ETV Bharat / state

ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା, ପ୍ରସ୍ତୁତି ଯୋରଦାର

author img

By ETV Bharat Odisha Team

Published : Dec 1, 2023, 10:52 PM IST

ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା, ପ୍ରସ୍ତୁତି ଯୋରଦାର
ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା, ପ୍ରସ୍ତୁତି ଯୋରଦାର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ସୂଚନା ଅନୁସାରେ ଜାନୁୟାରୀ ୨ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହେବ ପ୍ରାକ୍ଟିକାଲ ପରୀକ୍ଷା। ଥିଓରୀ ପରୀକ୍ଷାର ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଥିଓରୀ ପରୀକ୍ଷା ଫେବୃୟାରୀ ୧୬ ରୁ ଆରମ୍ଭ ନେଇ ସମ୍ଭାବନା ରହିଥିବା ବେଳେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଅଧିକ ପଢନ୍ତୁ

ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା, ପ୍ରସ୍ତୁତି ଯୋରଦାର
ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା, ପ୍ରସ୍ତୁତି ଯୋରଦାର

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସିଲା ତାରିଖ। ଆସନ୍ତା ଜାନୁଆରୀ ୨ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା। ଫେବୁୟାରୀ ୧୬ ତାରିଖରେ ହେବ ଲିଖିତ ପରୀକ୍ଷା। ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗ ପାଇଁ ଆରମ୍ଭ ହେଲା ପରୀକ୍ଷା ପ୍ରକ୍ରିୟା।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ସୂଚନା ଅନୁସାରେ ଜାନୁୟାରୀ ୨ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହେବ ପ୍ରାକ୍ଟିକାଲ ପରୀକ୍ଷା। ଥିଓରୀ ପରୀକ୍ଷାର ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଥିଓରୀ ପରୀକ୍ଷା ଫେବୃୟାରୀ ୧୬ ରୁ ଆରମ୍ଭ ନେଇ ସମ୍ଭାବନା ରହିଥିବା ବେଳେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ପରୀକ୍ଷା କିଭଳି ଭାବରେ ସୁଚାରୁ ରୂପେ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଏପଟେ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ଜିରୋ କପି ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି। ପରୀକ୍ଷା ହଲରେ ପିଲାଙ୍କର ସୁରକ୍ଷା ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି।

ଅଧିକ ପଢନ୍ତୁ- ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଂ

ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ରହିଥିବା ବେଳେ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧ ମାସ ମଧ୍ୟରେ ସରିବ ପରୀକ୍ଷା। ଏପ୍ରିଲ ଶେଷ ବା ମେ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ରେଜଲ୍ଟ। ଖୁବ ଶୀଘ୍ର ଛତ୍ରଛାତ୍ରୀ ମାନଙ୍କୁ ଅନଲାଇନ ମାଧ୍ୟମରେ ଦିଆଯିବ ଆଡାମିଟ କାର୍ଡ। ସେପଟେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ ଆଦିରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ରହିଛି। ସେହିପରି ଯଦି ଏପର୍ଯ୍ୟନ୍ତ ସିସିଟିଭି ନଥିବ, ତେବେ ତୁରନ୍ତ ଏହା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ପରୀକ୍ଷା ସମୟରେ ଲାଇଭ ଷ୍ଟ୍ରିମିଙ୍ଗ କରାଯିବ। ପରୀକ୍ଷାରେ ସ୍ବଚ୍ଛତା ଆଣିବା ନେଇ ଏଭଳି ଏକ ପଦକ୍ଷେପ ନେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ସେହିପରି ପରୀକ୍ଷା ପରିଚାଳନା ହବ ଭା‌ବେ ଘୋଷିତ ସ୍ବୟଂଶାସିତ ମହାବିଦ୍ୟାଳୟ ଗୁଡ଼ିକୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅନ୍ୟପଟେ ଗତ କିଛି ବର୍ଷ ଧରି ପରୀକ୍ଷା ବେଳେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ବାରମ୍ବାର ସମାଲୋଚିତ ହେଉଛି ପରିଷଦ । ଯେତେ ବ୍ୟବସ୍ଥା କଲେ ମଧ୍ୟ ଭାଇରାଲ ଭୂତ ପରିଷଦର ପିଛା ଛାଡୁନାହିଁ । ଆଗାମୀ ପରୀକ୍ଷାକୁ ପରିଷଦ ସ୍ବଚ୍ଛ ଓ ସୁବିଧାରେ ପରିଚାଳନା କରିବାକୁ ଅଣ୍ଟାଭିଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.