ETV Bharat / state

Fake Mo School Website: ଚାକିରି ଆଶାୟୀଙ୍କୁ ଠକିବାକୁ ସରକାରୀ ଥୋପ ! ମୋ ସ୍କୁଲ ଅଭିଯାନ ନାଁରେ ଠକୁଥିବା ଠକ ଗିରଫ

author img

By ETV Bharat Odisha Team

Published : Aug 26, 2023, 6:54 PM IST

Updated : Aug 26, 2023, 9:53 PM IST

ଚାକିରି ଆଶାୟୀଙ୍କୁ ଠକିବାକୁ ସରକାରୀ ଥୋପ । ମୋ' ସ୍କୁଲ ଅଭିଯାନ ନାଁରେ ନକଲି ୱେବସାଇଟ ଖୋଲି ଚାକିରି ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟୁଥିଲେ । ତିନି ଜଣଙ୍କ ଗିରଫ କଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନା । ଅଧିକ ପଢ଼ନ୍ତୁ

accused arrested for running fake govt website
ମୋ ସ୍କୁଲ ଅଭିଯାନ ନାଁରେ ଠକେଇ

ମୋ ସ୍କୁଲ ଅଭିଯାନ ନାଁରେ ଠକେଇ

ଭୁବନେଶ୍ବର: ସରକାରୀ ଓ୍ବେବସାଇଟର ନକଲି କରି ଠକୁଥିଲେ । ମୋ' ସ୍କୁଲ ଅଭିଯାନରେ ଟିଚିଂ ଓ ନନ ଟିଚିଂ ଚାକିରି ଆଳରେ ଆଶାୟୀଙ୍କୁ ଚୁନା ଲଗାଇଥିଲେ । ଶେଷରେ ଏହି ଠକଙ୍କୁ ଧରିବାରେ ସଫଳ ହୋଇଛି ସାଇବର ଓ ଅର୍ଥନୈତିକ ଅପରାଧ ଥାନା । ଏହି ଘଟଣାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ ଖସି ଯାଇଛି । ଭରତପୁର ଥାନା ଅଞ୍ଚଳର ଅମର ସାମଲ, ବ୍ରହ୍ମପୁରର ରାଇଗୁଲୁ ପାତ୍ରୋ, ଖଣ୍ଡଗିରିର ମଦନ ନାଗକୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨ଲକ୍ଷ ଟଙ୍କା ସମେତ ଦୁଇଟି ଲାପଟପ୍, ଗୋଟିଏ ସିପିୟୁ ଓ ଡେସ୍କଟପ, ୧୩ଟି ମୋବାଇଲ ସମେତ ୪ଟି ପାସବୁକ ଓ ଏକାଧିକ ଆଇଡି କାର୍ଡ ଜବତ ଜବତ କରିଛି ପୋଲିସ ।

ଏସିପି ଜୋନ୫ଙ୍କ ସୂଚନା ଅନୁଯାୟୀ, ଏମାନେ ବିଶେଷ କରି ସରକାରୀ ଓ୍ବେବସାଇଟ ପରି ଅବିକଳ ନକଲ ଓ୍ବେବସାଇଟ କରିଥିଲେ । ମୋସ୍କୁଲ.ଇନ ବଦଳରେ ମୋ ସ୍କୁଲ.ଅନଲାଇନର ଓ୍ବେବସାଇଟ କରି ନିଯୁକ୍ତି ବିଜ୍ଞପ୍ତି ଦେଉଥିଲେ । ପରେ ଠକ ଅମର ସାମଲ ନିଜକୁ ଜଣେ ଅବସରପ୍ରାପ୍ତ IAS ଅଧିକାରୀର ପରିଚୟ ଦେଇ ଆଶାୟୀଙ୍କୁ ଆବେଦନ ପାଇଁ କହୁଥିଲା । ସେମାନଙ୍କଠୁ ଚାକିରି କରାଇଦେବାର ଲୋଭ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ । ତେବେ ଟିଚିଂ ଓ ନନ ଟିଚିଂ ପୋଷ୍ଟ ପାଇଁ ବିଭିନ୍ନ ଜିଲ୍ଲାରୁ ଅନେକ ଆଶାୟୀ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ସେମାନଙ୍କୁ କେବଳ ସରକାରୀ ଷ୍ଟାମ୍ପ ଥିବା ଲେଟର ଦେଇ ଆଉ ଧରାଛୁଆ ଦେଉନଥିଲେ । ଏନେଇ ମୋ' ସ୍କୁଲ ଅଭିଯାନ ପକ୍ଷରୁ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶରେ ସାଇବର ଥାନାରେ ଏକ ଅଭିଯୋଗ ହୋଇଥିଲା । ସାଇବର ଥାନା ଏହାର ତଦନ୍ତ କରି ନକଲି ୱେବସାଇଟ ଖୋଲିଥିବା ଠକଙ୍କୁ ଧରିବାରେ ସଫଳ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ

ତେବେ ଏହି ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ଥିବା ଜଣାପଡ଼ିଛି । ଆଶାୟୀଙ୍କ ଠାରୁ ଟଙ୍କା ନେବା ପାଇଁ ଠକମାନେ ଆକାଉଣ୍ଟର ବ୍ୟବହାର କରୁଥିଲେ ବୋଲି ତଦନ୍ତ ବେଳେ ଜଣାପଡିଛି । ଅଭିଯୁକ୍ତ ଅମର ସାମଲ ପୁରୀର ଜଣେ ବୟସ୍କ ମହିଳାଙ୍କ ଲୋନ କରାଇ ଦେବାର ଲୋଭ ଦେଖାଇଥିଲା । ତାଙ୍କ ଟିପ ଚିହ୍ନ ଏବଂ ଡକ୍ୟୁମେଣ୍ଟ ଆଧାରରେ ବ୍ୟାଙ୍କରେ ନିଜକୁ ମହିଳାଙ୍କ ସ୍ବାମୀ ପରିଚୟ ଦେଇ ଆକାଉଣ୍ଟ ଖୋଲିଥିଲା । ସେହି ଆକାଉଣ୍ଟରେ ଠକେଇ ଟଙ୍କା କାରବାର କରୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 26, 2023, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.