ETV Bharat / state

ଭିକେ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରଣବ, କଟାକ୍ଷ କଲେ ସୁର

author img

By ETV Bharat Odisha Team

Published : Nov 2, 2023, 5:33 PM IST

ଭି କେ ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେ ବବି, କଟାକ୍ଷ କରିଲେ ସୁର
ଭି କେ ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେ ବବି, କଟାକ୍ଷ କରିଲେ ସୁର

ବବିଙ୍କ ଟ୍ୱିଟକୁ କଟାକ୍ଷ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପାଣ୍ଡିଆନଙ୍କୁ ସରକାରୀ କର୍ମଚାରୀଙ୍କ ଶୁଭେଚ୍ଛା ଘଟଣାକୁ ମଧ୍ୟ ନା ପସନ୍ଦ କଲେ ସୁର । ଅଧିକ ପଢନ୍ତୁ

ଭି କେ ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେ ବବି, କଟାକ୍ଷ କରିଲେ ସୁର

ଭୁବନେଶ୍ୱର: ପାଣ୍ଡିଆନକୁ ପ୍ରଶଂସାରେ ପୋତି ପକାଇଲେ ପ୍ରଣବ ପ୍ରକାଶ ଦାସ । ଯାହାକୁ ନେଇ ପ୍ରଣବଙ୍କୁ ସମାଲୋଚନା କରିଛି କଂଗ୍ରେସ । ଜଣେ ସରକାରୀ ଅଧିକାରୀ ହେଲେ ଏସବୁ କରିବାକୁ ପଡେ ଏଥିରେ ନୂଆ କଣ ବୋଲି ପଚାରି ବବିଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଗତକାଲି(ବୁଧବାର) କଳାହାଣ୍ଡି ଧର୍ମଗଡ଼ରେ ଏକ ଅନାଥାଶ୍ରମ ପରିଦର୍ଶନ ପରେ ଏକ୍ସରେ ଏକ ପୋଷ୍ଟ କରି ତତ୍କାଳୀନ ଉପଜିଲ୍ଲାପାଳ ଭିକେ ପାଣ୍ଡିଆନକୁ ପ୍ରଶଂସାରେ ପୋତି ପକାଇଥିଲେ ।

ସୂଚନା ଥାଉକି, ଗତକାଲି(ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରି ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କରିଥିଲେ । ଏହା ସହ କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଯୋଗଦେବା ସହ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ହେବିୱେଟ ନେତା ଉପସ୍ଥିତ ରହିଥିଲେ । ତେବେ କଳାହାଣ୍ଡି ଧର୍ମଗଡ଼ରେ ଏକ ଅନାଥାଶ୍ରମ ପରିଦର୍ଶନ କରିଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ଏହା ପରେ ସେ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସା କରି ଏକ୍ସରେ ପୋଷ୍ଟ କରିଥିଲେ । ଯାହାକୁ ଗଣମାଧ୍ୟମ ସମ୍ମୁଖରେ ନା ପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

  • ମୁଁ ଓ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଧର୍ମଗଡ଼ ଅନାଥାଶ୍ରମ ପରିଦର୍ଶନ ଏକ ସ୍ଵତନ୍ତ୍ର ଅନୁଭବ। ପିଲାଙ୍କ ମଧ୍ୟରେ ସେତେବେଳର ଉପଜିଲ୍ଲାପାଳ ଶ୍ରୀ ଭିକେ ପାଣ୍ଡିଆନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ବେଶ ଜଣା ପଡୁଥିଲା। ୨୦୦୨ରେ ଧର୍ମଗଡ଼ ଭଳି ଦୁର୍ଗମ ଅଞ୍ଚଳର ଏହି ଅନାଥାଶ୍ରମ ଓ ଏଠାକାର ପିଲାଙ୍କ ସଂପୂର୍ଣ୍ଣ ଦାୟିତ୍ଵ ସେ ନେଇଥିଲେ। pic.twitter.com/MgRppT27kk

    — Pranab Prakash Das (@pranabpdas) November 1, 2023 " class="align-text-top noRightClick twitterSection" data=" ">

ପ୍ରଣବ ପ୍ରକାଶ ଦାଶ ଏକ୍ସରେ ପୋଷ୍ଟ କରିଥିଲେ କି, "ମୁଁ ଓ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଧର୍ମଗଡ଼ ଅନାଥାଶ୍ରମ ପରିଦର୍ଶନ ଏକ ସ୍ଵତନ୍ତ୍ର ଅନୁଭବ । ପିଲାଙ୍କ ମଧ୍ୟରେ ସେତେବେଳର ଉପଜିଲ୍ଲାପାଳ ଶ୍ରୀ ଭିକେ ପାଣ୍ଡିଆନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ବେଶ ଜଣା ପଡୁଥିଲା । ୨୦୦୨ରେ ଧର୍ମଗଡ଼ ଭଳି ଦୁର୍ଗମ ଅଞ୍ଚଳର ଏହି ଅନାଥାଶ୍ରମ ଓ ଏଠାକାର ପିଲାଙ୍କ ସଂପୂର୍ଣ୍ଣ ଦାୟିତ୍ଵ ସେ ନେଇଥିଲେ । " ତେବେ ଏହି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ....ଓଡିଶା ଆସୁନାହାଁନ୍ତି ଜାତୀୟ ନେତା, କେମିତି ଶକ୍ତିଶାଳୀ ହେବ ଓଡିଶା କଂଗ୍ରେସ

ଏହାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି । ବିଧାୟକ ସୁରେଶ ରାଉତରାୟ ଏହାକୁ ବବି ଦାସଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ,"ସରକାରୀ ଅଧିକାରୀ ହେଲେ ଲୋକଙ୍କ ସେବା କରିବାକୁ ପଡେ,ଏଥିରେ ନୂଆ କଣ ? ଭି. କେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ସରକାରୀ କର୍ମଚାରୀ ଥିଲେ । ସରକାରୀ କର୍ମଚାରୀ କାମ ହେଉଛି ସେମାନେ କାମ କରିବା । ଏଥିରେ ଏତେ ପ୍ରଶଂସା କ'ଣ ପାଇଁ । ଖୋର୍ଦ୍ଧାରେ ମଧୁସୂଦନ ପାଢ଼ୀ ଜିଲ୍ଲାପାଳ ଥିଲାବେଳେ 7 ଦିନରେ ଆଟିଆଇ , 10 ଦିନରେ ଏମ୍ସ ସହ ଇନ୍ଫୋସିଟି ପାଇଁ ଜମି ଦିଆଯାଇଥିଲା । ସେ ତ ଏତେ ପ୍ରଚାର କରିନାହାନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ପ୍ରଚାର କରିବାର କ'ଣ ଆବଶ୍ୟକ ?" ବୋଲି କହି କଟାକ୍ଷ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି," ଭିକେ ପାଣ୍ଡିଆନ ଭିଆରଏସ ନେବା ପରେ ନୂତନ ଭାବେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ପ୍ରଦାନ କରିଛିନ୍ତି । ନିଯୁକ୍ତି ପାଇବା ପରେ ସରକାରୀ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ଅତ୍ୟନ୍ତ ଲଜ୍ଜାଜନକ ଚିତ୍ର । ସେମାନେ ହେଲେ ସରକାରୀ କର୍ମଚାରୀ । ସରକାର ଦରମା ଦେଉଛନ୍ତି, ତମେ କାମ କରିବ । ତମର ଶୁଭେଚ୍ଛା ଜଣାଇବା କ'ଣ ଦରକାର ? ସେମାନେ ସରକାରୀ କର୍ମଚାରୀ ନା ରାଜନେତା ?" ବୋଲି ପ୍ରଶ୍ନ କରିଛନ୍ତି ।

ତେବେ ଗତକାଲି ଜିଲ୍ଲାରେ ୬୩ଟି ବସକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ ଏହି ବସ ଏବଂ ପଞ୍ଚାୟତରୁ ବ୍ଲକକୁ ମଧ୍ୟ ଗଢିବ ବସ । ମୁଖ୍ୟମନ୍ତ୍ରୀ ନିଜେ ଲକ୍ଷ୍ମୀ ବସରେ ବସି ବଳରାମପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହା ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ‘ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.