ETV Bharat / state

ଚିଲିକା ଚିଙ୍ଗୁଡ଼ି ଘେରିରୁ ବନ୍ଦୀ ପାଣିକୁଆ ଉଦ୍ଧାର

author img

By

Published : Jan 4, 2023, 10:40 PM IST

Updated : Jan 5, 2023, 2:33 PM IST

ଉଦ୍ଧାର ପାଣିକୁଆ
ଉଦ୍ଧାର ପାଣିକୁଆ

ଚିଲିକା ଚିଙ୍ଗୁଡ଼ି ଘେରିରେ ଫସିରହିଥିବା ଏକ ପାଣିକୁଆକୁ ଉଦ୍ଧାର କରିଛି ପକ୍ଷୀଗଣନାକାରୀ ଟିମ । ଅଧିକ ପଢନ୍ତୁ

ଚିଲିକା ଚିଙ୍ଗୁଡ଼ି ଘେରିରୁ ବନ୍ଦୀ ପାଣିକୁଆ ଉଦ୍ଧାର

ଖୋର୍ଦ୍ଧା: ଚିଲିକା ଚିଙ୍ଗୁଡ଼ି ଘେରିରୁ ଉଦ୍ଧାର ହେଲା ପାଣି କୁଆ । ଚିଲିକା ଚିଙ୍ଗୁଡ଼ି ଘେରିରେ ଏକ ପାଣି କୁଆ ଫସି ରହିଥିଲା । ଚିଲିକାରେ ପକ୍ଷୀ ଗଣନାରେ ନିୟୋଜିତ ଟିମ ଏହି ପାଣି କୁଆକୁ ଉଦ୍ଧାର କରିଛନ୍ତି । ଚିଲିକାର ଏକ ପାଣିକୁଆ ଜାଲିରେ ଫସି ରହିଥିଲା । ତେବେ ଚିଲିକା ଚିଙ୍ଗୁଡ଼ି ଘେରିରୁ ବନ୍ଦୀ ହୋଇଥିବା ପାଣିକୁଆକୁ ଉଦ୍ଧାର କରାଯାଇଛି । ଚିଲିକାରେ ପକ୍ଷୀ ଗଣନାରେ ନିୟୋଜିତ ଟିମ ଏହି ପାଣିକୁଆକୁ ଉଦ୍ଧାର କରିଛନ୍ତି । ଚିଲିକାରେ ଆଜି ଚାଲିଛି ପକ୍ଷୀ ଗଣନା କାର୍ଯ୍ୟ । ପକ୍ଷୀ ଗଣନା ଲାଗି ନିୟୋଜିତ 18 ନମ୍ବର ଟିମ ଭାଗରେ ପଡ଼ିଥିଲା ସାତପଡ଼ା ଅଞ୍ଚଳ । ସେଇ ଟିମରେ ସଦସ୍ୟ ଥିଲେ କେନ୍ଦ୍ରାପଡ଼ା ଥାନାର ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ । ତାଙ୍କ ସହିତ ଥିଲେ ସ୍ନେକ୍ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା, ଅରଖକୁଦା ଫରେଷ୍ଟର ଦୁର୍ଗା ଚରଣ ଟୁଡୁ । ଡଙ୍ଗାରେ ବୁଲି ବିଦେଶାଗତ ପକ୍ଷୀମାନଙ୍କୁ ଗଣିବା ବେଳେ ମାଣିକ ପାଟଣା ନିକଟରେ ଏକ ଚିଙ୍ଗୁଡ଼ି ଘେରି ଭିତରେ ପାଣି କୁଆ(Little cormorant) ବନ୍ଦୀ ହୋଇଥିବା ଦେଖିବାକୁ ପାଇଥିଲେ ପକ୍ଷୀ ଗଣନା ଟିମ ।

ପାଣି କୁଆଟି ମାଛ ଖାଇବା ଆଶାରେ ଚିଙ୍ଗୁଡ଼ି ଘେରି ଭିତରେ ପଶି ସେଠାରୁ ଆଉ ବାହାରି ପାରି ନଥିଲା । ଫଳରେ ଚିଙ୍ଗୁଡି ଘେରିର ଜାଲ ଭିତରେ ଛଟପଟ ହେଉଥିଲା ପାଣିକୁଆ । ସେଠାରୁ ବାହାରିବାକୁ ଚେଷ୍ଟା କରିବା ସତ୍ତ୍ବେ ବିଫଳ ରହିଥିଲା । କେତେବେଳେ ପାଣି ଭିତରେ ବୁଡ଼ି ଯାଉଥିଲା ତ କେତେବେଳେ ଉଡ଼ିବା ପାଇଁ ଚେଷ୍ଟା କରି ପୁଣି ଜାଲିରେ ମାଡ଼ ହୋଇ ଖସି ପଡୁଥିଲା ।

ପକ୍ଷୀ ଗଣନାକାରୀ ଏହାକୁ ଦେଖି ସେଠାରେ ଅଟକି ଯାଇଥିଲେ । ଫସିରହିଥିବା ପାଣିକୁଆକୁ ମୁକୁଳାଇବା ପାଇଁ ଚିଙ୍ଗୁଡି ଘେରି ପାଖରେ ପହଁଞ୍ଚିଥିଲେ । ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ ଏବଂ ଲଳିତ ଉଭୟ ମିଶି ଚିଙ୍ଗୁଡି ଘେରିର ବାଉଁଶକୁ ଓପାଡ଼ି ଥିଲେ । ପରେ, ଲଳିତ ଯତ୍ନର ସହିତ ପାଣିକୁଆକୁ ଉଦ୍ଧାର କରି ଡଙ୍ଗା ଉପରକୁ ଆଣିଥିଲେ । ପାଣିକୁଆ ପକ୍ଷୀଟି ଦେହରେ ବିଶେଷ କ୍ଷତ ଚିହ୍ନ ପାଇ ନଥିଲା ଟିମ୍ । ପରେ ସଙ୍ଗେସଙ୍ଗେ ପକ୍ଷୀଟିକୁ ଛାଡି ଦିଆଯାଇଥିଲା । ସେପଟେ ଚିଲିକାରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଏବଂ ସିଡିଏ ପକ୍ଷରୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ 6ଟାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ମୋଟ 21ଟି ଟିମରେ 150ଜଣ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Jan 5, 2023, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.