ETV Bharat / state

ବ୍ରାଉନସୁଗର କାରବାର ବେଳେ ଧରାପଡିଲେ ସରକାରୀ କଣ୍ଟ୍ରାକ୍ଟର

author img

By ETV Bharat Odisha Team

Published : Oct 29, 2023, 7:36 AM IST

brown sugar seized in bhubaneswar
ବ୍ରାଉନସୁଗର ବିକୁଥିଲେ ସରକାରୀ କଣ୍ଟ୍ରାକ୍ଟର

ବାଲେଶ୍ଵରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳକୁ ଆସୁଥିବାବେଳେ ୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସରକାରୀ କଣ୍ଟ୍ରାକ୍ଟର ହୋଇଥିବାବେଳେ ଅନ୍ୟ ଜଣେ ଫାଷ୍ଟଫୁଡ ଦୋକାନୀ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ବ୍ରାଉନସୁଗର ବିକୁଥିଲେ ସରକାରୀ କଣ୍ଟ୍ରାକ୍ଟର

ଭୁବନେଶ୍ବର: ବ୍ରାଉନସୁଗର ବିକ୍ରି ବେଳେ ଧରାପଡିଲେ ସରକାରୀ କଣ୍ଟ୍ରାକ୍ଟର । ସେ ବାଲେଶ୍ଵରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳକୁ ଆସୁଥିବାବେଳେ ପୋଲିସ ତାଙ୍କୁ କାବୁ କରିଛି । ଗିରଫ ହୋଇଥିବା କଣ୍ଟ୍ରାକ୍ଟର ଜଣକ ହେଲେ ପ୍ରୀତମ କୁମାର ସାହୁ । ତାଙ୍କ ଘର ବରମୁଣ୍ଡା ଅଞ୍ଚଳରେ ହୋଇଥିବାବେଳେ ସେ GWD(ground water devlopment)ର ଡେଲଟା ସ୍କୋୟାର ଥିବା ଅଫିସରେ କାମ କରୁଥିବା ନେଇ ସୂଚନା ଦେଇଛନ୍ତି ଜୋନ 3 ଏସିପି ପ୍ରଦୀପ ରାଉତ ।

ଏସିପି ପ୍ରଦୀପ କହିଛନ୍ତି, "ଅଭିଯୁକ୍ତ ସରକାରୀ କଣ୍ଟ୍ରାକ୍ଟର ପ୍ରୀତମ ମାସକୁ ପାଖାପାଖି 45ରୁ 50 ହଜାର‌ ଦରମା ପାଆନ୍ତି। ହେଲେ ଲୋଭର ବଶବର୍ତ୍ତୀ ହୋଇ ସେ ଏହି କାରବାର କରୁଥିବା ସ୍ବୀକାର କରିଛନ୍ତି । ଖଣ୍ଡଗିରି ଅଞ୍ଚଳରେ ପୋଲିସକୁ ଏକ ଖବର ମିଳିଥିଲା ଯେ ଏମାନେ କିଛି ବ୍ରାଉନସୁଗାର ବାଲେଶ୍ଵରରୁ ଆଣି ଭୁବନେଶ୍ୱରରେ ବରମୁଣ୍ଡା ଅଞ୍ଚଳକୁ ଆସୁଛନ୍ତି । ଜଣେ ସହଯୋଗୀ ସହିତ ମିଶି ଏପରି କାରବାର କରୁଥିବାବେଳେ ପୋଲିସ ସେମାନଙ୍କ ପିଛା କରିଥିଲା । ପରେ ସେମାନେ ରମାମଣୀ ପେଟ୍ରୋଲ ପମ୍ପ୍‌ ନିକଟରେ ଦୁହେଁ ଠିଆ ହୋଇଥିବାବେଳେ ସର୍ଚ୍ଚ ଅପରେସନ ବେଳେ ଉଭଙ୍କଠାରୁ 20ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା।"

ଏହା ବି ପଢନ୍ତୁ...ବାଲେଶ୍ଵର ରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ସୂଚନା ଅନୁସାରେ, ପ୍ରୀତମର ଅନ୍ୟତମ ସହଯୋଗୀ ସନ୍ତୋଷ କୁମାର ସ୍ବାଇଁ ମଧ୍ୟ ସେହି ବରମୁଣ୍ଡା ଅଞ୍ଚଳର ହୋଇଥିବାବେଳେ ପେଶାରେ ସେ ଫାଷ୍ଟଫୁଡ ଜଣେ ଦୋକାନୀ । ସେ ମଧ୍ୟ ଏୟାରପୋର୍ଟ ନୂଆ ରୋଡରେ ଏକ ଦୋକାନ କରି ଏପରି କାରବାର ଚଳାଉଥିଲା । ତେବ ସହଜ ବାଟରେ ଟଙ୍କା ରୋଜଗାର କରିବା ପାଇଁ ଏଭଳି ପନ୍ଥା ଆପଣାଇଥିବା କଥା ସ୍ବୀକାର କରିଛନ୍ତି ଉଭୟ । ଉଭୟ ବଡ଼ ପରିମାଣରର ବ୍ରାଉନସୁଗାର ବିକ୍ରି କରିଥିବା ନେଇ ପୋଲିସ ସନ୍ଦେହ କରୁଛି ।

ଏହା ବି ପଢନ୍ତୁ...ସମ୍ବଲପୁରରେ ମାତୁଛନ୍ତି ଧଳା ଜହର ମାଫିଆ, ଜଣକୁ ଧରିଲା ଅବକାରୀ ବିଭାଗ


ଜଣେ ଡିପ୍ଲୋମା ଇଞ୍ଜିନିୟର ହୋଇ ଭଲ ଦରମାରେ ଚାକିରି‌ କରୁଥିଲେ ସୁଦ୍ଧା ତାଙ୍କର ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଚକିତ କରିଛି । ଶିକ୍ଷିତ ହୋଇ ହୋଇ ପ୍ରୀତମ କାହିଁକି ଏପରି ବାଟ ଆପଣାଇଥିଲେ ତାହା‌ ପୋଲିସକୁ ଅଡୁଆରେ ପକାଇଛି । ସେହିପରି ସହଯଗୀ ସନ୍ତୋଷ ମଧ୍ୟ ଫାଷ୍ଟଫୁଡ ବିକ୍ରି କରି ଭଲ ରୋଜଗାର କରୁଥିଲେ । ହେଲେ ସାମାନ୍ୟ ଟଙ୍କା ଲୋଭରେ ସେମାନେ ପଥ ଭ୍ରଷ୍ଟ ହୋଇଥିବାବେଳେ ଯୁବପିଢିଙ୍କୁ ନିଶା ପ୍ରତି ଆକୃଷ୍ଟ କରି ଦଣ୍ଡନୀୟ ଅପରାଧ କରିଛନ୍ତି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.