ETV Bharat / state

BSKY ନବୀନ କାର୍ଡ ଲୋକଙ୍କ ଲାଗି ସଞ୍ଜିବନୀ ସଦୃଶ: ଅମର

author img

By ETV Bharat Odisha Team

Published : Jan 6, 2024, 8:34 PM IST

BSKY Nabin Card
BSKY Nabin Card

BSKY Nabin Card: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନବୀନ କାର୍ଡକୁ ନେଇ ମୁହାମୁହିଁ ବିଜେପି ବିଜେଡି । କାର୍ଡକୁ ବିଜେଡି ସଞ୍ଜିବନୀ କହିଥିବା ବେଳେ ନିର୍ବାଚନ ପାଇଁ ଏହା ସରକାରର ନାଟକ ବାଜି ବୋଲି କହିଲା ବିଜେପି । ଅଧିକ ପଢନ୍ତୁ

BSKY ନବୀନ କାର୍ଡ ଲୋକଙ୍କ ଲାଗି ସଞ୍ଜିବନୀ ସଦୃଶ

ଭୁବନେଶ୍ବର: ଆଜି (ଶନିବାର) ଠାରୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନବୀନ କାର୍ଡର ପଞ୍ଜିକରଣ ପ୍ରକ୍ରିୟା । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଲୋକଙ୍କ ଲାଗି ସଞ୍ଜିବନୀ ସଦୃଶ ହୋଇଛି ବୋଲି ବିଜେଡି କହିଛି । ସେପଟେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ସରକାରର ନାଟକ ବାଜି ଆରମ୍ଭ କରିଦେଇଛି ବୋଲି ବିଜେପି କହିଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ନବୀକରଣ ହେଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ଲୋକଙ୍କ ଲାଗି ସଞ୍ଜିବନୀ ସଦୃଶ ହୋଇଛି । ଯାହାର ଆର୍ଥିକ ଅସୁବିଧା ଅଛି, ସେମାନେ ଏହାର ଲାଭ ଉଠାଉଛନ୍ତି । ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଥିବା ରୋଗୀଙ୍କ ଲାଗି ଏହି କାର୍ଡ ଅତ୍ୟନ୍ତ ସହାୟକ ହୋଇଛି । ନିଶ୍ଚୟ ଭାବରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ଲୋକଙ୍କୁ ପ୍ରଭାବିତ କରିବ । ଗାଁ ଗହଳିରେ ରହିଯାଇଥିବା ଲୋକେ ମଧ୍ୟ ଏଥିରେ ସାମିଲ ହେବେ । ସେମାନଙ୍କ ମନରେ ଥିବା ସନ୍ଦେହ ଦୂର ହୋଇଛି । ଏହା ଏକ ସମାଜ କଲ୍ୟାଣ ମୂଳକ କାର୍ଯ୍ୟ ।

ଏହା ବି ପଢନ୍ତୁ- ରାଜ୍ୟ ସରକାରଙ୍କ BSKY ନବୀନ କାର୍ଡକୁ କଟାକ୍ଷ କଲେ ବିରୋଧୀ

ସେ ଆହୁରି ମଧ୍ୟ କହିଛନ୍ତି, "ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ନବୀକରଣ ହୋଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ହୋଇଛି । ଏହାକୁ ଯଦି କେହି ଭିନ୍ନ ଅର୍ଥରେ ନେବେ, ତେବେ ତାହା ଅଲଗା କଥା । ଲୋକଙ୍କ ମନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ନେଇ ସକରାତ୍ମକ ଫିଡ଼ ବ୍ୟାକ ରହିଛି । ଓଡିଶାରେ ନବୀନ ପଟ୍ଟନାୟକଙ୍କ ସମକକ୍ଷ କେହି ନାହାନ୍ତି । ସ୍ଥିତି ବଞ୍ଚେଇବା ଲାଗି ବିରୋଧୀ ଦଳ ଦିଲ୍ଲୀ ନେତା ଆଣୁଛନ୍ତି । ବିରୋଧୀଙ୍କ ଗ୍ୟାରେଣ୍ଟି ଲୋକେ କେତେ ଗ୍ରହଣ କରୁଛନ୍ତି, ତାହା ସମୟ କହିବ । ନବୀନ ଅପରାଜୟ ବୋଲି କେନ୍ଦ୍ରୀୟ ନେତା ପରୋକ୍ଷ ଭାବେ ସ୍ବୀକାର କରୁଛନ୍ତି ।"

ଏହା ବି ପଢନ୍ତୁ- BSKY-ନବୀନ କାର୍ଡ ରାଜନୀତି, ସରକାରୀ ଅର୍ଥରେ ନିର୍ବାଚନ ପ୍ରଚାର ହେଉଛି କହିଲେ ବିରୋଧୀ

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, " ଓଡିଶାରେ ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ଅଛି । ଡାକ୍ତରଖାନାରେ ଡାକ୍ତର ନାହିଁ । ଯୋଜନା ପରେ ଯୋଜନା ରାଜ୍ୟ ସରକାର କରୁଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଲୋକେ ଉପକୃତ ହେଉନାହାନ୍ତି । ନିର୍ବାଚନ ଆସିଲେ ପୁରୁଣା ଯୋଜନାକୁ ରୂପାନ୍ତରିତ କହି ଲାଗୁ କରନ୍ତି । ପଞ୍ଚାୟତ ନିର୍ବାଚନରେ କହିଥିଲେ, ୨୦୨୪ ନିର୍ବାଚନ ଆସିଥିବାରୁ ପୁଣି ଏବେ ଉଦଘାଟନ କରୁଛନ୍ତି । ବିଜେଡି ସରକାର ନାଟକବାଜି କରୁଛନ୍ତି । ନିର୍ବାଚନ ଆସିଲା ବିଜେଡି ସରକାରର ନାଟକ ବାଜି ଆରମ୍ଭ ହେଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.