ETV Bharat / state

Weather Update: ରଜରେ ବି କଲବଲ କରିବ ତାତି, 15 ପରେ ପ୍ରାକ ମୌସୁମୀ ଆସିବା ସମ୍ଭାବନା

author img

By

Published : Jun 11, 2023, 5:19 PM IST

Updated : Jun 11, 2023, 5:37 PM IST

heat wave warning
heat wave warning

ଚଳିତ ବର୍ଷ ପହିଲି ରଜରେ ବି ଜାରି ରହିବ ଭୀଷଣ ଗ୍ରୀଷ୍ମ ପ୍ରବାହ। 15 ତାରିଖ ପରେ ରାଜ୍ୟରେ ପ୍ରାକ ମୌସୁମୀ ଆସିବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ

Weather Update: ରଜରେ ବି କଲବଲ କରିବ ତାତି, 15 ପରେ ପ୍ରାକ ମୌସୁମୀ ଆସିବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ଆକାଶରୁ ହେଉଛି ଅଗ୍ନିଵର୍ଷା । ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଖରାର ପ୍ରକୋପ ଏତେ ରହିଛି ଯେ ରାସ୍ତାରେ ବାହାରିଲେ ଦେହ ହାତ ଓ ମୁହଁ ପୋଡିଯିବା ଭଳି ଲାଗୁଛି । ରୁଦ୍ର ତାପର ଏଭଳି ସ୍ଥିତି ଆଗାମୀ ୩ ଦିନ ଅର୍ଥାତ ୧୪ ତାରିଖ ଯାଏଁ ଲାଗି ରହିବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକଠାରୁ 6ରୁ 7 ଡିଗ୍ରୀ ଅଧିକ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ 15 ତାରିଖ ପରେ ପ୍ରାକ୍‌ ମୌସୁମୀ ଆସିବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୋନପୁର, ବଲାଙ୍ଗୀର, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ , ବରଗଡ଼, ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ମୟୂରଭଞ୍ଜ, ଅନୁଗୋଳ ଓ ଦେବଗଡ଼ । କାଳବୈଶାଖୀର ପ୍ରଭାବ ବିଶେଷ ନଥିବାରୁ ତାପମାତ୍ରା ବୃଦ୍ଧି ପାଉଛି । ପବନ କିଛି ସ୍ଥାନରେ ରହୁଛି । ତେଣୁ ଆସନ୍ତାକାଲି ମଧ୍ୟ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୪୦ ଡିଗ୍ରୀରୁ ଅଧିକା ତାପମାତ୍ରା ରହିବ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ନିଆର ପରମ୍ପରା, ମହାପ୍ରଭୁଙ୍କ ଗୁପ୍ତ ସେବାରେ ସାମିଲ ହେଲେ କୁନି ଦଇତାପତି

ଅନ୍ୟପଟେ ପ୍ରାକ ମୌସୁମୀ ବର୍ଷାର ଅଭାବ ପାଇଁ ମଧ୍ୟ ତାପମାତ୍ରା ଜୁନ୍‌ ମାସରେ ଅଧିକ ରହିଛି । କାରଣ ମୌସୁମୀ ବିଳମ୍ବରେ ଆସିଲେ ଗ୍ରୀଷ୍ମ ପ୍ରବାହ ବଢେ ବୋଲି ସୂଚନା ଦେଇଛି ବିଭାଗ । ସେହିପରି ଉପକୂଳରେ ଦିନ ସମୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି, ଯାହା ଫଳରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଯେହେତୁ ଏବେ ମୌସୁମୀ ଦୁର୍ବଳ ଅଛି ଓ ବାୟୁମଣ୍ଡଳରେ କୌଣସି ଟ୍ରପ୍‌ଲାଇନ ନାହିଁ ତେଣୁ ବର୍ଷା ହେବାର ସମ୍ଭାବନା ପ୍ରକ୍ରିୟା ଏବେ ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ରର ଉମାଶଙ୍କର ଦାଶ । ଅନ୍ୟପଟେ ଆରବ ସାଗରରେ ଥିବା ବାତ୍ୟା ବିପର୍ଯ୍ୟୟ ଉପକୂଳ ମୁହାଁ ହେଲେ ଜଳୀୟବାଷ୍ପ କିଛି ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି ।

ତେବେ ଏପରି ହେଲେ ରାଜ୍ୟରେ ସାମାନ୍ୟ ତାପମାତ୍ରା ପରିବର୍ତ୍ତନ ହୋଇପାରେ । ଏହାକୁ ନେଇ ୧୪ ତାରିଖ ପରଠୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ମୌସୁମୀର ସ୍ଥିତି ବର୍ତ୍ତମାନ ତାମିଲନାଡୁ, କର୍ଣ୍ଣାଟକ, ଭଳି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଉଛି। ଆସନ୍ତା 15 ତାରିଖ ପରେ ପ୍ରାକ ମୌସୁମୀ ଆସିବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଅସହ୍ୟ ଗରମରେ ରାଜ୍ୟ ସିଝୁଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 11, 2023, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.