ETV Bharat / state

ଫଟୋରେ ଫଟୋରେ ପୁରୁଣା ସ୍ମୃତି ସାଉଁଟିଲେ ହକି ଇଣ୍ଡିଆ ସଭାପତି

author img

By ETV Bharat Odisha Team

Published : Nov 24, 2023, 7:57 PM IST

ଫଟୋରେ ଫଟୋରେ ପୁରୁଣା ସ୍ମୃତି ସାଉଁଟିଲେ ହକି ଇଣ୍ଡିଆ ସଭାପତି
ଫଟୋରେ ଫଟୋରେ ପୁରୁଣା ସ୍ମୃତି ସାଉଁଟିଲେ ହକି ଇଣ୍ଡିଆ ସଭାପତି

ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଜୀବନୀ ଉପରେ ଫଟୋ ପ୍ରଦର୍ଶନୀ ଉଦ୍‌ଘାଟିତ । ଫଟୋରେ ଫଟୋରେ ପୁରୁଣା ସ୍ମୃତି ସାଉଁଟିଲେ ଦିଲୀପ । ଅଧିକ ପଢ଼ନ୍ତୁ

ଫଟୋରେ ଫଟୋରେ ପୁରୁଣା ସ୍ମୃତି ସାଉଁଟିଲେ ହକି ଇଣ୍ଡିଆ ସଭାପତି

ଭୁବନେଶ୍ବର: ଫଟୋରେ ଫଟୋରେ ପୁରୁଣା ସ୍ମୃତି ସାଉଁଟିଲେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ । ବରିଷ୍ଠ ଫଟୋ ସାମ୍ବାଦିକ ସମିମ୍‌ କ୍ୟୁରେସିଙ୍କ ଦ୍ବାରା ପୂର୍ବତନ ଭାରତୀୟ ହକି ଅଧିନାୟକ ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଜୀବନୀ ଉପରେ ଫଟୋ ପ୍ରଦର୍ଶନୀ କରାଯାଇଥିବାବେଳେ ଏହି ପ୍ରଦର୍ଶନୀରୁ ଅନେକ ଅଭୁଲା ସ୍ମୁତି ଖୋଜି ପାଇଛନ୍ତି ଦିଲୀପ । ତାଙ୍କର ପିଲାଦିନ କିଭଳି ଥିଲା, ନିଜର କ୍ରୀଡା କ୍ୟାରିୟର କିଭଳି କଟିଥିଲା, କାହା କାହା ସହିତ ନିଜର ମୂଲ୍ୟବାନ ସମୟ କାଟିଥିଲେ, ଏଭଳି ଅନେକ ଅଭୁଲା ଚିତ୍ରପଟ ଉପରେ ଫଟୋ ପ୍ରଦର୍ଶନୀ ଭୁବନେଶ୍ବରର ରାଜ୍ୟ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ତେବେ 7 ଦିନିଆ ଏହି ପ୍ରଦର୍ଶନୀରେ ଦୀର୍ଘ ଦିନ ଧରି ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ସମିମ୍‌ କ୍ୟୁରେସି ୧୯୯୬ ପରଠାରୁ ଦିଲୀପ ତିର୍କୀଙ୍କ ଉପରେ ଉତ୍ତୋଳନ କରିଥିବା ଫଟୋ ଗୁଡିକ ପ୍ରଦର୍ଶିତ କରାଯାଇଛି । ଆସନ୍ତାକାଲି (ଶନିବାର) ଦିଲୀପ ତିର୍କୀଙ୍କ ଜନ୍ମଦିନ ଥିବାରୁ ଏହି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଛି ଏହି ପ୍ରଦର୍ଶନୀ । ତେବେ କେବଳ କ୍ରୀଡା ଜଗତ ନୁହେଁ, କ୍ରୀଡା ବ୍ୟତୀତ ଦିଲୀପ ତିର୍କୀଙ୍କ ଦ୍ବାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ସହ ଏବଂ ନିଜର ପରିବାରଠାରୁ ଆରମ୍ଭ କରି ପ୍ରିୟଜନ ସମସ୍ତଙ୍କ ସହ ଦିଲୀପ ଉଠାଇଥିବା ଫୋଟୋକୁ ସ୍ଥାନିତ କରାଯାଇଛି । ବିଶେଷ କରି ହକି ମୈଦାନର ବିଭିନ୍ନ ସମୟର ଅନନ୍ୟ ଚିତ୍ର ବା ବିଭିନ୍ନ ଜୋନର ଫଟୋ ବେଶ ଆକର୍ଷଣୀୟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଜୟଦେବ ଭବନରେ ପ୍ରଦର୍ଶିତ ହେଲା ସାବାସ୍ ଦିଲ୍ଲୀପ ଫଟୋ ପ୍ରଦର୍ଶନୀ

ଏହି ପ୍ରଦର୍ଶନୀକୁ ନିଜେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ସମେତ ଓଡିଶା ସରକାରଙ୍କ କୃଷି ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢ଼ୀ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟିତ କରିଛନ୍ତି । ନିଜର ପୁରୁଣା ସ୍ମୃତିକୁ ଦେଖି ବେଶ ଖୁସି ପ୍ରକାଶ କରିଛନ୍ତି ଦିଲୀପ ତିର୍କୀ । ଏହି ଅବସରରେ ସେ କହିଛନ୍ତି, "ସମିମ ଭାଇ ମୋ ସହ 1996 ମସିହାରୁ ଯୋଡ଼ି ହୋଇ ଅଛନ୍ତି । ସେ ନିଜେ ମୋର ଯେତେସବୁ ଫଟୋ ଉଠାଇଛନ୍ତି, ସେସବୁକୁ ଆଜି ଏଠାରେ ପ୍ରଦର୍ଶିତ କରିଛନ୍ତି । ଏଠାରେ ଅନେକ ଏଭଳି ମୁହୂର୍ତ୍ତ ରହିଛି, ଯାହା ମୁଁ ନିଜେ ମଧ୍ୟ ଭୁଲି ଯାଇଥିଲି । ଆଜି ଫଟୋ ଦେଖିବା ପରେ ସେସବୁ ମନେ ପଡ଼ୁଛି ।" ତେବେ ଏଭଳି ଆୟୋଜନ ପାଇଁ ସେ ସମିମ୍‌ କ୍ୟୁରେସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.