ETV Bharat / state

ଆସନ୍ତାକାଲି ଯୁକ୍ତ 2 ତତ୍କାଳ ପରୀକ୍ଷା ପାଇଁ ଫର୍ମ ପୂରଣ, ଜୁଲାଇ ୧୩ରେ ପରୀକ୍ଷା

author img

By

Published : Jun 18, 2023, 8:56 PM IST

Etv Bharat
Etv Bharat

ଆସନ୍ତାକାଲି ଯୁକ୍ତ ଦୁଇ ତତ୍କାଳ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ । ଜୁଲାଇ ୧୩ ରେ ହେବ ପରୀକ୍ଷା । ଅଧିକ ପଢନ୍ତୁ

ଭୁବନେଶ୍ବର: ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଆସନ୍ତା କାଲିଠାରୁ ତତ୍କାଳ (ଇନଷ୍ଟାଣ୍ଟ୍‌) ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକ୍ରିୟା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଜୁଲାଇ ୧୩ ତାରିଖରେ ହେବ ଏହାର ପରୀକ୍ଷା ।

ଏହା ବି ପଢନ୍ତୁ- 5T ସଚିବଙ୍କ କାର୍ଯ୍ୟକୁ ନେଇ ବିଜେଡିକୁ ପ୍ରଶ୍ନବାଣରେ ଛନ୍ଦିଲେ ବିରୋଧୀ

ଏହି ପ୍ରକ୍ରିୟା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୭ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଫି’ ପୈଠ ହେବ । ଅଣ-ପ୍ରାକ୍ଟିକାଲ ବିଷୟ ପାଇଁ ଆବେଦନ କରୁଥିଲେ ୫୨୦ ଟଙ୍କା, ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର (ବାୟୋଲୋଜିକୁ ବାଦ ଦେଇ) ଲାଗି ଆବେଦନକାରୀଙ୍କୁ ୫୬୦ ଟଙ୍କା ଏବଂ ବାୟୋଲୋଜି ବିଷୟ ପାଇଁ ଆବେଦନକାରୀଙ୍କ ପାଇଁ ୬୪୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି । ଜୁଲାଇ ୧୩ ଏବଂ ୧୪ରେ ତତ୍କାଳ ପରୀକ୍ଷା ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଏଗ୍ରିଗେଟ ୨୧୦ ନମ୍ବର ରଖି ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ୧୨୨୭ ଛାତ୍ରଛାତ୍ରୀ ତତ୍କାଳ ପରୀକ୍ଷା ଦେଇପାରିବେ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଭଳି କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ପାସ୍‌ ହାର ଚଳିତ ବର୍ଷ ହ୍ରାସ ପାଇଛି । ଗତ ବର୍ଷ କଳାରେ 82.10 ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ 78.88 ପ୍ରତିଶତ ପିଲା ପାସ୍‌ କରିଛନ୍ତି । କଳାରେ ସାମୁହିକ ପାସ ହାର ପାଖାପାଖି 4 ପ୍ରତିଶତ କମିଛି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ଗତ ବର୍ଷ 70.35 ପ୍ରତିଶତ ପାସ ହାର ରହିଥିବା ବେଳେ ଚଳିତ ବର୍ଷ ଏହା 67.48 ପ୍ରତିଶତ ରହିଛି । ତେବେ ଅନ୍ୟପଟେ ଦେଖିଲେ ବିଜ୍ଞାନରେ ପାସ ହାର 84.93% ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ ହାର 81.12% ରହିଛି ।

ଅନ୍ୟପଟେ ସୋମବାରଠାରୁ ଆରମ୍ଭ ହୋଇ ଜୁଲାଇ 4 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯୁକ୍ତ ତିନି ନାମଲେଖା ପାଇଁ କରିପାରିବେ ଆବେଦନ । ଜୁଲାଇ 14 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ 15ରୁ ଜୁଲାଇ 19 ତାରିଖରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ । ଜୁଲାଇ 27 ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା, ଜୁଲାଇ 29 ତାରିଖରୁ ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ହେବ। ସେହିପରି ଅଗଷ୍ଟ 9 ତାରିଖରେ ତୃତୀୟ ପର୍ଯ୍ୟାୟର ମେଧା ତାଲିକା ପ୍ରକାଶ ପାଇବ । ଅଗଷ୍ଟ 10 ତାରିଖରୁ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟର ନାମଲେଖା କରାଯିବ।

ସେହିପରି ଭାବରେ ଅଗଷ୍ଟ 21 ତାରିଖରେ ଚତୁର୍ଥ ପର୍ଯ୍ୟାୟର ମେଧା ତାଲିକା ପ୍ରକାଶ ପାଇବ । ତେବେ ଅଗଷ୍ଟ 22 ତାରିଖରୁ ଅଗଷ୍ଟ 25 ତାରିଖ ପର୍ଯ୍ୟନ୍ତ ହେବ ନାମଲେଖା । ଅନ୍ୟପଟେ ପଞ୍ଚମ ପର୍ଯ୍ୟାୟର ମେଧା ତାଲିକା ପ୍ରକାଶ ପାଇବ ସେପ୍ଟେମ୍ବର 2ରୁ ସେପ୍ଟେମ୍ବର 5 ତାରିଖରେ ପ୍ରକାଶ ପାଇବା ସହ ଏହି ତାରିଖରେ ନାମଲେଖା ମଧ୍ୟ କରାଯିବ । ସେହିପରି ଭାବରେ ଷଷ୍ଠ ପର୍ଯ୍ୟାୟର ନାମ ଲେଖା ପାଇଁ ମେଧା ତାଲିକା ସେପ୍ଟେମ୍ବର 13 ତାରିଖରେ ପ୍ରକାଶ ପାଇବା ସହ ସେପ୍ଟେମ୍ବର 14ରୁ ସେପ୍ଟେମ୍ବର 16 ତାରିଖରେ ନାମ ଲେଖା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.