ETV Bharat / state

ବାଲେଶ୍ଵର ରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

author img

By

Published : Feb 1, 2023, 3:39 PM IST

ଆକ୍ସନ୍‌ ମୁଡରେ ଏସପି ସାଗରିକା ନାଥ
ଆକ୍ସନ୍‌ ମୁଡରେ ଏସପି ସାଗରିକା ନାଥ

ଆକ୍ସନ୍‌ ମୁଡରେ ଏସପି ସାଗରିକା ନାଥ । ୨୬୯ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ । ଏଣିକି ବ୍ରାଉନସୁଗାର ବେପାରରେ ବ୍ରେକ୍‌ ଲାଗିବ । ଅଧିକ ପଢ଼ନ୍ତୁ

ଆକ୍ସନ୍‌ ମୁଡରେ ଏସପି ସାଗରିକା ନାଥ

ବାଲେଶ୍ଵର: ବାଲେଶ୍ଵର ପୋଲିସର ଆରମ୍ଭ ହେଲା ବ୍ରାଉନସୁଗର ଚଢ଼ାଉ ଅଭିଯାନ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧୀନରେ ପଥରପୁରା ଅଞ୍ଚଳର ମାଲଗୋଦାମ ସାହିରୁ ୨୬୯ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏହି ମାମଲାରେ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯିବା ସହ ତାନିକଟରୁ ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କରାଯାଇ ଛି। ଏନେଇ ବାଲେଶ୍ଵର ଏସ୍ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।

ଏସ୍ପିଙ୍କ ସୂଚନା ଅନୁସାରେ, ଜଳେଶ୍ବର ଆଇଆଇସିଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ପଥରପୁରା ଅଞ୍ଚଳରେ ବ୍ରାଉନ ସୁଗାର ବେପାର ହେଉଥିବା ଖବର ପାଇ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୨୬୯ ଗ୍ରାମ ବ୍ରାଉନ ସୁଗାର ସହ, ଗୋଟିଏ ନୋକିଆ ମୋବାଇଲ ଫୋନ, ଏସବିଆଇ ବ୍ୟାଙ୍କ୍‌ର ପାସବୁକ, ଚେକ ବହି, ପାଞ୍ଚଟି ପାନ କାର୍ଡ, ୨୭୦୦ ଟଙ୍କା ଜବତ କରିବାରେ ସଫଳ ହୋଇଥିବା ବେଳେ ଜଣେ ବେପାରୀକୁ ଗିରଫ କରାଯାଇଛି ।

ଏଥିସହିତ ଘଟଣାରେ ଜଡିତ ଅନ୍ୟ ଜଣେ ଅଭିଯୁକ୍ତକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବାର ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି । ଏସ୍ପିଙ୍କ ତତ୍ୱାବଧାନରେ ଦୁଇଜଣ SDPO ଜଣେ ସିଟି ଡ଼ିଏସପିଙ୍କୁ ନେଇ ଆଣ୍ଟି ନାରକୋଟିକ୍ସ ସ୍କ୍ବାଡ୍‌ ଗଠନ କରାଯାଇଛି । ଏହି ସ୍କ୍ବାଡ୍‌ ବିଶେଷ କରି ବାଲେଶ୍ଵର ଜିଲ୍ଲାର ବ୍ରାଉନସୁଗାର ହବ କୁହାଯାଉଥିବା ଅଞ୍ଚଳ ଗୁଡିକରେ ତୀକ୍ଷ୍ଣ ନଜର ରଖିବା ସହ ନିୟମିତ ଭାବେ ଚଢ଼ାଉ ଜାରି ରଖିବେ । ଏଥିପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ସହଯୋଗ ପୋଲିସ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି ।

ଏହି ଟିମ ବା ସ୍କ୍ବାଡ୍‌ କେବଳ ବ୍ରାଉନସୁଗର କାରବାର ଉପରେ ନଜର ରଖିବା ସହ ବାହାର ରାଜ୍ୟରୁ ବାଲେଶ୍ଵରରେ ବେପାର ଚଳାଉଥିବା ବେପାରୀ ତଥା ଡ୍ରଗ ଡିଲର ମାନଙ୍କ ଉପରେ ମଧ୍ୟ ନଜର ରଖିବ । ଏହି ସ୍କ୍ବାଡ୍‌ ତୃଣମୂଳ ସ୍ତରରେ ହେଉଥିବା ବ୍ରାଉନସୁଗର କାରବାରଠାରୁ ଆରମ୍ଭ କରି କିଙ୍ଗପିନ ପର୍ଯ୍ୟନ୍ତ ପହଞ୍ଚିବ ପୋଲିସ । ତେବେ ସୂଚନାନୁଯାୟୀ, ବାଲେଶ୍ଵରରେ ଏସ୍ପି ସାଗରିକା ନାଥ ଯୋଗଦେବା ପରେ ତାଙ୍କର ପ୍ରଥମ ଟାର୍ଗେଟ ଥିଲା ବ୍ରାଉନସୁଗର ବେପାର ଉପରେ ରୋକ୍‌ ଲଗାଇବା । ଏଥିପାଇଁ ଏସ୍ପିଙ୍କ ତତ୍ବାବଧାନରେ ୨ ଜଣ SDPO ଓ ଜଣେ ସିଟି ଡିଏସପିଙ୍କୁ ନେଇ ଆଣ୍ଟି ନାରକୋଟିକ୍ସ ସ୍କ୍ୱାଡ୍‌ ଗଠନ କରାଯାଇଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.