ପ୍ରଣବଙ୍କୁ ଦ୍ବାରପାଳ କହିଲା କଂଗ୍ରେସ, କଡା ଜବାବ ଦେଲେ ବିଜେଡି ନେତା

author img

By

Published : Mar 19, 2023, 7:17 AM IST

କଂଗ୍ରେସର ଦ୍ବାରପାଳ ବୟାନରେ ପ୍ରଣବଙ୍କ ପ୍ରତିକ୍ରିୟା

ପ୍ରଣବ ପ୍ରକାଶ ଦାସଙ୍କୁ ଦ୍ବାରପାଳ କହି କଟାକ୍ଷ କଲା କଂଗ୍ରେସ । ଓଡି଼ଶାବାସୀଙ୍କ ପାଇଁ ଦ୍ବାରପାଳ କ'ଣ, କ୍ରୀତଦାସ ହେବାକୁ ମଧ୍ୟ ରାଜି ଅଛି କହିଲେ ବିଜେଡି ନେତା । ଅଧିକ ପଢନ୍ତୁ

କଂଗ୍ରେସର ଦ୍ବାରପାଳ ବୟାନରେ ପ୍ରଣବଙ୍କ ପ୍ରତିକ୍ରିୟା

ନବରଙ୍ଗପୁର: ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ ଗତକାଲି(ଶନିବାର) ସର୍କିଟ ହାଉସଠାରେ ଅଭିଯୋଗ ଶୁଣାଣି କରୁଥିଲେ । ଜିଲ୍ଲାର ପ୍ରତ୍ୟକ ବ୍ଲକରୁ ଶତାଧିକ ଜନସାଧାରଣ ନିଜର ଅଭିଯୋଗ ଜଣାଇବାକୁ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଗେଟ୍ ପାଖରେ ଛିଡା ହୋଇ ଧାଡିରେ ଲୋକମାନଙ୍କୁ ଭିତରକୁ ଛାଡୁଥିଲେ । ଏହାକୁ ନେଇ ପ୍ରଣବଙ୍କୁ କଟାକ୍ଷ କରିଥିଲା କଂଗ୍ରେସ । ପ୍ରବଣ ପ୍ରକାଶ ଦାସ ଦ୍ବାରପାଳ ଭଳି କାର୍ଯ୍ୟ କରୁଥିଲେ ବୋଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କହିଥିଲା ।

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କୁହାଯାଇଥିଲା, ଅଭିଯୋଗ ଶୁଣାଣି ସମୟରେ ପ୍ରଣବ ପ୍ରକାଶ ଦାସ ଦ୍ବାରପାଳ ଭଳି କାର୍ଯ୍ୟ କରୁଥିଲେ । ଜଣେ ସଚିବ ପାଖରେ ନିର୍ବାଚିତ ପ୍ରତିନିଧି ଆଣ୍ଠୁ ମାଡିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । କଂଗ୍ରେସର ଏହି ବୟାନ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ବିଜେଡି ନେତା କହିଛନ୍ତି, ''ଓଡି଼ଶାବାସୀଙ୍କ ପାଇଁ ଦ୍ବାରପାଳ କ'ଣ, ମୁଁ କ୍ରୀତଦାସ ହେବାକୁ ମଧ୍ୟ ରାଜି ଅଛି । ମୋ ବିଜୁ ଜନତା ଦଳର ମୁଲିଆ ହେବାକୁ ବି ପ୍ରସ୍ତୁତ ଅଛି ।'' ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବାକୁ ନବରଙ୍ଗପୁର ଆସିଥିଲେ । ଲୋକମାନେ ନିଜର ଅଞ୍ଚଳର ସମସ୍ୟା ନେଇ ଆସିଥିବା ବେଳେ ମୁଁ କ'ଣ ଭିତରେ ବସି ଆରାମ କରିଥାନ୍ତି କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ପ୍ରଣବ । ବିରୋଧୀଙ୍କ ଏଭଳି ଆକ୍ଷେପ ଦୁର୍ଭାଗ୍ୟ ଜନକ । ଲୋକଙ୍କ ହିତ ପାଇଁ ମୁଁ ସବୁବେଳେ ପ୍ରସ୍ତୁତ । ଆମେ ଲୋକଙ୍କ ସେବକ ବୋଲି ଆମର ନେତା(ମୁଖ୍ୟମନ୍ତ୍ରୀ) କୁହନ୍ତି । ଯାହାକି କେବଳ କଥାରେ ନୁହେଁ, କାମରେ ବି କରୁ ବୋଲି ପ୍ରଣବ ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରକାଶଥାଉ କି, ଶୁକ୍ରବାରଠାରୁ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଥିଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ସଚିବ ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାର ଘରଣୀଙ୍କ ପୀଠ ପରିଦର୍ଶନ କରିଥିଲେ । ଏହାପରେ ସେ ଅନ୍ବେଷା ଛାତ୍ର ନିବାସ ପରିଦର୍ଶନ କରିବା ସହ ଆହୁରି ଅନେକ ଦର୍ଶନୀୟ ସ୍ଥାନକୁ ଯାଇ ସେଗୁଡିକର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ଝରିଗାଁ ସତିଘାଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ମାଲଗାଁ ଠାରେ ତେଲନଦୀ ପ୍ରକଳ୍ପର କାର୍ଯ୍ୟ ତଦାରଖ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.