ETV Bharat / state

ରାଜ୍ୟ ସରକାରଙ୍କ BSKY ନବୀନ କାର୍ଡକୁ କଟାକ୍ଷ କଲେ ବିରୋଧୀ

author img

By ETV Bharat Odisha Team

Published : Dec 29, 2023, 8:16 PM IST

BSKY ନବୀନ କାର୍ଡକୁ କଟାକ୍ଷ କଲେ ବିରୋଧୀ
BSKY ନବୀନ କାର୍ଡକୁ କଟାକ୍ଷ କଲେ ବିରୋଧୀ

BSKY Naveen Card: ସାଧାରଣ ନିର୍ବାଚନ ପୂର୍ବରୁ ଟ୍ରମ୍ପ କାର୍ଡ ଖେଳିଛି ବିଜେଡି ସରକାର । ଆଜି ବିଏସ୍‌କେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହା କାମ ଦେବନି କି ବିଜେଡି ସରକାରକୁ ଆଉ ଫେରିବନି ବୋଲି କହିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ...

BSKY ନବୀନ କାର୍ଡକୁ କଟାକ୍ଷ କଲେ ବିରୋଧୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଏସ୍‌କେୱାଇ- ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି । ବିଏସ୍‌କେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ । ଏହି ନୂଆ କାର୍ଡ ଜରିଆରେ ବିଏସ୍‌କେୱାଇରୁ ବଞ୍ଚିତ ଗ୍ରାମାଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ । କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ । ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେଡି ଖେଳିଛି ଏହି ଟ୍ରମ୍ପ କାର୍ଡ । 2036 ମସିହା ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ଏଭଳି ଯୋଜନା କରିଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଥିବା ବେଳେ ହେଲେ ଏହାକୁ କଟାକ୍ଷ କରିଛନ୍ତି ବିରୋଧୀ ।

'ସବୁଥିରେ ବିଫଳ ବିଜେଡି ସରକାର': ଜୁଏଲ କହିଛନ୍ତି, "ତାକୁ ଓଲଟ ଫେର କରି ସେମାନେ ଖେଳନ୍ତୁ ଆମର କିଛି ଆପତ୍ତି ନାହିଁ । କିନ୍ତୁ ଲୋକ ବୁଖିଛନ୍ତି ଯେ କେଉଁଟା ବିଜୁ କାର୍ଡ ଓ କେଉଁଟା ଆୟୁଷ୍ମାନ କାର୍ଡ । ଏବେ ଯେଉଁ ବିକଶିତ ଭାରତ ଯାତ୍ରା ହେଉଛି, ସେନେଇ ଲୋକମାନେ କଣ କହୁଛନ୍ତି ତାହା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି । ମୁଁ ମଧ୍ୟ ତାହା ଉପରେ ନଜର ଦେଉଛି । ଏବେ ରାଜ୍ୟ ସରକାର ସ୍ବାସ୍ଥ୍ୟ, ଶିକ୍ଷା ସବୁଥିରେ ବିଫଳ ହୋଇଛନ୍ତି । ତେଣୁ ସେମାନେ କାର୍ଡ ପରିବର୍ତ୍ତନ କରି ନାମ ବଦଳାଇଲେ ଲୋକ ବିଶ୍ବାସ କରିବେ ନାହିଁ । 2024 ସାଧାରଣ ନିର୍ବାଚନରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଲୋକଙ୍କୁ ଭୁଆଁ ବୁଲାଇ ଆଉ ବିଜେଡି ସରକାରକୁ ଆସିପାରିବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...BSKY ନବୀନ କାର୍ଡର ଶୁଭାରମ୍ଭ; ଉପକୃତ ହେବେ ୧.୧୦ କୋଟିରୁ ଅଧିକ ପରିବାର

'ନିର୍ବାଚନକୁ ଦୃଷ୍ଟିରେ ରଖି ଯୋଜନା': କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଏହି ଟଙ୍କା ଲୋକଙ୍କର । ସରକାର ଖଣି, ଖାଦାନ, ମଦ ଓ GSTରୁ ପାଉଥିବା ଟଙ୍କାରୁ ଏହି ଯୋଜନା କରିଛନ୍ତି । ହେଲେ ନିର୍ବାଚନ ଆସୁଥିବାରୁ ଏଭଳି ଯୋଜନା ହେଉଛି । ଆଗରୁ କଣ ପାଇଁ ନବୀନ କାର୍ଡ କରିନଥିଲେ ରାଜ୍ୟ ସରକାର ? ଏବେ ନିର୍ବାଚନ ଆସୁଥିବାରୁ ଏଭଳି ଯୋଜନା କରିଛନ୍ତି । ବିଜୁ ବାବୁଙ୍କ ନାଁରେ ଥିଲା, ଏବେ ନବୀନ ବାବୁ ନିଜ ନାଁରେ ଆଉ ଗୋଟେ ସ୍ବାସ୍ଥ୍ୟ କାର୍ଡ କରିଛନ୍ତି ।

'ନବୀନ ଅର୍ଥ ନବୀନ ପଟ୍ଟନାୟକ ନୁହେଁ': ସେହିଭଳି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, "ନବୀନ ସ୍ବାସ୍ଥ୍ୟ କାର୍ଡ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ବିଶେଷ କରି ଗ୍ରାମାଞ୍ଚଳ ପାଇଁ ଆବଶ୍ୟକ । BSKYର ଏହା ହଉଛି ତୃତୀୟ ପର୍ଯ୍ୟାୟ । ସରକାରୀ ଚାକିରିଆ ଏବଂ ଟାକ୍ସ ଦେଉଥିବା ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ । ନବୀନ ସ୍ବାସ୍ଥ୍ୟ କାର୍ଡରେ ଅଙ୍ଗନବାଡି କର୍ମୀ, ଅଶା କର୍ମୀ, ଆଉଟ୍‌ ସୋର୍ସିଂରେ କାମ କରୁଥିବା ଯୁବକ ଯୁବତୀ ମଧ୍ୟ ଉପକୃତ ହେବେ । 2036 ମସିହା ସୁଦ୍ଧା ନୂତନ ଓଡିଶା ଗଠନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଭିଜନ ରହିଛି । ନବୀନ କାର୍ଡ ମାନେ ନୁହେଁ ନବୀନ ପଟ୍ଟନାୟକ, ଏହାର ଅର୍ଥ ହେଉଛି ନୂତନ ଓଡିଶା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.