ETV Bharat / state

ମଣ୍ଡି ଅବ୍ୟବସ୍ଥା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅନଶନ

author img

By

Published : Feb 2, 2021, 5:30 PM IST

ମଣ୍ଡି ଅବ୍ୟବସ୍ଥା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅନଶନ
ମଣ୍ଡି ଅବ୍ୟବସ୍ଥା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅନଶନ

ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ଖୋର୍ଦ୍ଧାରେ ଚାଷୀଙ୍କ ଆମରଣ ଅନଶନ । ଦାବି ପୂରଣ ନ ହେବା ଯାଏଁ ଅନଶନ ଜାରି ରହିବା ନେଇ ଦେଲେ ଚେତାବନୀ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ରାଜ୍ୟର ଅନେକ ସ୍ଥାନରେ ମଣ୍ଡି ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ସେହିଭଳି ଖୋର୍ଦ୍ଧା ବାଣପୁର ବ୍ଲକ ଦେଓଗାଁ ସମବାୟ ସମିତି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଛନ୍ତି । ମଣ୍ଡିରେ ଧାନ କଟନୀ ଛଟନୀ, ଚାଷୀଙ୍କ ଠାରୁ ମିଲର ଧାନ ନ ଉଠାଇବା ଭଳି ଅଭିଯୋଗ ହୋଇଛି । ଯାହାକୁ ପ୍ରତିବାଦ କରି ଚାଷୀମାନେ ଅନଶନକୁ ଓହ୍ଲାଇଛନ୍ତି ।

ମଣ୍ଡି ଅବ୍ୟବସ୍ଥା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅନଶନ

ପୂର୍ବରୁ ଏନେଇ ଚାଷୀମାନେ ବହୁବାର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ । ମାତ୍ର କୌଣସି ସୁଫଳ ପାଇନଥିଲେ । ଏଣୁ ଶେଷରେ ବାଧ୍ୟ ହୋଇ ସେମାନେ ଅନଶନ କରିଛନ୍ତି ଏବଂ ଦାବି ପୂରଣ ନ ହେବା ଯାଏଁ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.