ETV Bharat / state

ନବ ଦାସଙ୍କୁ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତ ଦାବି, ୩ଦିନ ଭିତରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

author img

By

Published : Feb 7, 2023, 10:03 PM IST

NSUI Press Meet
ଛାତ୍ର କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ । ଘଟଣାର ଏସ୍‌ଆଇଟି ତଦନ୍ତ ଦାବି କରିବା ସହ ଆସନ୍ତା ୩ ଦିନ ଭିତରେ ନବୀନ ନିବାସ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଯାଶୀର ନୱାଜ । ଅଧିକ ପଢ଼ନ୍ତୁ

ଛାତ୍ର କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା ଛାତ୍ର କଂଗ୍ରେସ । ଇସିଜି ରିପୋର୍ଟକୁ ନେଇ ସରକାର ମୁଁହ ଖୋଲନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଯଦି ମନ୍ତ୍ରୀ ନବ ଦାସଙ୍କର ଝାରସୁଗୁଡ଼ା ମେଡିକାଲରେ ମୃତ୍ୟୁ ଘଟିଥିଲା, ତେବେ ଭୁବନେଶ୍ୱର କାହିଁକି ଅଣାଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ । ଘଟଣାର ଏସ୍‌ଆଇଟି ତଦନ୍ତ ଦାବି କରିବା ସହ ଆସନ୍ତା ୩ ଦିନ ଭିତରେ ନବୀନ ନିବାସ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ନବ ଦାସ ହତ୍ୟା ମାମଲା, ନକଲି ବନ୍ଧୁକ ଧରି କ୍ରାଇମ ସିନ୍ ରିକ୍ରିଏସନ କଲା ଗୋପାଳ

ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ୟାଶୀର କହିଛନ୍ତି, "ଲାଟିନ ଟାଙ୍କିରୁ ଚିଠି ମିଳିବା ଆଈମାଆ କାହାଣୀ ଭଳି ଲାଗୁଛି । ଏଭଳି ସ୍ଥିତିରେ ପୋଲିସ ଡିଜି ହତ୍ୟାକାଣ୍ଡ ଘଟଣାକୁ ଜଗନ୍ନାଥ ଭରସାରେ ଛାଡି ଦେଇଛନ୍ତି । ଗୃହ ବିଭାଗ ଅଚଳ ଭଳି ଲାଗୁଛି । ଗୃହରାଷ୍ଟ୍ର ମନ୍ତ୍ରୀ ମୁହଁ ଖୋଲୁ ନାହାନ୍ତି । ମୁଖ୍ୟମନ୍ତ୍ରୀ ନୀରବ । ତଦନ୍ତର ଟ୍ରାନ୍ସପରେନ୍ସି ନେଇ 5T ସଚିବ ମଧ୍ୟ ଚୁପ । ଘଟଣାର ଉତ୍ତର ଦାୟିତ୍ୱ କିଏ ନେବ ? ଓଡିଶା ପୋଲିସ ଓ କ୍ରାଇମବ୍ରାଞ୍ଚର କାର୍ଯ୍ୟଦକ୍ଷତା ଉପରେ ସବୁବେଳେ ପ୍ରଶ୍ନ ଉଠିଛି । ପରୀଠୁ କୁନ୍ଦୁଲି ପର୍ଯ୍ୟନ୍ତ ସବୁ ମାମଲାରେ ପୀଡିତା ନ୍ୟାୟ ପାଇ ନାହାଁନ୍ତି ।" ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ । ନବ ଦାସ ହତ୍ୟାକାଣ୍ଡରେ ଏସ୍‌ଆଇଟି ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ । ୩ ଦିନ ଭିତରେ ନବୀନ ନିବାସ ଘେରାଉ କରିବା ସହ ରାଜ୍ୟବ୍ୟାପୀ ସବୁ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ଚତାବନୀ ଦେଇଛି ଛାତ୍ର କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.