ETV Bharat / bharat

RTPCR Tests Mandatory: ଏହି 5 ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋରୋନା ଟେଷ୍ଟ ବାଧ୍ୟତାମୂଳକ

author img

By

Published : Dec 24, 2022, 1:47 PM IST

Updated : Dec 24, 2022, 4:55 PM IST

ଚୀନ ସମେତ ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳ । ଅଧିକ ପଢନ୍ତୁ

ଚୀନ ସମେତ ୫ଟି ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳକ
ଚୀନ ସମେତ ୫ଟି ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଶ୍ବରେ ପୁଣି ଆତଙ୍କ ଖେଳାଇଛି କୋରୋନା । ଚୀନ ସମେତ ଆମେରିକା, ଜାପାନ ଇତ୍ୟାଦି ରାଷ୍ଟ୍ରରେ ହୁ ହୁ ହୋଇ ସଂକ୍ରମଣ ବଢିଚାଲିଛି । ବିଶେଷକରି ଚୀନରେ ହାହାକାର ସ୍ଥିତି ସୃଷ୍ଟି କରିଛି ଏହି ମହାମାରୀ । ଯଦିଓ ଭାରତରେ ସଂକ୍ରମଣ କମ୍, ହେଲେ ଅନ୍ୟ ରାଷ୍ଟ୍ରର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି(RTPCR mandatory for international passengers from China) । ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ବିଦେଶ ଯାତ୍ରୀମାନଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଡରାଇଲାଣି ମହାମାରୀ: ଶନିବାରଠୁ ବିଦେଶ ଫେରନ୍ତାଙ୍କ କୋଭିଡ ପରୀକ୍ଷା

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ''ଯଦି ସେହି ବିଦେଶ ଫେରନ୍ତା ଯାତ୍ରୀମାନଙ୍କ ମଧ୍ୟରୁ କେହି କୋରୋନା ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ।'' ଅନ୍ୟପଟେ ଆଜି ସକାଳୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀମାନଙ୍କ କୋରୋନା ଟେଷ୍ଟ ଆରମ୍ଭ ହୋଇଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨ ପ୍ରତିଶତଙ୍କ କୋରୋନା ଟେଷ୍ଟ କରାଯାଉଛି । ତେବେ କେଉଁ ଯାତ୍ରୀଙ୍କ ଟେଷ୍ଟ କରାଯିବ ତାହା ସମ୍ପକ୍ତ ଏୟାରଲାଇନ୍ସ ସ୍ଥିର କରିବେ । ସେମାନଙ୍କ ଠାରୁ ନମୂନା ସଂଗ୍ରହ କରାଯିବା ପରେ ଯିବାକୁ ଅନୁମତି ଦିଆଯିବ । ସେହିପରି ବିମାନ ବନ୍ଦରର ପ୍ରବେଶ ପଥରେ ସବୁ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଯାହାଙ୍କ ଠାରେ ଲକ୍ଷଣ ଦେଖାଯିବ ତାଙ୍କୁ ତୁରନ୍ତ ଆଇସୋଲେଟ କରାଯିବ ।

ଏହାମଧ୍ୟ ପଢନ୍ତୁ: ଚୀନରେ ଅଣାୟତ୍ତ କୋରୋନା, ଗୋଟିଏ ଦିନରେ ୩୭ ନିୟୁତ ଆକ୍ରାନ୍ତ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ଚୀନରେ କୋରାନା ପୁଣି ଭୟଙ୍କର ରୂପ ନେଇଛି । ଅବସ୍ଥା ଏପରି ହୋଇଛି ଯେ ହସ୍ପିଟାଲରେ ବେଡ୍ ମିଳୁନାହିଁ । ମୃତଦେହ ସତ୍କାର ପାଇଁ ସ୍ଥାନ ମଧ୍ୟ ନାହିଁ । ପରିଜନଙ୍କ ଅନ୍ତିମ ସତ୍କାର କରିବାକୁ ଲୋକଙ୍କୁ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିବାକୁ ପଡୁଛି । ଚୀନରେ ପୂର୍ବରୁ ଜାରି ରହିଥିବା କୋରୋନା କଟକଣା ହଟାଯିବା ପରେ ଏବେ ଏଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ଚୀନରେ ଗୋଟିଏ ଦିନରେ ପ୍ରାୟ ୩୭ ନିୟୁତ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ତେଣୁ ଭାରତରେ ଦୈନିକ ସଂକ୍ରମଣ କମ୍ ଥିଲେ ମଧ୍ୟ ମହାମାରୀ ପ୍ରସାର ରୋକିବାକୁ କେନ୍ଦ୍ର ସରକାର ଘନ ଘନ ବୈଠକ ଡାକୁଛନ୍ତି । ଲୋକମାନଙ୍କୁ ପୁଣିଥରେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଜିନୋମ୍ ସିକ୍ବେନ୍ସିଂ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Last Updated : Dec 24, 2022, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.