ETV Bharat / state

Odisha Assembly: ପର୍ଯ୍ୟଟନ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ 125 କୋଟି

author img

By

Published : Mar 20, 2023, 8:47 PM IST

Etv Bharat
Etv Bharat

ପରେ ଗୃହରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନା କରିଥିଲେ । ପର୍ଯ୍ୟଟନ ବିଭାଗର 680 କୋଟି ୬୩ ହଜାର ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରି ମନ୍ତ୍ରୀ କହିଥିଲେ ପର୍ଯ୍ୟଟନ ହେଉଛି ରାଜ୍ୟର ପ୍ରମୁଖ କ୍ଷେତ୍ର ଏବଂ ଏହାର ସ୍ଥାୟୀ ବିକାଶ ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି । ଓଡିଶା ପର୍ଯ୍ୟଟନ ବିକାଶର ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ବିଧାନସଭାରେ ପର୍ଯ୍ୟଟନ ବିଭାଗ ସହ ଯୋଜନା ସଂଯୋଜନା ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି । ଅପରାହ୍ନ4 ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ଥରେ ବିରୋଧୀ ସଦସ୍ୟ ହୋହାଲ୍ଲା ଗୃହରେ କରିଥିଲେ । ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଗୃହ ଚଳାଇବା ସମ୍ଭବ ନହେବାରୁ ବାଚସ୍ପତି ଗୃହକୁ 15 ମିନିଟ ପାଇଁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ଉପବାଚସ୍ପତି ଗୃହକୁ ପୁଣି ଆଉ ୧୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ।

ବିରୋଧୀଙ୍କ ଦାବିକୁ ନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାସ ଗୃହରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ବିବୃତ୍ତି ରଖିଥିଲେ । ମନ୍ତ୍ରୀ କହିଥିଲେ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ନିରାଧାର । ଏଥିରେ କୌଣସି ସତ୍ୟାସତ୍ୟ ନାହିଁ । କୌଣସି ପ୍ରଶ୍ନପତ୍ର ଲିକ ହୋଇନାହିଁ । କିଛି ମୁଦ୍ରିତ ଜନିତ ଭୁଲ ହୋଇଛି । ଆଜି ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି ।

ଏହାବି ପଢନ୍ତୁ- Odisha Assembly: ଚାକିରି ଜୀବନରେ ଗୋପାଳ ଦାସ କରିଛି ଉଲ୍ଲେଖନୀୟ କାର୍ଯ୍ୟ

ଦାବି ଉପସ୍ଥାପନା କରିଥିଲେ । ପର୍ଯ୍ୟଟନ ବିଭାଗର 680 କୋଟି ୬୩ ହଜାର ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରି ମନ୍ତ୍ରୀ କହିଥିଲେ ପର୍ଯ୍ୟଟନ ହେଉଛି ରାଜ୍ୟର ପ୍ରମୁଖ କ୍ଷେତ୍ର ଏବଂ ଏହାର ସ୍ଥାୟୀ ବିକାଶ ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି । ଓଡିଶା ପର୍ଯ୍ୟଟନ ବିକାଶର ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ମନ୍ତ୍ରୀ ଆହୁରି କହିଛନ୍ତି ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ବଜେଟରେ 430.57 କୋଟି ଆବଣ୍ଟିତ ହୋଇଛି । ବିଭାଗ 15 ଟି ପର୍ଯ୍ୟଟନ ସ୍ଥଳିକୁ ଚିହ୍ନଟ ଏହାର ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି । ନୂଆ ପଦକ୍ଷେପ ଭାବେ ଚଳିତ ବର୍ଷ ବୋଟ କ୍ଲବ, ନିମନ୍ତ୍ରଣ ରେଷ୍ଟୁରାଣ୍ଟ, ଇକୋ ରିଟ୍ରିଟ, ବେଳାଭୂମି ଉନ୍ନତିକରଣ, ଫୁଟ କୋର୍ଟ, ସହିତ କ୍ୟାମ୍ପିଂ, କାରାଭାନ ଓ କ୍ରୁଜ ସେବା ଆରମ୍ଭ ହେବ । ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ 125 କୋଟି ଖର୍ଚ୍ଚ ହେବ । ସାରା ଦେଶରେ ବ୍ରାଣ୍ଡ ଓଡିଶା ପର୍ଯ୍ୟଟନର ପ୍ରଚାର ପାଇଁ ବାହ୍ୟ ବ୍ରାଣ୍ଡି, ଇଲେକ୍ଟ୍ରୋନିକ୍ସ, ଡିଜିଟାଲ, ପ୍ରିଣ୍ଟ ଓ ସୋସିଆଲ ମିଡିଆ ଭଳି ବିଭିନ୍ନ ମିଡିଆ ମାଧ୍ୟମରେ ବ୍ରାଣ୍ଡିଂ କରାଯାଉଛି ।

ଅନ୍ୟପଟେ ଯୋଜନା ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଭାଗୀୟ ଖର୍ଚ୍ଚ ଦାବି ଗୃହରେ ଉପସ୍ଥାପନା କରିଥିଲେ । ମନ୍ତ୍ରୀ ବିଭାଗର ୧୩ ହଜାର ୧୦୩କୋଟି ୭୦ଲକ୍ଷ ୧୩ ହଜାର ଟଙ୍କାର ଖର୍ଚ୍ଚ ଦାବି ଅନୁଦାନ ପ୍ରସ୍ତାବ ଆଗତ କରିଥିଲେ। ଏହି ଅର୍ଥ ସାମାଜିକ ନିରାପତ୍ତା, ମଙ୍ଗଳ ଯୋଜନା, ସାଧାରଣ ଅର୍ଥନୈତିକ ସେବା, ଶସ୍ୟ ଉତ୍ପାଦନ, ସଂରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଜନଗଣନା, ସର୍ବେକ୍ଷଣ, ପରିସଂଖ୍ୟାନ, ଗୃହନିର୍ମାଣ, ଓ ଆଞ୍ଚଳିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ ପାଇଁ ଆବଣ୍ଟିତ ହୋଇଛି ।

ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କୁ କଡା ସମାଲୋଚାନ କରିଥିଲେ । ମୋହନ କହିଥିଲେ ଯୋଜନା ସଂଯୋଜନା ବିଭାଗର ନାଁ ରେ ପରିବର୍ତ୍ତନ ହୋଇଛି । କିନ୍ତୁ କାମରେ କିଛି ପରିବର୍ତ୍ତନ ହୋଇନାହିଁ। ବିକାଶ କଥା ଚିନ୍ତା କରିବା ବେଳେ ଆଞ୍ଚଳିକ ବୈଷମ୍ୟ କଥା ଆସୁଛି । ଆଞ୍ଚଳିକ ବୈଷମ୍ୟ କିପରି ନ ରହିବ ସେଥିପାଇଁ ଯୋଜନା ତିଆରି ହେବା କଥା। କିନ୍ତୁ ସେପରି ହୋଇନାହିଁ। ଆଜି ବି ଯୋଜନା କର୍ଯ୍ୟାନ୍ଵୟନ ସମୟରେ ଆଞ୍ଚଳିକ ବୈଷମ୍ୟ ରହିଛି। ଗରିବ ଆଦିବାସୀଙ୍କୁ ପଚାରୁଛି କିଏ ? ଆଦିବାସୀଙ୍କ ବିକାଶ ପାଇଁ ଆଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଯୋଜନା ଆରମ୍ଭ ହେବା ପୂର୍ବରୁ ଗବେଷଣା ହେବା ଦରକାର। ମୂଲ୍ୟାୟନ ହେବା ଦରକାର। କିନ୍ତୁ ସେପରି କିଛି ହେଉନାହିଁ। କେବଳ ଭୋଟ ବ୍ୟାଙ୍କ ପାଇଁ ଶସ୍ତା ରାଜନୀତି କରାଯାଉଛି। ଗତ ୮ ବର୍ଷରେ ମୋଦି ସରକାରଙ୍କ ଦ୍ଵାରା ଅନେକ ଯୋଜନା ହୋଇଛି। କିନ୍ତୁ ସବୁ ଯୋଜନା କୁ ରାଜ୍ୟ ହଡ଼ପ କରିବାକୁ ଚେଷ୍ଟା କରିଛି। ହାଇଜାକ କରିବାକୁ ଚେଷ୍ଟା କରିଛି ବିଜେଡି। ମୋଦି ଆରମ୍ଭ କଲେ ପିଏମ ଆବାସ ଯୋଜନା। ନିଜର ରାଜନୈତିକ ଫାଇଦା ଉଠେଇବା ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ବିଜୁ ପକ୍କା ଘର ଯୋଜନା। ରାଜ୍ୟ ସରକାର ଚଞ୍ଚକତା କରି ସବୁ ଯୋଜନାକୁ ନିଜ ନାଁରେ କରିନେଲେ। ଟଙ୍କିକିଆ ଚାଉଳ କ୍ଷେତ୍ରରେ ମଧ୍ୟ ତାହା ହେଲା। ରାଜ୍ୟ ସରକାର କିନ୍ତୁ ଯୋଜନା ହଡପ କରିନେଲେ। ସବସିଡି ବିକାଶ ବିରୋଧୀ ବୋଲି ମୋଦି କହିଛନ୍ତି। କିନ୍ତୁ ରାଜ୍ୟ ସରକାର ସବସିଡିରେ ସରକାର ଚାଲିଛନ୍ତି। ଏବେ ଶ୍ରୀଲଙ୍କା ପାକିସ୍ତାନର ସ୍ଥିତି କିପରି ହେଉଛି। ଏହାର କାରଣ ସବସିଡି ।ବାଟ ମାରଣା ପିସି କାରବାର, ଦୁର୍ନୀତି ଯୋଗୁଁ ଯୋଜନା ଫେଲ ମାରୁଛି । ଓଡିଶାକୁ ତୀର୍ଥ ଯାତ୍ରୀଙ୍କ ସଂଖ୍ୟା କମିଯାଇଛି। ପର୍ଯ୍ୟଟନର ବିକାଶ ହେଲେ ଆର୍ଥିକ ବିକାଶ ହେବ।

ଅନ୍ୟପଟେ ଉଭୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ସରକାରୀ ଦଳ ପକ୍ଷରୁ ଭୂପିନ୍ଦର ସିଂ, ରମେଶ ବେହେରା, ରମେଶ ସାଏ, ରାଜେନ୍ଦ୍ର ସାହୁ, ଧ୍ରୁବ ସାହୁ ଓ ମୁକେଶ ପାଲ ଅଶଂଗ୍ରହଣ କରି ଖର୍ଚ୍ଚ ଦାବି ପ୍ରସ୍ତାବକୁ ସମର୍ଥନ କରିଥିଲେ । ବିରୋଧୀ ଦଳ ପକ୍ଷରୁ ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ, ସୁର ରାଉତରାୟ, ଭାଷ୍କର ମଢେଇ, ସୁବାସ ପାଣିଗ୍ରାହୀ, କୁସୁମ ଟେଟେ ଓ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଅଶଂଗ୍ରହଣ କରି ପ୍ରସ୍ତାବକୁ ବିରୋଧ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.