ETV Bharat / state

Heavy Rainfall: ୧୯୬୯ର ରେକର୍ଡ ଭାଙ୍ଗିଲା ଭୁବନେଶ୍ବରର ବର୍ଷା, ୪ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

author img

By

Published : Aug 1, 2023, 7:25 PM IST

Etv Bharat
Etv Bharat

ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଜାରି ରହିଛି ପ୍ରବଳ ବର୍ଷା । ଯାହାକି ୧୯୬୯ର ରେକର୍ଡ ଭାଙ୍ଗିଥିବା କହିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

୧୯୬୯ର ରେକର୍ଡ ଭାଙ୍ଗିଲା ଭୁବନେଶ୍ବରର ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଆଜି ସକାଳେ ଅବପାତଟି ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ଆଜି ଆଉ ଆସନ୍ତାକାଲି ପାଇଁ ଅର୍ଥାତ ୨ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେପଟେ ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଏହା ୧୯୬୯ ର ରେକର୍ଡ ଭାଙ୍ଗିଛି ବୋଲି କହିଛି ପାଣିପାଗ ବିଭାଗ ।

ଲଘୁଚାପ ଉତ୍ତର-ପଶ୍ଚିମ ମୁହାଁ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଦେଇ ଝାଡଖଣ୍ଡ ଆଡକୁ ପଶ୍ଚିମା ମୁହାଁ ହୋଇ ଗତି କରିବ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ଆଜି ଆଉ ଆସନ୍ତାକାଲି ପାଇଁ ଅର୍ଥାତ ୨ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷ ଭାବେ ପଶ୍ଚିମା ଓଡ଼ିଶା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ୪ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଓ ପ୍ରବଳ ବର୍ଷାକୁ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- ଅସରାଏ ବର୍ଷାରେ ବେହାଲ ଭୁବନେଶ୍ୱର; ରାସ୍ତାରେ ଆଣ୍ଠୁଏ ପାଣି, ବୁଡ଼ିଲା ଗାଡ଼ି

ରେଡ ଆଲର୍ଟ ଜାରି ଥିବା ୪ ଜିଲ୍ଲା ହେଉଛି ବାଲେଶ୍ବର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ । ସେହିପରି ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ସୁନ୍ଦରଗଡ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ବର ପରି ୧୪ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ଥିବା ୭ ଜିଲ୍ଲା ହେଉଛି ବରଗଡ଼, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ଗଞ୍ଜାମ ।

ଏହାସହ ଏହି ପ୍ରବଳ ବର୍ଷାର ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ଆକସ୍ମିକ ବନ୍ୟା, ରାସ୍ତାରେ ଟ୍ରାଫିକ ସମସ୍ୟା, ମାଟି କାନ୍ଥ ପଡିଯିବା ଭଳି ଆଶଙ୍କା ରହିଛି । ତେଣୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏହାସହ ଆଜି ଓ କାଲି ପାଇଁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବିମାନଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ଆଜି ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବା ବେଳେ ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବାଧିକ ୨୫୨.୨ ମିମି ବର୍ଷା ରେକର୍ଡ ହୋଇଛି । ଯାହା ୧୯୬୯ର ରେକର୍ଡ ଭାଙ୍ଗିଛି ବୋଲି କହିଛି ପାଣିପାଗ ବିଭାଗ । ଜୁଲାଇ ୩୧ ତାରିଖ ମଧ୍ୟରେ ଆଉ ଅଗଷ୍ଟ ୧ ସୁଦ୍ଧା ୧୯୬୯ ରେ ଭୁବନେଶ୍ବର ରେ ୨୮୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏଭଳି ତୀବ୍ରତର ବର୍ଷା ଦ୍ବିତୀୟ ବୋଲି କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.