ETV Bharat / state

ତାଲା ଭାଙ୍ଗି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

author img

By

Published : Sep 30, 2022, 12:33 PM IST

ତାଲା ଭାଙ୍ଗି ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ସୁନା ସହ ୫୦ ହଜାର ଲୁଟିନେଲେ । ଅଧିକ ପଢ଼ନ୍ତୁ

dacoits loot jewellery and cash in khordha
ତାଲା ଭାଙ୍ଗି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

ଖୋର୍ଦ୍ଧା: ବାଙ୍କୋଇ ଫାଣ୍ଡି ଅଞ୍ଚଳରେ ଦିନକୁ ଚୋରି ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ଟେର୍‌ ପାଉନି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍‌ କରିଚାଲିଛନ୍ତି ଦୁର୍ବୃତ୍ତ । ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ କୁମ୍ଭାରୀ ଛକରେ ଥିବା ଏକ ଘରେ ଦୁବୃର୍ତ୍ତମାନେ ଘରର ଗ୍ରୀଲତାଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ହଜାର ଟଙ୍କା ଲୁଟ୍‌ କରିଥିବା ବାଙ୍କୋଇ ଫାଣ୍ଡିରେ ଏତଲା ହୋଇଛି ।

ତାଲା ଭାଙ୍ଗି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

ମିଳିଥିବା ସୂଚନା ଅନୁସାରେ, ଫତେଗଡ ଗ୍ରାମର ପ୍ରମୋଦ ପାତ୍ର ଓ ତାଙ୍କର ସ୍ତ୍ରୀ ଚନ୍ଦନା ପାତ୍ର ରାଜସୁନାଖଳା କୁମ୍ଭାରୀ ଛକ ମେନ୍‌ରୋଡ ନିକଟରେ ଦୀର୍ଘ ଏକ ବର୍ଷ ଧରି ରହି ଆସୁଥିଲେ । ଉଭୟେ ଏକ ଦଶାହ କାର୍ଯ୍ଯରେ ଯୋଗ ଦେବା ପାଇଁ ମଙ୍ଗଳବାର ଗ୍ରାମକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୁତ୍ତ ଚନ୍ଦନା ପାତ୍ରଙ୍କ ଘରର ଗ୍ରୀଲ ତାଡି ଘର ଭିତରେ ପଶିଥିବା ଅଭିଯୋଗ ହୋଇଛି । ଘରର ଗଡ଼ରେଜ ଭାଙ୍ଗି ସିକ୍ରେଟ ଚାବିକୁ ଖୋଲି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ହଜାର ଟଙ୍କା ଚୋରି କରି ନେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Vigilance Trap: ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ

ଚନ୍ଦ୍ରନା ଘରକୁ ଫେରି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଚନ୍ଦନା ପାତ୍ର ବାଙ୍କୋଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଛି ଦିନ ତଳେ ଆରିକିମା ଗ୍ରାମରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଲା । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ଅପରାଧିକୁ ଧରିବାରେ ସଫଳ ହୋଇନାହିଁ । ଯାହା ଫଳରେ ପୋଲିସର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.