ETV Bharat / state

Make in Odisha conclave: ଉଦଯାପନ ହେଲା ଶିଳ୍ପ ମହାକୁମ୍ଭ, ସହଯୋଗ ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 3, 2022, 10:14 PM IST

ଶେଷ ହୋଇଛି ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା (Make In Odisha Conclave 2022) । ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ଆଶାଠୁ ଅଧିକ ସଫଳ ହୋଇଛି । ରାଜ୍ୟକୁ 10 ଲକ୍ଷ 50 ହଜାର କୋଟିରୁ ଉର୍ଦ୍ଧ୍ବ ନିବେଶ ପ୍ରସ୍ତାବ ଆସିଛି । ଅଧିକ ପଢନ୍ତୁ

Make in Odisha conclave 2022: ଉଦଯାପନ ହେଲା ଶିଳ୍ପ ମହାକୁମ୍ଭ, ସହଯୋଗ ପାଇଁ ଧନ୍ୟବାଦ ଦଲେ ମୁଖ୍ୟମନ୍ତ୍ରୀ
Make in Odisha conclave 2022: ଉଦଯାପନ ହେଲା ଶିଳ୍ପ ମହାକୁମ୍ଭ, ସହଯୋଗ ପାଇଁ ଧନ୍ୟବାଦ ଦଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶେଷ ହୋଇଛି ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା (Make In Odisha Conclave 2022) । ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ଆଶାଠୁ ଅଧିକ ସଫଳ ହୋଇଛି । ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟକୁ 10 ଲକ୍ଷ 50 ହଜାର କୋଟିରୁ ଉର୍ଦ୍ଧ୍ବ ନିବେଶ ପ୍ରସ୍ତାବ ଆସିଛି । ଏହା ରୂପାୟନ ହେଲେ ରାଜ୍ୟରେ ପ୍ରାୟ 10 ଲକ୍ଷ 50 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (The Conclave has generated investment intents of Rs 10.50 lakh crore with potential for 10.50 lakh direct and indirect employment, says CM Naveen Patnaik) ଏହା କହିଛନ୍ତି ।

ଏହାବି ପଢନ୍ତୁ- Padmapur By Poll: ସରିଲା ପ୍ରଚାର, ବାହାର ଲୋକଙ୍କୁ ପଦ୍ମପୁର ଛାଡିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୃତୀୟ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଛନ୍ତି । ନିବେଶକମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ । ନୂଆ ଓଡ଼ିଶା ଗଠନରେ ସେମାନେ ଭାଗିଦାର ସାଜିବେ । ପ୍ରସ୍ତାବକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ବହୁ ପରିଶ୍ରମ କରି ଏ ନିବେଶ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ସମସ୍ତେ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ସହଯୋଗ ପାଇଁ ଫିକିକୁ ନବୀନ ଧନ୍ୟବାଦ ଜଣାଇଛନ୍ତି ।

ଏହାବି ପଢନ୍ତୁ- କମିଶନରେଟ ପୋଲିସରେ ଅଦଳବଦଳ, ବଦଳିଲେ ୨୦ ଅଫିସର

ଏହା ସହ କଣ୍ଟ୍ରି ପାର୍ଟନର ଜାପାନ, ନରଓ୍ବେ ଓ ଜର୍ମାନୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଶିଳ୍ପ, ବାଣିଜ୍ୟ ନେଇ ଆଗକୁ ସଂପର୍କ ଅଧିକ ସୁଦୃଢ଼ ହେବ ବୋଲି ନବୀନ କହିଛନ୍ତି । ଏ ଅବସରରେ ମେକ ଇନ ଓଡ଼ିଶା କନକ୍ଳେଭକୁ ସଫଳ କରାଇବାରେ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.