ETV Bharat / state

ଓଡିଶା ଆସୁନାହାଁନ୍ତି ଜାତୀୟ ନେତା, କେମିତି ଶକ୍ତିଶାଳୀ ହେବ ଓଡିଶା କଂଗ୍ରେସ

author img

By ETV Bharat Odisha Team

Published : Nov 2, 2023, 4:53 PM IST

ଓଡିଶା ଆସୁନାହାଁନ୍ତି ଜାତୀୟ ନେତା, କେମିତି ଶକ୍ତିଶାଳୀ ହେବ ଓଡିଶା କଂଗ୍ରେସ
ଓଡିଶା ଆସୁନାହାଁନ୍ତି ଜାତୀୟ ନେତା, କେମିତି ଶକ୍ତିଶାଳୀ ହେବ ଓଡିଶା କଂଗ୍ରେସ

ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କଂଗ୍ରେସର ଏହି ପ୍ରୟାସ ଠିକ ବାଟରେ ଚାଲିଛି ତ? । ଏଭଳି ସମାବେଶକୁ କଂଗ୍ରେସକୁ ଶକ୍ତି ଯୋଗାଇ ପାରିବ ତ ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ 2019 ନିର୍ବାଚନ ପରେ ଗତ 4ବର୍ଷ ଧରି କୌଣସି ଜାତୀୟ ସ୍ତରର ବଡ ନେତା ଓଡିଶା ଆସିନାହାଁନ୍ତି ।

ଓଡିଶା ଆସୁନାହାଁନ୍ତି ଜାତୀୟ ନେତା, କେମିତି ଶକ୍ତିଶାଳୀ ହେବ ଓଡିଶା କଂଗ୍ରେସ

ଭୁବନେଶ୍ବର: ଆଗାମୀ ବିଧାନସଭାରେ କଂଗ୍ରେସର ମିଶନ ସଫଳ ହେବ ତ ? ସାଂଗଠନିକ ଶକ୍ତି ବୃଦ୍ଧି କରି ପାରିବ ତ ଦଳ ? ଶକ୍ତିଶାଳୀ ବିଜେଡି ଗଡକୁ ଭେଦ କରିପାରିବ ତ କଂଗ୍ରେସ ରଣନୀତି ? ପିସିସି ସଭାପତିଙ୍କ ଲକ୍ଷ୍ୟ ହାସଲ ହେବ ତ ? ଶ୍ରୀକ୍ଷେତ୍ର ପୁରୀରେ କଂଗ୍ରେସ ବିଶାଳ ଘଣ୍ଟନାଦ କରିବା ପରେ ଖୋର୍ଦ୍ଧାରେ କରିଛି ବିଶାଳ ସମାବେଶ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କଂଗ୍ରେସର ଏହି ପ୍ରୟାସ ଠିକ ବାଟରେ ଚାଲିଛି ତ ? ଏଭଳି ସମାବେଶକୁ କଂଗ୍ରେସକୁ ଶକ୍ତି ଯୋଗାଇ ପାରିବ ତ ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ 2019 ନିର୍ବାଚନ ପରେ ଗତ 4 ବର୍ଷ ଧରି କୌଣସି ଜାତୀୟ ସ୍ତରର ବଡ ନେତା ଓଡିଶା ଆସିନାହାଁନ୍ତି । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଭଳି ଆଗ ଧାଡିର ନେତା ଓଡିଶା ଆସୁନାହାନ୍ତି । ପ୍ରଶ୍ନ ଉଠୁଛି ଏଆଇସିସିର ଫୋକସରେ ନାହିଁ କି ଓଡିଶା ?

ଅଧିକ ପଢନ୍ତୁ- Assembly Elections Preparations: ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ ତାଲିକା ମାଗିଲେ ପିସିସି ସଭାପତି

ଏହାକୁ ନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି , ‘‘2019 ନିର୍ବାଚନ ପରଠାରୁ ରାହୁଲ ଓ ପ୍ରିୟଙ୍କାଙ୍କ ପରି ବଡ ବଡ ଜାତୀୟ ସ୍ତରର ନେତା ଓଡିଶା ଆସିନାହାଁନ୍ତି । ଆଉ ଓଡିଶାରେ ଲୋକଙ୍କ ମନକୁ ଜିତିବା ଭଳି ପତିଆରା ସମ୍ପନ୍ନ ନେତା ମଧ୍ୟ ଦଳରେ ନାହାନ୍ତି । ଯାହା କଂଗ୍ରେସର ସ୍ଥିତିକୁ ଦୁର୍ବଳ କରୁଛି । ନିକଟରେ ହେବାକୁ ଥିବା 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟରୁ 3ଟି ପ୍ରଦେଶରେ କଂଗ୍ରେସ ସିଧାସଳଖ ବିଜେପି ସହ ଲଢେଇ କରୁଛି । କାରଣ ସେହି ରାଜ୍ୟ ଗୁଡିକରେ ସ୍ଥାନୀୟ ନେତାମାନେ ସଠିକ ପ୍ରସଙ୍ଗକୁ ଧରି ବିଜେପି ବିରୋଧରେ ଲଢୁଛନ୍ତି । ନ୍ୟାସନାଲ ନ୍ୟାରେଟିଭକୁ ରାଜ୍ୟରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି । କିନ୍ତୁ ଓଡ଼ିଶାରେ ଏମିତି କେହି କଂଗ୍ରେସ ନେତା ନାହାନ୍ତି ଯାହାର କି ପତିଆରା ରହିଛି । ଲୋକଙ୍କ ପାଖରେ ନ୍ୟାସନାଲ ନ୍ୟାରେଟିଭ ପହଞ୍ଚାଇବାକୁ ହେଲେ କେନ୍ଦ୍ରୀୟ ନେତାଙ୍କୁ ଓଡିଶା ଆସିବାକୁ ପଡିବ ।’’

ସେହିପରି ରବି ଦାସ କହିଛନ୍ତି, ‘‘କଂଗ୍ରେସ ପୁରୀରୁ ବିଶାଳ ସମାବେଶର ଆରମ୍ଭ କରି ଜଗନ୍ନାଥଙ୍କୁ ପାଥେୟ କରି 2024 ନିର୍ବାଚନ ପାଇଁ ରଣହୁଙ୍କାର ଦେଇଥିଲା । କିନ୍ତୁ ଏହା ଛଡା ବି କଂଗ୍ରେସ ପାଖରେ ଅନେକ ପ୍ରସଙ୍ଗ ରହିଛି ଜାତୀୟ ସ୍ତରର । ଜାତି ଭିତ୍ତିକ ଜନ ଗଣନା ହେଉ ଅବା ଆଉ କିଛି । କିନ୍ତୁ କଂଗ୍ରେସ ଏଭଳି ପ୍ରସଙ୍ଗକୁ ଉତଥାପନ କରିବାରେ ଫେଲ ମାରିଛି । ଯାହାକି ଜାତୀୟ ସ୍ତରର ନେତା ଆସିଲେ ହିଁ ସମ୍ଭବ ହୋଇପାରିବ ।’’

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବଡ ନେତା ନ ଆସିବାର କୌଣସି ପ୍ରଭାବ ପଡିବ ନାହିଁ ରାଜ୍ୟ ରାଜନୀତି ଉପରେ ବିଶେଷ କରି କଂଗ୍ରେସ ଉପରେ । ଯାହାର ପ୍ରମାଣ ହେଲା ଖୋର୍ଦ୍ଧା ସମାବେଶ । ଖୋର୍ଦ୍ଧାରେ ଆୟୋଜିତ ସମାବେଶରେ ପ୍ରାୟ 15 ହଜାର ଲୋକ ଏକାଠି ହୋଇଥିଲେ । କଂଗ୍ରେସ ଏକାଠି ଅଛି ଏବଂ ମଜବୁତ ସ୍ଥିତିରେ ଅଛି । ଏପରିକି 5ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ 3ରୁ 4ଟି ରାଜ୍ୟରେ ଜିତିବାକୁ ଯାଉଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁର ରାଉତରାୟ ।

ସୁର ଆହୁରି କହିଛନ୍ତି, 5ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଏବେ କେନ୍ଦ୍ରୀୟ ନେତାମାନେ ବ୍ୟସ୍ତ ଅଛନ୍ତି । ଏହା ସରିବା ପରେ ରାହୁଲ, ପ୍ରିୟଙ୍କା ଓ ଖଡଗେଙ୍କୁ ଓଡିଶା ଆଣିବା ପାଇଁ ପିସିସି ସଭାପତି ଏଆଇସିସିକୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଗ୍ରହଣ ହେବା ପରେ ଏହି ସବୁ କେନ୍ଦ୍ରୀୟ ନେତାମାନେ ଓଡିଶା ଆସିବେ । କଂଗ୍ରେସର ପୁଣି ଉତଥାନ ହେବ ଓଡିଶାରେ ବୋଲି ଯୁକ୍ତି ବାଢିଛନ୍ତି ସୁର ।

ଅନ୍ୟପଟେ ଗୋଟିଏ ପଟେ 9ରୁ 90 ମିଶନକୁ ସଫଳ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ପୁରୀ ଏବଂ ଖୋର୍ଦ୍ଧାରେ ଦୁଇଟି ବଡ ସମାବେଶ ଆୟୋଜନ କରି ନେତା ଓ କର୍ମୀଙ୍କ ମନବଳ ଦୃଢ କରିଛନ୍ତି । ଏହି ସମାବେଶରୁ କଂଗ୍ରେସ 2024 ନିର୍ବାଚନ ପାଇଁ ବଳ ଗୋଟାଇଛି । କିନ୍ତୁ କଂଗ୍ରେସର କୌଣସି କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଦୀର୍ଘ ଦିନ ଧରି ନ ଆସିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡିଶା ଅଛି ନା ନାହିଁ ତାକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ବିରାଟ ପ୍ରଶ୍ନ ଚିହ୍ନ ଛିଡା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.