ETV Bharat / bharat

ଡରାଇଲାଣି ମହାମାରୀ: ଶନିବାରଠୁ ବିଦେଶ ଫେରନ୍ତାଙ୍କ କୋଭିଡ ପରୀକ୍ଷା

author img

By

Published : Dec 23, 2022, 9:04 AM IST

କଡ ଲେଉଟାଉଛି ମହାମାରୀ । ଆସନ୍ତାକାଲିଠୁ ବିଦେଶ ଫେରନ୍ତା ଯାତ୍ରୀଙ୍କ ହେବ କୋଭିଡ ପରୀକ୍ଷା । ଅଧିକ ପଢନ୍ତୁ

ବିଦେଶ ଫେରନ୍ତା ଯାତ୍ରୀଙ୍କ କୋଭିଡ ପରୀକ୍ଷା
ବିଦେଶ ଫେରନ୍ତା ଯାତ୍ରୀଙ୍କ କୋଭିଡ ପରୀକ୍ଷା

ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ । ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଦ୍ରୁତ କୋଭିଡ ସଂକ୍ରମଣ ଯୋଗୁଁ ଭାରତରେ ଭୟାବହତା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ପୁଣିଥରେ କୋରୋନା କଟକଣା ଲାଗୁ କରାଯାଇଛି । ଡିସେମ୍ବର ୨୪ ତାରିଖ ବା ଆସନ୍ତାକାଲି ଠାରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯିବ । ଗୋଟିଏ ବିମାନର ସମସ୍ତ ଯାତ୍ରୀଙ୍କ କୋଭିଡ ପରୀକ୍ଷା କରାନଗଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କ ପରୀକ୍ଷା ହେବ (Random Covid Testing For International Passengers) । ଏନେଇ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ(Union Health Secretary Rajesh Bhushan) ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି । ଶନିବାର ଠାରୁ ପ୍ରତିଦିନ ବିମାନ ବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯିବ । ସମ୍ପୃକ୍ତ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ଚିହ୍ନଟ କରିବେ ଓ ନମୂନା ସଂଗ୍ରହ ପରେ ସେମାନଙ୍କୁ ଯିବାକୁ ଅନୁମତି ଦିଆଯିବ । ଯଦି କୌଣସି ଯାତ୍ରୀ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କ ନମୂନା ଜିନୋମ୍ ସିକ୍ବେନ୍ସିଂ ପାଇଁ INSACOG ଲାବୋଟୋରୀ ନେଟୱାର୍କକୁ ପଠାଯିବ ।

ଏହାମଧ୍ୟ ପଢନ୍ତୁ: ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି: ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ

ବିଶ୍ବରେ ହୁ ହୁ ହୋଇ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି । ବିଶେଷକରି ଜାପାନ, ଆମେରିକା, ଦକ୍ଷିଣ କୋରିଆ, ବ୍ରାଜିଲ, ଫ୍ରାନ୍ସ ଓ ଚୀନରେ ସଂକ୍ରମଣ ହାର ଅଧିକ ରହିଛି । ଚୀନରେ କୋଭିଡ ସଂକ୍ରମଣ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଏଠାରେ ମେଡିକାଲରେ ରୋଗୀଙ୍କ ପାଇଁ ବେଡ୍ ମିଳୁନଥିବା ବେଳେ ଅନ୍ତିମ ସଂତ୍କାର ପାଇଁ ହଜାର ହଜାର ମୃତଦେହ ଅପେକ୍ଷାରେ ରହୁଛି । ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବାରୁ ସ୍ବାସ୍ଥ୍ୟକର୍ମୀଙ୍କୁ ନୟାନ୍ତ ହେବାକୁ ପଡୁଛି । ତେବେ ଭାରତରେ ଏହି ସଂକ୍ରମଣ ମାମଲା ନିୟନ୍ତ୍ରଣାଧୀନ ରହିଛି । ଦୈନିକ ସଂକ୍ରମଣ ୨୦୦ରୁ କମ୍ ଚିହ୍ନଟ ହେଉଛି । କିନ୍ତୁ ବିଶ୍ବରେ କୋରୋନା ଭୟର ବାତାବରଣ ସୃଷ୍ଟି କରିଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: CORONA: ଗୁଜୁରାଟରେ ୨ ନୂଆ ଆକ୍ରାନ୍ତ ଚିହ୍ନଟ, ଅଷ୍ଟ୍ରେଲିଆ ଚୀନରୁ ଫେରିଥିବା ସୂଚନା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.