ETV Bharat / state

ଜୟଦେବ ଭବନରେ ପ୍ରଦର୍ଶିତ ହେଲା ସାବାସ୍ ଦିଲ୍ଲୀପ ଫଟୋ ପ୍ରଦର୍ଶନୀ

author img

By

Published : Nov 24, 2022, 10:55 PM IST

ପ୍ରଦର୍ଶିତ ହେଲା ସାବାସ୍ ଦିଲ୍ଲୀପ ଫଟୋ ପ୍ରଦର୍ଶନୀ । ଜୟଦେବ ଭବନରେ ପ୍ରଦର୍ଶୀତ ହେଲା ସାବାସ୍ ଦିଲୀପ ଫଟୋ ପ୍ରଦର୍ଶନୀ । ଦିଲ୍ଲୀପଙ୍କ ଜୀବନ ସଂଘର୍ଷ ଓ ସଫଳତାର ବହୁ ଫଟୋ ଏହି ଫଟୋ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି । ଅଧିକ ପଢନ୍ତୁ

Sabbash Dillip photo exhibition organised in Jaydev Bhawan of Bhubaneswar
ଜୟଦେବ ଭବନରେ ପ୍ରଦର୍ଶିତ ହେଲା ସାବାସ୍ ଦିଲ୍ଲୀପ ଫଟୋ ପ୍ରଦର୍ଶନୀ

ଭୁବନେଶ୍ବର: ପ୍ରଦର୍ଶିତ ହେଲା ସାବାସ୍ ଦିଲ୍ଲୀପ ଫଟୋ ପ୍ରଦର୍ଶନୀ । ଜୟଦେବ ଭବନରେ ପ୍ରଦର୍ଶିତ ହେଲା ସାବାସ୍ ଦିଲୀପ ଫଟୋ ପ୍ରଦର୍ଶନୀ । ଦିଲ୍ଲୀପଙ୍କ ଜୀବନ ସଂଘର୍ଷ ଓ ସଫଳତା ବହୁ ଫଟୋ ଏହି ଫଟୋ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି । ସଂଘର୍ଷମୟ ଜୀବନ ଠାରୁ ହକି ଇଣ୍ଡିଆ ସଭାପତି ହେବା ପର୍ଯ୍ୟନ୍ତ କଠିନତମ ଯାତ୍ରାକୁ ଏହି ଫଟୋ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି ।

ଜୟଦେବ ଭବନରେ ପ୍ରଦର୍ଶିତ ହେଲା ସାବାସ୍ ଦିଲ୍ଲୀପ ଫଟୋ ପ୍ରଦର୍ଶନୀ

ଏହି ଫଟୋ ପ୍ରଦର୍ଶନୀରେ କେତେକ ଫଟୋକୁ ଦେଖି ନିଜେ ଦିଲ୍ଲୀପ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଭଳି କିଛି ପୁରୁଣା ଫଟୋକୁ ଦେଖି ଖୁସି ଜାହିର କରିଛନ୍ତି ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଦଳର ପୂର୍ବତ୍ତନ ଅଧିନାୟକ ଦଲ୍ଲୀପ ତିର୍କୀ ।

ବରିଷ୍ଠ କ୍ରୀଡା ସାମ୍ବାଦିକ ସମ୍ବିତ ମହାପାତ୍ର ଏହି ଫଟୋ ପ୍ରଦର୍ଶନୀକୁ ଆୟୋଜିତ କରିଛନ୍ତି । ସୁନ୍ଦରଗଡ଼ର ଏକ ମଧ୍ୟବିତ୍ତ ପରିବାରରେ ଦିଲ୍ଲୀପ ଜନ୍ମ ଗ୍ରହଣ କରିଥିଲେ । ଅକ୍ଲାନ୍ତ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ହକିରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ । ଭାରତୀୟ ହକି ଦଳର ଏହି ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ଦାୟିତ୍ବରେ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.