ETV Bharat / state

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ

author img

By

Published : Aug 2, 2023, 7:49 PM IST

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପୋଲିସ କମିସନର ଙ୍କୁ ଚିଠି ଲେଖିଲେ ବିଭାଗୀୟ ସଚିବ। MSAPS କାର୍ଯ୍ୟାଳୟ ନାମରେ ନିଯୁକ୍ତି ବିଷୟରେ ନକଲି ବିଜ୍ଞାପନ ପ୍ରକାଶ କରାଯାଉଛି। ଅଧିକ ପଢନ୍ତୁ

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ
ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ

ଭୁବନେଶ୍ବର: ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ । ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ କମିଶନର ଙ୍କୁ ଚିଠି ଲେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ। ଜାଲ ୱେବସାଇଟ ଦ୍ଵାରା ଅନେକ ଆଶାୟୀ ଭୁଲ ମାର୍ଗରେ ନପଡିବେ ସେନେଇ ଉକ୍ତ ଜାଲ ୱେବସାଇଟ ବିରୋଧରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ
ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପୋଲିସ କମିସନର ଙ୍କୁ ଚିଠି ଲେଖିଲେ ବିଭାଗୀୟ ସଚିବ। MSAPS କାର୍ଯ୍ୟାଳୟ ନାମରେ ନିଯୁକ୍ତି ବିଷୟରେ ନକଲି ବିଜ୍ଞାପନ ପ୍ରକାଶ କରାଯାଉଛି। ଯେଭଳି ଭାବରେ ଚାକିରି ଆଶାୟୀ ମାନେ ଭୁଲ ମାର୍ଗରେ ନଯିବେ ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି କରିଛନ୍ତି। ତେବେ ଏହି ଖବର ପାଇବା ପାରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ। ଏହା ପରେ ବିଭାଗୀୟ ସଚିବ ଅଶ୍ବଥୀ ଏସ ଭୁବନେଶ୍ବର କଟକ ପୋଲିସ କମିଶନରଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି। ଭୁବନେଶ୍ବର ସାଇବର ଥାନାରେ କେସ ରୁଜୁ ମାଧ୍ୟ ହୋଇଛି। ଏହି ସୂଚନା ପାଇବା ପରେ ମୋ ସ୍କୁଲ କାର୍ଯ୍ୟାଳୟ ଭୁବନେଶ୍ବରରେ ସାଇବର କ୍ରାଇମ ପୋଲିସ ସେଲକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ
ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ନାମରେ ଜାଲ ନିଯୁକ୍ତି ବିଜ୍ଞାପନ

ଏହାବି ପଢନ୍ତୁ- ନକଲି ବିଶ୍ଵବିଦ୍ୟାଳୟ ନେଇ ସତର୍କ କରାଇଲା ୟୁଜିସି: ଓଡ଼ିଶାରେ ନାହିଁ, ଦେଶରେ ରହିଛି ୨୦ଟି

ସୂଚନା ଅନୁଯାୟୀ, ମୋ ସ୍କୁଲ ଅଭିଯାନ ସଙ୍ଗଠନ ନାମରେ ଜାଲ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ବିଭିନ୍ନ ପଦବୀ ଖାଲି ଥିବା ନେଇ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିରେ ପିଅନ ଡାଟା ଏଣ୍ଟ୍ରି ଅପରେଟର ଓ ଆସିଷ୍ଟାଣ୍ଟ ଭଳି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଜାଲ ବିଜ୍ଞାପନ ୨ ରୁ ୩ ମାସ ହେଲାଣି ୱାଟସପ ରେ ଘୂରି ବୁଲୁଥିଲା। ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ମୋ ସ୍କୁଲ ନାଁରେ ଫେକ ୱେବ୍‌ସାଇଟ ପ୍ରସ୍ତୁତ କରାଯାଇଛି । ସେଠାରେ ଓସେପା ରାଜ୍ୟ ପ୍ରକଳ୍ପଙ୍କ ଜାଲ ଦସ୍ତଖତର ଏକ ବିଜ୍ଞାପାନ ମଧ୍ୟ ରହିଛି । ତେବେ moschool.in ର ଏକ ନକଲି ୱେବସାଇଟ ପ୍ରସ୍ତୁତ କରାଯାଇଛି। କଟକରୁ ଏକ ସଫ୍ଟୱେୟାର ଫାର୍ମ SOFTVITY ୱେବ ପାର୍ଟନର ଦ୍ବାରା ବିକଶିତ ହୋଇଥିବା ଏହି ୱେବସାଇଟ ବିଷୟରେ ପ୍ରମାଣ ପାଇବା ପରେ, MSAPS କାର୍ଯ୍ୟାଳୟ ଜୁଲାଇ 7 ତାରିଖରେ ଏତାଲା ଦିଆଯାଇଥିଲା । ଏନେଇ ମାମଲା ନଂ 0058 ରେ ରୁଜୁ ହୋଇଥିଲା ।

ଇତି ମଧ୍ୟରେ, ଅନେକ ଚାକିରୀ ଆଶାୟୀ ଉଭୟ ଟେଲିଫୋନ ଏବଂ ନିଜେ ନକଲି MSAPS କାର୍ଯ୍ୟାଳୟକୁ ଯାଉଛନ୍ତି। ଚାକିରୀ ପାଇଁ ଆଲୋଚନା କରୁଛନ୍ତି । ନକଲୀ କର୍ତ୍ତୃପକ୍ଷ ଏନେଇ ଆଶାୟୀଙ୍କୁ ବିପୁଳ ପରିମାଣର ଟଙ୍କା ମାଗୁଥିବାର ସୂଚନା ଦେଇଛନ୍ତି ଆଶାୟୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.