ETV Bharat / state

Weather Update: ରାଜ୍ୟରେ ବଢୁଛି ତାପମାତ୍ରା, 18ରେ 6 ଜିଲ୍ଲାରେ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Oct 15, 2023, 7:14 PM IST

Updated : Oct 15, 2023, 7:22 PM IST

18 ତାରିଖରୁ କିଛିଟା ସ୍ଥାନରେ ହୋଇପାରେ ବର୍ଷା
18 ତାରିଖରୁ କିଛିଟା ସ୍ଥାନରେ ହୋଇପାରେ ବର୍ଷା

ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବ । 18 ତାରିଖରୁ କିଛିଟା ସ୍ଥାନରେ ହୋଇପାରେ ବର୍ଷା । ଅଧିକ ପଢନ୍ତୁ

18 ତାରିଖରୁ କିଛିଟା ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ବର: ରାଜ୍ୟରେ ନାହିଁ ବର୍ଷା । ଅପସାରଣ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବା । ତେବେ ୧୮ ତାରିଖରୁ ବର୍ଷାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆକାଶ ଏବେ ମେଘମୁକ୍ତ ରହିଛି । ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ସିଧାସଳଖ ପଡୁଥିବାରୁ ଏବେ ଓଡ଼ିଶାରେ ବର୍ତ୍ତମାନ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି । ଶୀତ ଦିନ ଥିଲେ ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ଲହର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେଉଛି ।

ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରା କମ୍ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ହେଉଥିବା ବେଳେ ତିନି ଦିନ ପରେ ଅର୍ଥାତ ୧୮ ତାରିଖ ବେଳକୁ ୬ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ବାଲେଶ୍ୱର, ଗଞ୍ଜାମ ଓ ଗଜପତିରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।


ଏହା ମଧ୍ୟ ପଢନ୍ତୁ...Weather Update: ଅକ୍ଟୋବରରେ ଉଭାନ ଶୀତ, ତାଉ ଦେଖାଉଛି ତାତି

ରାଜ୍ୟରେ ସବୁଠି ଶୁଖିଲା ପାଗ ରହିଥିବା ବେଳେ 5ଟି ଜିଲ୍ଲାକରେ ବର୍ଷା ରେକର୍ଡ କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ କେବଳ ବଲାଙ୍ଗୀର, କଟକ, ଖୋର୍ଦ୍ଧା ଓ ବରଗଡ଼ରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ସବୁଠୁ ବେଶି ବର୍ଷା ବଲାଙ୍ଗୀରରେ 22.6 ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ଭଦ୍ରକରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ସବୁଠାରୁ କମ ତାପମାତ୍ରା ଫୁଲବାଣୀରେ ରେ 19 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ 34.2 ରହିଥିବା ବେଳେ କଟକରେ 34.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ରାଜ୍ୟରେ ଆଗାମୀ 3ଦିନ ଧରି ତାପମାତ୍ର 2ରୁ 3 ଡିଗ୍ରୀ ବେଶି ରହିବ । ଅନ୍ୟପଟେ ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ୩ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୧୧୫୦.୨ ମିମି ହେବା କଥା କିନ୍ତୁ ଚଳିତବର୍ଷ ୧୧୧୫.୪ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 15, 2023, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.