ETV Bharat / state

ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା

author img

By

Published : Oct 20, 2022, 7:44 PM IST

ଜଙ୍ଗଲ, ଜମି ଓ ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା
ଜଙ୍ଗଲ, ଜମି ଓ ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦକ୍ଷିଣେଶ୍ୱର ରାଜସ୍ବ ଗ୍ରାମର ସ୍ଥାୟୀ ବାସିନ୍ଦାମାନେ ଆଜି ଏକ ପ୍ରତିବାଦ ସଭା କରିଛନ୍ତି । ଜଙ୍ଗଲ ଜମିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ସ୍ଥାନୀୟ ତହସିଲଦାର ନିଲାମ ଦେଇ ପୁନର୍ବାର ଖଣି ଖୋଳିବାକୁ ପକ୍ରିୟା ଆରମ୍ଭ କରିଛନ୍ତି । ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜଙ୍ଗଲ, ଜମି ଓ ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଲେ ଅଞ୍ଚଳବାସୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦକ୍ଷିଣେଶ୍ୱର ରାଜସ୍ବ ଗ୍ରାମର ସ୍ଥାୟୀ ବାସିନ୍ଦାମାନେ ଆଜି ଏକ ପ୍ରତିବାଦ ସଭା କରିଛନ୍ତି । ବେଗୁନିଆ ବ୍ଲକ ଦକ୍ଷିଣେଶ୍ୱର ରାଜସ୍ବ ଗ୍ରାମର ସ୍ଥାୟୀ ବାସିନ୍ଦାମାନେ ପୁରୁଷାନୁକ୍ରମରେ ଏହି ଜଙ୍ଗଲ ଓ ଜମିର ବ୍ୟବହାର କରିଆସୁଛନ୍ତି । କିନ୍ତୁ କେତେକ ମାଫିଆ ଦୀର୍ଘ ଦିନ ଧରି ଧମକ ଚମକ ଓ ଭୟ ଦେଖେଇ ଜଙ୍ଗଲ କାଟି ମାଙ୍କଡ ପଥର ଖଣି କରି ଶହ ଶହ ବର୍ଷର ମାଙ୍କଡ ପଥର ଚୋରି କରୁଥିଲେ ।

ଜଙ୍ଗଲଜମି ଓ ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା

ଏହାଦ୍ୱାରା ଜଙ୍ଗଲ ମଧ୍ୟରେ ବିରାଟ ବିରାଟ ଖାଲ ହୋଇ ଧନ ଜୀବନ ନଷ୍ଟ ହେଉଛି । ଗ୍ରାମବାସୀଙ୍କ ବିରୋଧ କରି ମାଫିଆଙ୍କ ମାନଙ୍କ କବଜାରେ ଥିବା ଜଙ୍ଗଲ ଜମିକୁ ନିଜ ହେପାଜତକୁ ଆଣିଲେ । କିନ୍ତୁ ବର୍ତ୍ତମାନ ସେହି ଜଙ୍ଗଲ ଜମିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ସ୍ଥାନୀୟ ତହସିଲଦାର ନିଲାମ ଦେଇ ପୁନର୍ବାର ଖଣି ଖୋଳିବାକୁ ପକ୍ରିୟା ଆରମ୍ଭ କରିଛନ୍ତି । ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ଏହା ମଧ୍ୟ ପଢନ୍ତୁ: Shootout in Nepal: ୩ ଭାରତୀୟଙ୍କ ସମେତ ୪ ଗିରଫ

ଏନେଇ ପୁର୍ବରୁ ଦକ୍ଷୀଣେଶ୍ବର, ବରପଦା, ବ୍ରାହ୍ମଣପୁଟ ମୌଜାର ଶତାଧିକ ପୁରୁଷ ଓ ମହିଳା ଏକାଠି ହୋଇ ଏକ ପ୍ରତିବାଦ ସଭା କରିଛନ୍ତି । ଏହି ସଭାରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ପରିବେଶବିତ ତଥା ଐତିହାସିକ ଅନୀଲ ଧୀର ଓ ଭାଷା ଆନ୍ଦୋଳନ, ଓଡ଼ିଶାର ଉପ ସଭାପତି ନବ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ଜଙ୍ଗଲ ଜମି ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଏନେଇ ଏକ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, "ଆମର ପୂର୍ବପୁରୁଷ ଅମଳରୁ ଗଛ ଲଗାଇ ଜଙ୍ଗଲକୁ ସୁରକ୍ଷା ଦେଇଆସିଛୁ । ବର୍ତ୍ତମାନ ମାଫିଆମାନେ ଆସି ପଥରକାଟି ଅଧା ଶେଷ କରିଲେଣି । ଆମେ ଶୁଣିବାକୁ ପାଇଛୁ ଯେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ନିଲାମ କରାଯାଇଛି । ତେଣୁ ଆମେ ଏହାର ବିରୋଧ କରୁଛୁ । ଆମେ ବର୍ତ୍ତମାନ ଗ୍ରାମବାସୀମାନେ ଏକଜୁଟ ହୋଇ ବନ୍ଦ କରିବା ପାଇଁ ଚେଷ୍ଟା କରୁଛୁ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.