ETV Bharat / state

Weather Update: ରାଜ୍ୟରେ ବଢିବ ତାପମାତ୍ରା, କମିବ ଶୀତ

author img

By

Published : Dec 24, 2022, 2:01 PM IST

temperature forecast
ରାଜ୍ୟରେ ବଢ଼ିବ ତାପମାତ୍ରା

ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇବ । ଗୁରୁଚାପ ବଳୟର ପ୍ରକୋପ ହେତୁ ଆଗାମୀ ଦୁଇ ଦିନ ସକାଳେ ଉତ୍ତର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

ରାଜ୍ୟରେ କମିବ ଶୀତ

ଭୁବନେଶ୍ବର: ବଢିବ ପାରଦ, କମିବ ଥଣ୍ଡା । ଜାଡ଼ ଦାଉରୁ ରକ୍ଷା ପାଇବ ଓଡ଼ିଶା । ଆଗାମୀ ଦିନ ଯାଏ ରାତ୍ରି ତାପମାତ୍ରା ବୃଦ୍ଧି ହେବ । ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ଥିବା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ସୂଚନା ଦେଇଛି । ଶୀତ କମିବା ସହ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ ।

ତାପମାତ୍ରା ୨ରୁ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ

ଆଜି ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । କେତେକ ଅଞ୍ଚଳରେ ତାପମାତ୍ରା ଠାରୁ ସ୍ବାଭାବିକ ବୃଦ୍ଧି ପାଇଛି । ଆଗାମୀ 24 ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ 2 ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ।

ଏହାମଧ୍ୟ ପଢନ୍ତୁ: RTPCR Tests Mandatory: ଏହି 5 ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋରୋନା ଟେଷ୍ଟ ବାଧ୍ୟତାମୂଳକ

ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

ସର୍ବନିମ୍ନ ରାତ୍ରି ତାପମାତ୍ରା ୫.୫ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ଥଣ୍ଡା ସହର । ଟ୍ୱିନ ସିଟି ଭୁବନେଶ୍ୱରରେ ୧୨.୪ ଡିଗ୍ରୀ ଏବଂ କଟକରେ ୧୩.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ତେବେ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଶୁଷ୍କ ଥଣ୍ଡା ଉତ୍ତର ବାୟୁ ବହୁଥିବାରୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରିର ତାପମାତ୍ରା ତଳକୁ ଖସୁଛି । ଏହାକୁ ନେଇ ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି । ତେଣୁ ଗତ ୨୪ ଘଣ୍ଟା ଭିତରେ ଜି.ଉଦୟଗିରି ୫.୫ ଡିଗ୍ରୀ, ସେମିଳିଗୁଡା ୬.୧ଡିଗ୍ରୀ, ଫୁଲବାଣୀ ୭.୫ ଡିଗ୍ରୀ, କିରେଇ ୭.୮ ଡିଗ୍ରୀ କୋରାପୁଟ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Omicron BF.7: 27ରେ ସମସ୍ତ ହସ୍ପିଟାଲରେ ମକଡ୍ରିଲ, ଆତଙ୍କିତ ନହେବାକୁ ପରାମର୍ଶ

ମଧ୍ୟମ ଧରଣର ରହିବ କୁହୁଡି

ଗୁରୁଚାପ ବଳୟର ପ୍ରକୋପ ହେତୁ ଆଗାମୀ ଦୁଇ ଦିନ ସକାଳ ସମୟରେ ଉତ୍ତର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.