ETV Bharat / state

ଫେକ୍ ଆଇଡିରେ ଯୁବତୀ ସାଜି ଇଞ୍ଜିନିୟରଙ୍କୁ ପ୍ରେମ, ସାଇବର ଠକକୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Sep 9, 2023, 8:57 PM IST

cyber fraud with engineer
NTPC ଇଞ୍ଜିନିୟରଙ୍କୁ ଠକେଇ

ଫେସବୁକରେ ଯୁବତୀ ସାଜି ଯୁବକଙ୍କୁ ଫଶାଇ ଗିରଫ ହୋଇଛି ଠକ ଶ୍ରୀଧର ମହାରଣା। ସାଇବର ଠକକୁ ଗିରଫ କରିଛି ପୋଲିସ।

NTPC ଇଞ୍ଜିନିୟରଙ୍କୁ ଠକେଇ

ଭୁବନେଶ୍ବର: ଫେସବୁକରେ ଯୁବତୀ ସାଜି ଯୁବକଙ୍କୁ ଫଶାଇ ଗିରଫ ହୋଇଛି ଠକ। ଶ୍ରୀଧର ମହାରଣା ନାମକ ଜମେ ଯୁବକ ଯୁବତୀଙ୍କ ନାଁରେ ଫେକ ଆକାଉଣ୍ଟ କୋଲି ଏନଟିପିସି ଇଞ୍ଜିନିୟରଙ୍କୁ ପ୍ରେମ ଜାଲରେ ଫସାଇଥିଲା । ଆଉ ତାପରେ ତାଙ୍କଠାରୁ ଲୁଟ୍ କରିଥିଲା ଟଙ୍କା । ଭୁବନେଶ୍ୱର ଅର୍ଥନୈତିକ ଓ ସାଇବର ଥାନାରେ ୩୫ଲକ୍ଷର ସାଇବର ଠକେଇର‌ ଖୁଲାସା ବେଳେ ସାମ୍ନାକୁ ଆସିଛି ଏମିତି ଏକ ସତ। NTPC ଇଞ୍ଜିନିୟର ଅଙ୍କିତ ଗୁପ୍ତାଙ୍କୁ ଫେସବୁକରେ ଡାକ୍ତରର ପରିଚୟ ଦେଇ ଚାଟିଂ କରୁଥିବା ଜଣେ ଠକ ଗିରଫ ହୋଇଛି । ଏନେଇ ବ୍ରହ୍ମପୁରର ଶ୍ରୀଧର ମହାରଣା ନାମକ ଜଣେ ଠକକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜୋନ ୫ ଏସିପି ଗୌତମ କିଶାନ ।

ସୁଚନା ମୁତାବକ, ଠକ ଜଣଙ୍କ ଫେସବୁକରେ ଜଣେ ଯୁବତୀର ଫଟୋ ବ୍ୟବହାର କରି ଶିବାନୀ ପଣ୍ଡା ନାଁରେ ଫେସବୁକ୍ ଆଇଡି ଖୋଲିଥିଲା। ପରେ NTPC ରେ ଜୁନିୟର ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ଯୁବକଙ୍କ ସହ ବନ୍ଧୁତା କରି ଚାଟିଂ କରିବା ଆରମ୍ଭ କରିଥିଲା । ନିଜକୁ ଡାକ୍ତରର ପରିଚୟ ଦେଇ ଭୁବନେଶ୍ୱର ଏକ ପ୍ରତିଷ୍ଠିତ ମେଡ଼ିକାଲରେ କାମ କରୁଥିବା କଥା ମଧ୍ୟ କହିଥିଲା। ଆଉ ଚାଟିଂରୁ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିବା ପରେ ସେମାନଙ୍କ ନିବିଡ଼ ହୋଇଯାଇଥିଲା ସମ୍ପର୍କ । ଏପରିକି NTPC ଇଞ୍ଜିନିୟର ଜଣକ ତା ମାୟାଜାଲରେ ଫଶି ଯାଇଥିଲେ। ଅନେକ ଥର‌ ଦେଖା କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇ କାମ ବାହାନରେ ଦେଖା ନକରି ସସପେନ୍ସ ରଖୁଥିଲା ଏହି ଫେକ୍ ଯୁବତୀ ।

ଯୁବକଙ୍କ ସହ ସମ୍ପର୍କ ଆହୁରି ବଢିବା ପରେ ନିଜକୁ ଡାକ୍ତର ପରିଚୟ ଦେଇ ଚାଟିଂ କରୁଥିବା ଶିବାନୀ ପଣ୍ଡା ତାଙ୍କ ବାପା ଜଣେ ଆର୍ମି ଅଫିସର ଏବଂ ତାଙ୍କର ସ୍ବାସ୍ଥ୍ୟ ଖରାପ ଅଛି କହି ଇଞ୍ଜିନିୟରଙ୍କଠୁ ୩୫ଲକ୍ଷ ଟଙ୍କା ଧାର ମାଗି ନେଇଥିଲେ। ହେଲେ ପରେ ଆଉ ଧରାଛୁଆ ନ ଦେବାରୁ ଏନଟିପିସି ଇଞ୍ଜିନିୟରଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏନେଇ ସେ ସାଇବର‌ ଥାନାରେ ଅଭିଯୋଗ କରିଥିଲେ । ଘଟଣାର‌ ତଦନ୍ତ ବେଳେପୋଲିସ ଜାଣିବାକୁ ପାଇଥିଲା ଶିବାନୀ ପଣ୍ଡା ନାଁରେ ଆଇଡି ଅପରେଟ ରହୁଥିବା ଠକ ହେଉଛି ଶ୍ରୀଧର ମହାରଣା।

ଏହା ବି ପଢନ୍ତୁ...OTP ସେୟାର ନକଲେ ବି ଆକାଉଣ୍ଟରୁ ଟଙ୍କା ଗାଏବ, ସାଇବର ଲୁଟ୍‌ର ଶିକାର ହେଲେ ଯୁବକ

ଏସିପି ଗୌତମ କିଶାନ କହିଛନ୍ତି, "ସେ ଏପରି ଫେସବୁକ ଆଇଡି ଖୋଲି ବଡ଼ ବଡ଼ କମ୍ପାନୀ ବା କର୍ପୋରେଟ ହାଉସରେ କାମ କରୁଥିବା ଯୁବକଙ୍କୁ ଫସାଉଥିଲେ। ଏପରିକି ନିଜର ବାନ୍ଧବୀଙ୍କ ଠାରୁ ପ୍ରେମଭରା ଭଏସ କ୍ଲିପ୍ ମାଗି ଆଣି ଏହି ଠକ ଜଣକ ଫେସବୁକରେ ଚାଟିଂ କରୁଥିବା ଯୁବକଙ୍କୁ ଜଣେ ଝିଅ ବୋଲି ପ୍ରମାଣିତ କରି ସମ୍ପର୍କ ବଢାଇଚାଲିଥିଲେ । ଫଳରେ ଅନେକ ଯୁବକ ତାଙ୍କ ସହ ଏପରି ସମ୍ପର୍କରେ ଆସୁଥିଲେ।" ସେହିପରି NTPC ଇଞ୍ଜିନିୟର ଙ୍କୁ ମଧ୍ୟ ସମାନ ଢଙ୍ଗରେ ସେ ଫସାଇଛି। ଅଭିଯୁକ୍ତ ନିକଟରୁ ପୋଲିସ ‌କିଛି ପାସ ବୁକ୍ ଓ ଏଟିଏମ କାର୍ଡ ସହ ଆଧାରକାର୍ଡ ଓ ଏକ ଶିବାନୀ ପଣ୍ଡା ଲେଖାଥିବା ଆଇଡି କାର୍ଡ ସମେତ ୩ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି ସାଇବର ଥାନା ପୋଲିସ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.