ETV Bharat / state

ବାଘପଡା ନାହିଁ ମତଦାନ ପାଇଁ ଉତ୍ସାହ, ଦାଦନ ଖଟୁଛନ୍ତି ଭୋଟର - Baghapada Voters

author img

By ETV Bharat Odisha Team

Published : May 20, 2024, 2:29 PM IST

Baghapada Road Issue: ଗଣତନ୍ତ୍ରର ମହାପର୍ବକୁ ନେଇ ଉତ୍ସାହିତ ରାଜ୍ୟ । ବୌଦ୍ଧ ଜିଲ୍ଲାର ବାଘପଡା ଗାଁର ଭୋଟର ନିର୍ବାଚନ ପାଇଁ ନାହାନ୍ତି ଉତ୍ସାହିତ । ଅଧିକ ପଢନ୍ତୁ ।

Baghapada Road Issue
Baghapada Road Issue (ETV Bharat Odisha)

Baghapada Road Issue (ETV Bharat Odisha)

ବୌଦ୍ଧ: ଗଣତନ୍ତ୍ରର ମହାପର୍ବକୁ ନେଇ ଉତ୍ସାହିତ ରାଜ୍ୟ । ହେଲେ ଏଭଳି ଅନେକ ଗାଁ ରହିଛି ଯେଉଁଠି ନାଁ ହୋଇଛି ବିକାଶ ନାଁ ମତଦାନ କରିବାକୁ ଉତ୍ସାହିତ ଅଛନ୍ତି ଭୋଟର । ଏଭଳି ଏକ ଗାଁ ବୌଦ୍ଧ ଜିଲ୍ଲାର ବାଘପଡା । ଯେଉଁଠି ସରକାର ଯୋଜନା ବହୁ ଦୂରରେ ରହିଯାଇଛି । ଗାଁର ଅଧିକାଂଶ ପରିବାର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଗାଁ ଭୋଟର ଶୂନ୍ୟ ହୋଇଯାଇଛି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ଦୂରରେ ରହିଛି ବାଘପଡା ଗାଁ । ବାଘପଡା ଗାଁର ନାଁ ଶୁଣି ସରକାରୀ ଯୋଜନା ଦୂରରେ ରହିଯାଉଛି । ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଏହି ମହାନ ପର୍ବରେ ସାମିଲ ହେବାରୁ ଏହି ଅବହେଳିତ ଗ୍ରାମରେ କୌଣସି ଉତ୍ସାହ ପରିଲକ୍ଷିତ ହୋଇନାହିଁ । ଗାଁର ଅଧିକାଂଶ ପରିବାର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଯେଉଁ କେତେକ ପରିବାର ଏଠାରେ ବସବାସ କରୁଛନ୍ତି ସେମାନଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି ।

ଏହାମଧ୍ୟ ପଢନ୍ତୁ.. ହିଞ୍ଜିଳିକାଟୁରେ କେମିତି ଚାଲିଛି ମତଦାନ, ଗ୍ରାଉଣ୍ଡରେ ‘ଇଟିଭି ଭାରତ’ - Second Phase Voting

ଅବ୍ୟବସ୍ଥା ଘେରରେ ଥିବା ଜଙ୍ଗଲ ନିକଟବର୍ତ୍ତୀ ଏହି ଗାଁକୁ ବିକାଶ ବାଟ ହୁଡିଛି । ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ମଧ୍ୟରେ ମତଦାନକୁ ନେଇ କୌଣସି ଉତ୍ସାହ ପରିଲକ୍ଷିତ ହୋଇନାହିଁ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସବୁଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଏହି ବାଘପଡା ଗାଁରେ କିନ୍ତୁ ମତଦାନକୁ ନେଇ ମତଦାତା ସମ୍ପୂର୍ଣ୍ଣ ନୀରବ । ତାର ମୁଖ୍ୟ କାରଣ ହେଲା ଏଠାରେ ବିକାଶ ଠିକରେ ପହଞ୍ଚି ପାରୁନାହିଁ ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନୀ ହିଂସା ନେଇ ଆମେ ଶୂନ୍ୟ ସହନଶୀଳତା ଆପଣାଇଛୁ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - Odisha Second Phase Election

ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ଦୀର୍ଘ ବର୍ଷ ହେଲା ମାଟି ମୁଠାଏ ପଡିନଥିବା ବେଳେ ବର୍ତ୍ତମାନ ସେଠାକୁ ମୋଟର ସାଇକେଲ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଫଳରେ ବର୍ଷ ତମାମ ଏହି ବାଘପଡା ଗ୍ରାମବାସୀ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପାଖରେ ଥାଇ ମଧ୍ୟ ସେମାନଙ୍କ ନିକଟରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିନାହିଁ । ଦୁଇ କିଲୋମିଟର ଦୂରକୁ ଗଲେ ଆମ୍ବୁଲାନ୍ସ ସେବା ମିଳୁଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.