ETV Bharat / state

Weather Update: ଅକ୍ଟୋବରରେ ଉଭାନ ଶୀତ, ତାଉ ଦେଖାଉଛି ତାତି

author img

By ETV Bharat Odisha Team

Published : Oct 14, 2023, 8:02 PM IST

ରାଜ୍ୟରେ ନାହିଁ ବର୍ଷା । ଅପସାରଣ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବଢୁଛି ତାପମାତ୍ରା । ଅଧିକ ପଢନ୍ତୁ

ଅପସାରଣ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଅପସାରଣ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଅପସାରଣ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର: ପାଗ ଅନୁକୂଳ ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି । ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବ । ଅନ୍ୟପଟେ ଆକାଶ ଏବେ ମେଘମୁକ୍ତ ରହିଛି । ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି । ଏସବୁ କାରଣରୁ ଏବେ ଓଡ଼ିଶାରେ ବର୍ତ୍ତମାନ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି । ଶୀତ ଦିନ ଥିଲେ ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ଲହର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେଉଛି । ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରା କମ୍ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ୩ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୧୧୫୦.୨ ମିମି ହେବା କଥା କିନ୍ତୁ ଚଳିତବର୍ଷ ୧୧୧୫.୪ ବର୍ଷା ରେକର୍ଡ କରାଯାଇଛି । ଏଥିମଧ୍ୟରେ ୨୪ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା,୩ ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ସେହିପରି ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Weather Update: ଶରତରେ ଉଭାନ ଶୀତ, ବିଶେଷଜ୍ଞ କହିଲେ ୧୭ ପରେ ଆସିବ ଶୀତ

ଏଥିସହ ୧ ଅକ୍ଟୋବର ରୁ ୧୪ ଅକ୍ଟୋବର ମଧ୍ୟରେ ସାରା ରାଜ୍ୟରେ ୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିବ ସହ କେବଳ କେନ୍ଦୁଝରରେ ବିଜୁଳି ଘଡଘଡି ସହ 10 ମିମି ବର୍ଷା ହୋଇଛି । ସେହିପରି ମେଘମୁକ୍ତ ଆକାଶ ସହ ବର୍ଷାର ସମ୍ଭାବନା ନଥିବାରୁ ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ରାଜ୍ୟର ସର୍ବାଧିକ ୩୭.୬ ତାପମାତ୍ରା ରେକର୍ଡ ହୋଇଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଭୁବନେଶ୍ବର 35 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଯାହା ସାଧାରଣ ତାପମାତ୍ର ଠାରୁ 2 ଡିଗ୍ରୀ ବେଶି ରହିଛି । ରାଜ୍ୟରେ 2 ଡିଗ୍ରୀ ରୁ 3 ଡିଗ୍ରୀ ବୃଦ୍ଧି ପାଇବ ।

ଏହା ମଧ୍ୟ ପଢନ୍ତୁ...Weather Update: ରାଜ୍ୟରୁ ଅପସାରଣ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.