ETV Bharat / state

Rahul Gandhi Disqualified: ଷଡଯନ୍ତ୍ରର ହୋଇଛି କହିଲେ ନରସିଂହ, ଜବାବ ରଖିଲେ ଜୟ

author img

By

Published : Mar 24, 2023, 6:57 PM IST

Etv Bharat
Etv Bharat

ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ । ପରେ ଗୃହ ବାହାରେ ନରସିଂହ କହିଛନ୍ତି, ‘‘ଆମର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ଆମେ ଯାହା କହୁଥିଲୁ ତାହା ହୋଇଛି । ଦେଶର ଗଣତନ୍ତ୍ର ନାହିଁ । ଗଣତନ୍ତ୍ର ଧ୍ବଂସ ହୋଇଯାଇଛି । ଦେଶ ବିପଦରେ ଅଛି । ଅତି ତରବରିଆ ଭାବେ ନିଷ୍ପତି ନିଆଯାଇଛି । ରାହୁଲ ଗାନ୍ଧୀ ଷଡଯନ୍ତ୍ରର ଶିକାର ହୋଇଛନ୍ତି ।" ଅଧିକ ପଢନ୍ତୁ

ଷଡଯନ୍ତ୍ରର ଶୀକାର ହୋଇଛନ୍ତି କହିଲେ ନରସିଂହ, ଜବାବ ରଖିଲେ ଜୟ

ଭୁବନେଶ୍ବର: ଆମର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ଆମେ ଯାହା କହୁଥିଲୁ ତାହା ହୋଇଛି । ଦେଶର ଗଣତନ୍ତ୍ର ନାହିଁ । ଗଣତନ୍ତ୍ର ଧ୍ବଂସ ହୋଇଯାଇଛି । ଦେଶ ବିପଦରେ ଅଛି । ଅତି ତରବରିଆ ଭାବେ ନିଷ୍ପତି ନିଆଯାଇଛି । ଏହା ବିରୋଧରେ କଂଗ୍ରେସ ଆଇନର ଆଶ୍ରୟ ନେବ । ସାରା ଦେଶର ପ୍ରତିବାଦ ହେବ । ୱାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପରେ ଏମିତି କହି ବିଜେପିକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଦଳନେତା ନରସିଂହ ମିଶ୍ର ।

ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ । ପରେ ଗୃହ ବାହାରେ ନରସିଂହ କହିଛନ୍ତି, ‘‘ଆମର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ଆମେ ଯାହା କହୁଥିଲୁ ତାହା ହୋଇଛି । ଦେଶର ଗଣତନ୍ତ୍ର ନାହିଁ । ଗଣତନ୍ତ୍ର ଧ୍ବଂସ ହୋଇଯାଇଛି । ଦେଶ ବିପଦରେ ଅଛି । ଅତି ତରବରିଆ ଭାବେ ନିଷ୍ପତି ନିଆଯାଇଛି । ରାହୁଲ ଗାନ୍ଧୀ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ଷଡଯନ୍ତ୍ର କରି ତାଙ୍କର ସଦସ୍ୟତା ରଦ୍ଦ କରାଯାଇଛି । ଏହା ବିରୋଧରେ କଂଗ୍ରେସ ଆଇନର ଆଶ୍ରୟ ନେବ । ସାରା ଦେଶରେ ପ୍ରତିବାଦ କରିବ ।’’ ନରସିଂହ ଆହୁରି କହିଛନ୍ତି ଏକଛତ୍ରବାଦ ଶାସନ ବିରୋଧରେ କଂଗ୍ରେସ ସଂଗ୍ରାମ କରିବ । ଦେଶର ସୁରକ୍ଷା ପାଇଁ ସ୍ବାଧୀନତା ପାଇଁ କଂଗ୍ରେସର ଜନ୍ମ । ବିଜେପିର ଏହି ଚକ୍ରାନ୍ତରେ କଂଗ୍ରେସ ଦବି ଯିବ ନାହିଁ ।

ଏହାବି ପଢନ୍ତୁ- ସାଂସଦ ପଦ ହରାଇବା ପରେ ରାହୁଲଙ୍କ ପ୍ରତିକ୍ରିୟା, କହିଲେ ଦେଶ ପାଇଁ ସବୁକିଛି ତ୍ୟାଗ କରିପାରିବି

ସେପଟେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ମଧ୍ୟ ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ଜୟ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଆଇନର ଉର୍ଦ୍ଧ୍ବରେ କି ? ଦେଶର ସମ୍ବିଧାନ ସମସ୍ତଙ୍କ ପାଇଁ ସମାନ । ରାହୁଲ ଗାନ୍ଧୀ ହେଲେ ବୋଲି ତାଙ୍କ ପାଇଁ ନିୟମ ଅଲଗା ତ ନୁହେଁ ? କଂଗ୍ରେସ ସରକାର ବେଳେ ଏହି ଆଇନ ହୋଇଥିଲା । ଯେଉଁ ଲୋକ ପ୍ରତିନିଧିଙ୍କୁ ଦୁଇ ବର୍ଷରୁ ଅଧିକ ଦଣ୍ଡାଦେଶ ହେବ ସଦସ୍ୟ ପଦ ରଦ୍ଦ ହେବ । ଯାହା ବି ହୋଇଛି ଆଇନ ଅନୁସାରେ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶନାମା ପରେ ହୋଇଛି । ଏହା ଦେଶରେ ପ୍ରଥମ ଥର ହୋଇନାହିଁ । ପୂର୍ବରୁ ଅନେକ ରାଜନେତା ସଦସ୍ୟତା ହରାଇଛନ୍ତି । କୌଣସି କାରଣ ନଥାଏ କଂଗ୍ରେସ ଦଳ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛି । ଏହାକୁ ନେଇ ଯଦି କିଏ ଡ୍ରାମା କରିବ ଆମର କିଛି କହିବାର ନାହିଁ ବୋଲି ଜୟ କହିଛନ୍ତି ।

ଅନ୍ୟପଟେ ଶାସକ ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ଏଣ୍ଟ୍ରି ମାରିଛି । ବରିଷ୍ଠ ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଆଇନ ଅନୁସାରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଯାଇଛି । କୋର୍ଟଙ୍କ ରାୟ ଉପରେ ତ କେହି ନୁହଁନ୍ତି । କୋର୍ଟଙ୍କ ରାୟ ବଳରେ ଏହା ହୋଇଛି । କୋର୍ଟଙ୍କ ରାୟ ଓ ଆଇନକୁ ଅନୁଧ୍ୟାନ କରି ଲୋକସଭା ବାଚସ୍ପତି ଏହି ନିୟମ ନେଇଛନ୍ତି । ଆମର ଏହି ପ୍ରସଙ୍ଗରେ ଅଧିକ କିଛି କହିବାର ନାହିଁ ବୋଲି କହିଛନ୍ତି ପ୍ରମିଳା ।

ଏହାବି ପଢନ୍ତୁ- ରାହୁଲଙ୍କ ପୂର୍ବରୁ ଇନ୍ଦିରା ହରାଇଥିଲେ ସାଂସଦ ପଦ, ସେତେବେଳେ କଣ ଘଟିଥିଲା ଜାଣନ୍ତୁ

ସୂଚନାଯୋଗ୍ଯଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତାକୁ ରଦ୍ଦ କରିଛନ୍ତି ଲୋକସଭା ବାଚସ୍ପତି। ସୁରଟ ସେସନ କୋର୍ଟ 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଗୁରୁବାର ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ପରେ ଲୋକସଭା ବାଚସ୍ପତି ଆଜି ଏହି ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ଆକ୍ରମଣାତ୍ମକ ମୁଦ୍ରାକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.