ETV Bharat / state

IT ଶିଳ୍ପରେ ବୃହତ ନିବେଶ ପାଇଁ MOU ସ୍ଵାକ୍ଷରିତ: ନିବେଶ ହେବ ୮୨୦୦ କୋଟି, ୪୦୦୦୦ ନିଯୁକ୍ତି ସୃଷ୍ଟି

author img

By

Published : Dec 4, 2022, 7:02 AM IST

Updated : Dec 4, 2022, 9:18 AM IST

IT ଶିଳ୍ପରେ ବୃହତ ନିବେଶ ପାଇଁ ବୁଝାମଣାପତ୍ର ସ୍ଵାକ୍ଷର, ନିବେଶ ହେବ ୮୨୦୦ କୋଟି, ୪୦୦୦୦ ନିଯୁକ୍ତି ସୃଷ୍ଟି
IT ଶିଳ୍ପରେ ବୃହତ ନିବେଶ ପାଇଁ ବୁଝାମଣାପତ୍ର ସ୍ଵାକ୍ଷର, ନିବେଶ ହେବ ୮୨୦୦ କୋଟି, ୪୦୦୦୦ ନିଯୁକ୍ତି ସୃଷ୍ଟି

ମେକ ଇନ ଓଡିଶା କନକ୍ଲେଭ-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହି ଅବସରରେ ରେଲଟେଲ, ଇଣ୍ଟେଲ, ଆଡ଼ୋବେ, ଓରାକେଲ, ଗ୍ଲୋବାଲ ଫାଉଣ୍ଡରିଜ, ଏପିକ ଫାଉନଡେଶନ କମ୍ପାନୀମାନଙ୍କ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ଵାରା ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମେକ ଇନ ଓଡିଶା କନକ୍ଲେଭ-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହି ଅବସରରେ ରେଲଟେଲ, ଇଣ୍ଟେଲ, ଆଡ଼ୋବେ, ଓରାକେଲ, ଗ୍ଲୋବାଲ ଫାଉଣ୍ଡରିଜ, ଏପିକ ଫାଉନଡେଶନ କମ୍ପାନୀମାନଙ୍କ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ଵାରା ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ୮ ହଜାର ୨୦୦ କୋଟି ଟଙ୍କାର ନିବେଶ ପାଇଁ ହୋଇଥିବା ଏହି ପ୍ରତିବଦ୍ଧତା ଏବଂ ବୁଝାମଣାପତ୍ର ଫଳରେ ରାଜ୍ୟରେ ପାଖାପାଖି ୪୦୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

IT ଶିଳ୍ପରେ ବୃହତ ନିବେଶ ପାଇଁ ବୁଝାମଣାପତ୍ର ସ୍ଵାକ୍ଷର, ନିବେଶ ହେବ ୮୨୦୦ କୋଟି, ୪୦୦୦୦ ନିଯୁକ୍ତି ସୃଷ୍ଟି
IT ଶିଳ୍ପରେ ବୃହତ ନିବେଶ ପାଇଁ ବୁଝାମଣାପତ୍ର ସ୍ଵାକ୍ଷର, ନିବେଶ ହେବ ୮୨୦୦ କୋଟି, ୪୦୦୦୦ ନିଯୁକ୍ତି ସୃଷ୍ଟି

ଏହାବି ପଢନ୍ତୁ- Make in Odisha conclave: ଉଦଯାପନ ହେଲା ଶିଳ୍ପ ମହାକୁମ୍ଭ, ସହଯୋଗ ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଏହି ବିଶ୍ଵସ୍ତରୀୟ ସମାବେଶରେ ବିଶ୍ଵର କୋଣ ଅନୁକୋଣରୁ ନିବେଶକମାନେ ଯୋଗ ଦେଇଛନ୍ତି । ଓଡ଼ିଶାରେ ନିବେଶ ପାଇଁ ଉପସ୍ଥିତ ଅନେକ ନିବେଶକଙ୍କ ମଧ୍ୟରେ ବହୁ ଆଗ୍ରହ ଦେଖିବାକୁ ମିଳିଛି । ବିଶ୍ଵର ପ୍ରତିଷ୍ଠିତ କମ୍ପାନୀ ଯଥା ଇଣ୍ଟେଲ, ଓରାକେଲ, ଗ୍ଲୋବାଲଫାଉଣ୍ଡରି, ଜୁପିଟର ସୋଲାର, ଡେଲୋଏଟ, ଆଇବିଏମ, ହାପିଏଷ୍ଟ ମାଇଣ୍ଡସ, ଆଦାନୀ ଗ୍ରୁପ, ରେଲଟେଲ, ଆଡ଼ୋବେ ଆର୍ନଷ୍ଟ ଆଣ୍ଡ ୟଙ୍ଗ ଏବଂ ଆରୋନ କ୍ୟାପିଟାଲ ଏହି ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ସହିତ ନିବେଶ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଓଡ଼ିଶାରେ ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ନିବେଶକମାନଙ୍କ ଉତ୍ସାହ ଏବଂ ଆଗ୍ରହ ଏକ ସମୃଦ୍ଧ ଓଡିଶାର ଆଭାସ ଦେଉଛି । ଏହା ଦ୍ଵାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସ୍ପଷ୍ଟ ଏବଂ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନେକ ଶିକ୍ଷିତ ଯୁବକ ଯୁବତୀ ଏହା ଦ୍ଵାରା ଲାଭପ୍ରଦ ହେବେ ।

ରେଲଟେଲ -

ରେଲଟେଲ (RailTel) ହେଉଛି ରେଳ ମନ୍ତ୍ରଣାଳୟର ଏକ ତାଲିକାଭୁକ୍ତ ସିପିଏସୟୁ(CPSU) ଏବଂ ଦେଶର ପ୍ରତିଷ୍ଠିତ ନିରପେକ୍ଷ ଭିତ୍ତିଭୂମି ଟେଲିକମ ସେବା ପ୍ରଦାନକାରୀମାନଙ୍କ ମଧ୍ୟରୁ ଅନ୍ୟତମ । ରାଜ୍ୟ ସରକାର ଏବଂ ରେଲଟେଲ(RailTel) ମଧ୍ୟରେ ସ୍ଵାକ୍ଷର ହୋଇଥିବା ଏହିଭଳି ଏମଓୟୁ (MoU) ଏହାପୂର୍ବରୁ କୌଣସି ଅନ୍ୟ ରାଜ୍ୟ ସହିତ ହୋଇଥିବା ବୁଝାମଣାପତ୍ର ଠାରୁ ସମ୍ପୂର୍ଣଭାବେ ଭିନ୍ନ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିନିଯୋଗ କ୍ଷେତ୍ରରେ ଏହା ଆମ ରାଜ୍ୟ ପାଇଁ ଅନେକ ସୁଯୋଗ ଆଣିଦେବ । ରେଲଟେଲ ପୁରୀରେ ଏକ ନିରପେକ୍ଷ ବୁଡ଼ାଜାହାଜ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବାରେ ସରକାରଙ୍କ ସହ ସହଯୋଗ କରିବ । ଯାହା ତଥ୍ୟ ସଂଯୋଗକୁ ଅଧିକ ଉନ୍ନତ କରିବ ଏବଂ ରାଜ୍ୟର ଆଇଟି କ୍ଷେତ୍ରର ଅଧିକ ଅଭିବୃଦ୍ଧିକୁ ସୁଗମ କରିବ ।

ଇଣ୍ଟେଲ –

ଓଡ଼ିଶା ସରକାର ଏବଂ ଇଣ୍ଟେଲ ମଧ୍ୟରେ ହୋଇଥିବା ଏହି ବୁଝାମଣା ମୁତାବିକ, ଇଣ୍ଟେଲ ଟେକନୋଲଜି କ୍ଷେତ୍ରରେ ହେଉଥିବା ଉନ୍ନତିକରଣ ଯଥା ଇଣ୍ଡଷ୍ଟ୍ରି -୪.୦, ଆଇଓଟି, ଏଆଇ/ଏମଏଲ, 5ଜି, ୱେୟାରଲେସ୍ ସେନସର୍ ନେଟୱାର୍କ, ଏଆର/ଭିଆର/ଏକ୍ସଆର ଭଳି ନୂତନ ବିଷୟରେ ବିଭାଗର ନଲେଜ ପାର୍ଟନର ଭୂମିକା ନିର୍ବାହ କରିବ । ଏହି ସହଭାଗୀତାର ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ଗ୍ରାମାଞ୍ଚଳରେ ଉପଲବ୍ଧ ନେଟୱାର୍କ ବ୍ୟବସ୍ଥାକୁ ୱେୟାରଲେସ୍ ସେନସର୍ ନେଟୱାର୍କରେ ପରିଣତ କରିବା, ସରକାରୀ ବ୍ୟବସ୍ଥାରେ ଅତ୍ୟାଧୁନିକ ଟେକ୍ନିକାଲ ଉନ୍ନତିକରଣକୁ ସାମିଲ କରିବା, ସାର୍ବଜନୀନ ପରିବହନକୁ ଅଧିକ ସୁରକ୍ଷିତ ଏବଂ ସୁଦୃଢ କରିବା, ଡାଟାସେଟ୍ ଆକସେସ୍ ପ୍ରଦାନ କରିବା ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ ।

ଆଡୋବ -

ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍-ମାନଙ୍କ ଡିଜିଟାଲ୍ ଶିକ୍ଷା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଆଡୋବ ଓଡ଼ିଶା ସରକାରଙ୍କ ସହ ସହଯୋଗ କରିବେ ।

ଓରାକେଲ -

ଏହା ପୂର୍ବରୁ ମଧ୍ୟ ଓରାକେଲ ରାଜ୍ୟ ସରକାରଙ୍କ ସହିତ ଏକ ଚୁକ୍ତିସ୍ୱାକ୍ଷର କରିଛି । ପୁନର୍ବାର, ଓରାକେଲ ଏକାଡେମୀ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଦିଗରେ ଆସନ୍ତା ଚାରି ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ଵାକ୍ଷର କରାଯାଇଛି । ଓରାକେଲ୍ ଏକାଡେମୀ ସମଗ୍ର ବିଶ୍ୱରେ ଶିକ୍ଷାନୁଷ୍ଠାନ, ଶିକ୍ଷାବିତ୍, ଏବଂ ବୈଷୟିକ ଅଂଶୀଦାରମାନଙ୍କ ସହିତ ମିଶି ବୈଷୟିକ ଦକ୍ଷତାବୃଦ୍ଧି କ୍ଷେତ୍ରରେ କାର୍ଯ୍ୟକରେ ଏହି ପ୍ରୟାସ ଦ୍ଵାରା ଓଡ଼ିଶାର ଅନେକ ପ୍ରତିଭା ବୈଷୟିକ ବିଜ୍ଞାନ ଶିକ୍ଷା ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଲାଭବାନ ହୋଇପାରିବେ ।

ଏହାବି ପଢନ୍ତୁ- Silk Cultivation: କେନ୍ଦ୍ରୀୟ ରେଶମ ବୋର୍ଡ ଦେଉଛି ପ୍ରଶିକ୍ଷଣ, ଟସର ଚାଷ କରି ଲାଭବାନ ଚାଷୀ

ଗ୍ଲୋବାଲଫାଉଣ୍ଡରିଜ-

ଗ୍ଲୋବାଲ୍ ଫାଉଣ୍ଡ୍ରିଜ୍, ବିଶ୍ୱର ଅନ୍ୟତମ ଅଗ୍ରଣୀ ସେମିକଣ୍ଡକ୍ଟର ନିର୍ମାତା ଯାହା ସେମିକଣ୍ଡକ୍ଟର ଡିଜାଇନ୍, ଏବଂ ପ୍ରସ୍ତୁତି କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଛନ୍ତି । ଓଡ଼ିଶାର ଇଞ୍ଜିନିୟରିଂ ଅନୁଷ୍ଠାନମାନଙ୍କରେ ସେମିକଣ୍ଡକ୍ଟର ଉତ୍ପାଦନ ସମ୍ବନ୍ଧୀୟ ପାଠ୍ୟକ୍ରମ ଡିଜାଇନ୍ ଏବଂ ତାଲିମ, ନବସୃଜନ ଲ୍ୟାବ୍ ସେଟ୍ ଅପ୍ ଏବଂ ଷ୍ଟାର୍ଟ ଅପ୍ ମଧ୍ୟରେ ଡିଜାଇନ୍ ବିଶେଷଜ୍ଞତାର ବିକାଶ ଭଳି କ୍ଷେତ୍ରରେ ସରକାରଙ୍କ ସହ ସହଯୋଗ କରିବ ।

ଏପିକ ଫାଉଣ୍ଡେସନ -

ଏଚସିଏଲ(HCL)ର ସହ-ପ୍ରତିଷ୍ଠାତା ଡକ୍ଟର ଅଜୟ ଚୌଧୁରୀ, ସେମିକଣ୍ଡକ୍ଟର ଶିଳ୍ପର ଭେଟେରାନ ଡକ୍ଟର ସତ୍ୟ ଗୁପ୍ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅଣ-ଲାଭ-ଜନକ(not-for-profit) ସଂଗଠନ ଇପିଆଇସି ଫାଉଣ୍ଡେସନ ଏବଂ ଅନ୍ୟ କେତେକ ସଂସ୍ଥା ଟ୍ୟାବଲେଟ-ପିସି ପରି ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉତ୍ପାଦନରେ ରାଜ୍ୟର କ୍ଷମତା ବୃଦ୍ଧି କରିବାରେ ସରକାରଙ୍କ ସହ ସହଯୋଗ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 4, 2022, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.