Padmapur By Poll: ସରିଲା ପ୍ରଚାର, ବାହାର ଲୋକଙ୍କୁ ପଦ୍ମପୁର ଛାଡିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

author img

By

Published : Dec 3, 2022, 9:41 PM IST

ସରିଲା ପ୍ରଚାର, ବାହାର ନେତାଙ୍କୁ ପଦ୍ମପୁର ଛାଡିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ସରିଲା ପ୍ରଚାର, ବାହାର ନେତାଙ୍କୁ ପଦ୍ମପୁର ଛାଡିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ()

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରଚାର । ପ୍ରଚାର ସମୟସୀମା ଶେଷ ହେବା ପରେ ପଦ୍ମପୁରର ବାହାର ଲୋକଙ୍କୁ ପଦ୍ମପୁର ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

ପଦ୍ମପୁର/ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରଚାର । ପ୍ରଚାର ସମୟସୀମା ଶେଷ ହେବା ପରେ ପଦ୍ମପୁରର ବାହାର ଲୋକଙ୍କୁ ପଦ୍ମପୁର ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ । ଏନେଇ ସଂଧ୍ୟାରେ ଜିଲ୍ଲାପାଳ ଓ ଏସପି ମିଳିତ ସମ୍ବାଦିକ ସମ୍ବିଳନୀ କରିଥିଲେ । ପ୍ରେସମିଟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ ସମସ୍ତ ଦଳର ନେତା ଓ ମନ୍ତ୍ରୀ ତଥା କାର୍ଯ୍ୟକର୍ତ୍ତାଙ୍କୁ ଜରୁରୀ ନିର୍ଦେଶ ଦେଇଥିଲେ ।

ସରିଲା ପ୍ରଚାର, ବାହାର ନେତାଙ୍କୁ ପଦ୍ମପୁର ଛାଡିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଏହାବି ପଢନ୍ତୁ- Padmapur By Poll: ପୁଣି ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ପଦ୍ମପୁରକୁ ଜିଲ୍ଲା ଗଠନରୁ କିଏ ଦେଇଥିଲା ବାଦ

ଆଜି ଠାରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କେବଳ ପଦ୍ମପୁର ଅଧିବାସୀ ବ୍ଯତୀତ ଅନ୍ୟ କେହି ରହିପାରିବେ ନାହିଁ। ସମସ୍ତ ବାହାର ଲୋକଙ୍କୁ ଆଜି ହିଁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଛାଡିବାକୁ ପଡିବ ବୋଲି ନିର୍ଦେଶ ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ରାତିରେ ସମସ୍ତ ହୋଟେଲ ଓ ଘର ଗୁଡିକୁ ଯାଞ୍ଚ କରାଯିବ । ପଦ୍ମପୁର ବାହାର ଲୋକ ଯଦି ପଦ୍ମପୁରରେ ଥିବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ସମସ୍ତଙ୍କୁ ସମୟ ଭିତରେ ପଦ୍ମପୁଟ ତ୍ୟାଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଭୋଟର ମାନଙ୍କୁ ମଧ୍ୟ ଜିଲ୍ଲାପାଳ ନିର୍ଭୟରେ ଆସି ସକାଳ 7 ଟାରୁ ଅପରାହ୍ନ 4 ଟା ଭିତରେ ମତଦାନ କରିବାକୁ ଅପିଲ କରିଛନ୍ତି ।

ମତଦାନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ସମୁଦାୟ 319 ଗୋଟି ବୁଥ କରାଯାଇଥିବା ବେଳେ 6 ଗୋଟି ପିଙ୍କ ବୁଥ 15 ଗୋଟି ମଡେଲ ବୁଥର ଆୟୋଜନ କରାଯାଇଛି । ବରଗଡ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ବରଗଡ ଏସପି ସୂଚନା ଦେଇଛନ୍ତି । ସେହିପରି 45 ମୋବାଇଲ ପାର୍ଟି 15 ଟି ସେକ୍ଟର ପାର୍ଟି , 4 ଟି ସୁପରଭାଇଜିଂ ପାର୍ଟି , ବିଭିନ୍ନ ଗ୍ରାମ ବୁଥ ମାନଙ୍କୁ ଯାଇ ନିରୀକ୍ଷଣ କରିବେ । ଏତତ ବ୍ୟତୀତ 4 ଗୋଟି ସିନିୟର ସୁପରଭାଇଜରି ପାର୍ଟି ମଧ୍ୟ ରହିଛନ୍ତି । ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ 22 ଗୋଟି ନାକା କରାଯାଇଛି । ସେଥି ମଧ୍ୟରୁ 10 ଗୋଟି ନାକା ଛତିଶଗଡ ବୋର୍ଡରେ ରହିଥିବା ବେଳେ 12 ଗୋଟି ନାକା ଓଡିଶା ଭିତରେ ରହିଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ସବୁ ନାକା ରହିବ । ତିନି ସିଫ୍ଟରେ ନାକା ରେ 24 ଘଣ୍ଟା ପୋଲିସ କାର୍ଯ୍ୟ କରିବେ ବୋଲି ଏସି ପରମାର ସ୍ମିଥ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.