେ ପାଣ୍ଡିଆନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ବେଶ ଜଣା ପଡୁଥିଲା ।’’

୨୦୦୨ରେ ଧର୍ମଗଡ ଭଳି ଦୁର୍ଗମ ଅଞ୍ଚଳର ଏହି ଅନାଥାଶ୍ରମ ଏବଂ ଏଠାରେ ରହୁଥିବା ପିଲାଙ୍କ ସଂପୂର୍ଣ୍ଣ ଦାୟିତ୍ଵ ସେ ନେଇଥିଲେ । ଏତେ ବର୍ଷ ହେଲା ପାଣ୍ଡିଆନଙ୍କୁ ସେମାନେ ଭୁଲି ଯାଇ ନାହାନ୍ତି । ପ୍ରଥମ ଧର୍ମଗଡ ଉତ୍ସବ ଆୟୋଜନଠାରୁ ଆରମ୍ଭ କରି ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ପାଣ୍ଡିଆନ ଆଗଭର ହୋଇ କାମ କରିଛନ୍ତି । ଏଥିପାଇଁ କଳାହାଣ୍ଡି ଓ ଧର୍ମଗଡ଼ବାସୀ ତାଙ୍କୁ ସେମାନଙ୍କ ନିଜ ମାଟିର ଜଣେ ଅତ୍ୟନ୍ତ ଶୁଭାକାଂକ୍ଷୀ ଭାବେ ସବୁବେଳେ ମନେ ରଖିବେ ନିଶ୍ଚୟ ।

ଏହି ପୋଷ୍ଟକୁ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହା ପରେ ପୋଷ୍ଟକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପ୍ରଣବ ଏହି ପୋଷ୍ଟ ମାଧ୍ୟମରେ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହାକୁ ନେଇ ବିଜେଡି ଭିତରେ ଓ ବାହାରେ ବିଭିନ୍ନ ଆକଳନ ଆରମ୍ଭ ହୋଇଛି । ପୂର୍ବରୁ ଦଳ ତଥା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଷ୍ଟେଜ ନିକଟରେ ପ୍ରଣବଙ୍କୁ ଦେଖିବାକୁ ମିଳୁଥିଲା । ଷ୍ଟେଜରେ ନେତାଙ୍କୁ ଭିଡା ଭିଡି କରୁଥିବା ନେଇ ସମାଲୋଚିତ ମଧ୍ୟ ହୋଇଥିଲେ । ପରେ ଦଳର ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରଣବଙ୍କ ଫଟୋ ଓ କାର୍ଯ୍ୟକ୍ରମ ସୂଚନା ହଠାତ ବନ୍ଦ ହୋଇଥିଲା । ଦଳୀୟ କାର୍ଯ୍ୟକ୍ରମରେ ଆଗ ପରି ତାଙ୍କର ଉପସ୍ଥିତି ନଥିଲା । ଏମିତି ଗତ ମନ୍ତ୍ରୀମଣ୍ଡଳ ଶପଥ ପାଠ ସମୟରେ ପ୍ରଣବଙ୍କୁ ପଛ ସିଟରେ ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ- ପ୍ରଣବଙ୍କୁ ଦ୍ବାରପାଳ କହିଲା କଂଗ୍ରେସ, କଡା ଜବାବ ଦେଲେ ବିଜେଡି ନେତା

ସେହିପରି ପ୍ରଣବଙ୍କ ପୋଷ୍ଟକୁ ନେଇ ଆଉ ଏକ ବଡ଼ ଚର୍ଚ୍ଚା ହେଉଛି ଯେ, ସ୍ବେଚ୍ଛାକୃତ ଅବସର ନେଇ 5ଟି ଓ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ହୋଇଥିବା ଭିକେ ପାଣ୍ଡିଆନ ପ୍ରତ୍ୟେକ୍ଷ ରାଜନୀତିକୁ ପ୍ରବେଶ କରୁଛନ୍ତି । ଆଉ ଧର୍ମଗଡ଼ ହୋଇପାରେ ତାଙ୍କ କର୍ମ କ୍ଷେତ୍ର । ଏହିଠାରୁ ହିଁ ସେ ଆସନ୍ତା ନିର୍ବାଚନ ପ୍ରାର୍ଥୀ ହୋଇପାରନ୍ତି । ଏଭଳି କିଛି ଚାଲିଛି । ପ୍ରଣବଙ୍କ ପ୍ରଶଂସା ପୋଷ୍ଟ ପଛର ବାର୍ତ୍ତା କଣ ତାହା ସସପେନ୍ସ ଭିତରେ ରହିଛି । ପ୍ରଣବ ନିଜ ମନକୁ ଏହି ପୋଷ୍ଟ କରିଛନ୍ତି ନା ତାଙ୍କୁ କୁହାଯାଇଛି ତାହା ମଧ୍ୟ ଚର୍ଚ୍ଚାରେ ରହିଛି । ପ୍ରଣବଙ୍କ ଜରିଆରେ ଏହି ପୋଷ୍ଟର ଅନେକ ଦିଗ ରହିଛି ।

ପ୍ରଣବଙ୍କ ଏହି ପୋଷ୍ଟକୁ ନେଇ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ଯେ, ସରକାର ଓ ସଂଗଠନ ଅଲଗା ଅଲଗା । ଯେଉଁ ଦଳ ସରକାରରେ ଥାଏ ତାହାର ସଂଗଠନ ମୁଖ୍ୟଙ୍କର ସରକାରଙ୍କ ଉପରେ ପ୍ରଭାବ ଥାଏ । ସରକାର ବି ତାଙ୍କୁ ସମ୍ମାନ ଦିଅନ୍ତି । ଅତୀତରେ ଯେତେବେଳେ ଜନତା ଦଳର ମୁଖ୍ୟ ଅଶୋକ ଦାସ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ । ଅଶୋକ ଦାସଙ୍କୁ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀଙ୍କ ଠାରୁ ଅଧିକ ସମ୍ମାନ ମିଳୁଥିଲା । ଏବେ ସେହିପରି ପଦବୀରେ ଅଛନ୍ତି ତାଙ୍କ ପୁଅ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ସେହିପରି ପରିମାଣର ସମ୍ମାନ ପାଉଥିଲେ । ରାଜ୍ୟ ରାଜନୈତିକ ପୃଷ୍ଠଭୂମିରେ ପ୍ରଣବ ପ୍ରକାଶଙ୍କ ଓଜନ ହ୍ରାସ ପାଇଲା ପରି ଲାଗିଲା । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ହେଲା ।

ଅଧିକ ପଢନ୍ତୁ- ‘ଦଳକୁ ଆହୁରି ସୁଦୃଢ କରିବାକୁ ପଡିବ’

କିଛିଦିନ ସୁପ୍ତ ଭାବେ ରହିବା ପରେ ଗତକାଲି ପ୍ରଣବଙ୍କର ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି । ପୋଷ୍ଟରେ ସେ ୫ଟି ଓ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ହୋଇଥିବା ଭିକେ ପଣ୍ଡିଆନଙ୍କୁ ପ୍ରଶଂସା କରି ଲେଖିଛନ୍ତି । ପ୍ରଶାସନିକ ବ୍ୟବସ୍ଥାରେ ଭିକେ ପଣ୍ଡିଆନ ବର୍ତ୍ତମାନ ଆଉ ବରିଷ୍ଠ ପ୍ରଶାସକ ହୋଇନାହାନ୍ତି । ବର୍ତ୍ତମାନ ସ୍ବତନ୍ତ୍ର ସରକାରୀ ବ୍ୟବସ୍ଥାର ସେ ଅଧ୍ୟକ୍ଷ ହୋଇଛନ୍ତି । ଏହି ପ୍ରଶଂସାର ଗୋଟିଏ କଥା ଲାଗୁଛି ଯେ, ରାଜନୈତିକ ଅଙ୍କ ପରିବର୍ତ୍ତନ ହୋଇଛି । ଏହି ରାଜନୈତିକ ଅଙ୍କକୁ ପ୍ରଣବ ଭଲ ଭାବେ ବୁଝିପାରିଛନ୍ତି । ସେହି ଅନୁସାରେ ସେ ନିଜକୁ ମ୍ୟାନେଜ କରିବାକୁ ଚେଷ୍ଟା କରୁଛନ୍ତି । ନୂଆ ରାଜନୈତିକ ପରିବେଶ ସହିତ ଖାପଖୁଆଇବାକୁ ପ୍ରୟାସ କରୁଛନ୍ତି । ଏହାକୁ ନେଇ ସେ ଖୁସି ରହୁଛନ୍ତି ନା ନାହିଁ ତାହା ଆଗକୁ ଜଣାପଡିବ । ଏହା ତାଙ୍କର ଖାପଖୁଆଇବା ନୋଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.