ETV Bharat / state

ସୌମ୍ୟଙ୍କ ସମର୍ଥନରେ ବିଜୟ, କହିଲେ ରାଜ୍ୟରେ ଯାହା ଚାଲିଛି ସୌମ୍ୟ ଲେଖିଛନ୍ତି

author img

By

Published : Jun 26, 2023, 9:48 PM IST

ସୌମ୍ୟଙ୍କ ସମର୍ଥନରେ ବିଜୟ
ସୌମ୍ୟଙ୍କ ସମର୍ଥନରେ ବିଜୟ

5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂପାଦକୀୟ ଚର୍ଚ୍ଚାରେ ଉଷ୍ମତା ଭରିଛି । ତେବେ ରାଜ୍ୟରେ ଯାହା ଏବେ ଚାଲିଛି, ସୌମ୍ୟ ସେ ସଂପର୍କରେ ଲେଖିଛନ୍ତି ଏବଂ କିଛି ଭୁଲ ଲେଖିନାହାନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଧିକ ପଢ଼ନ୍ତୁ

ସୌମ୍ୟଙ୍କ ସମର୍ଥନରେ ବିଜୟ

ଭୁବନେଶ୍ବର: 5T ସଚିବଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ । ପ୍ରତିଦିନ ସରକାରୀ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ତେବେ ଆଜି ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଗତକାଲି ଖୋଦ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଖବରକାଗଜ ସମ୍ପାଦକୀୟରେ ଲେଖିଥିବା ପ୍ରସଙ୍ଗକୁ ସମର୍ଥନ କରିବା ସହିତ ରାଜ୍ୟରେ ବର୍ତ୍ତମାନ ଯାହା ଚାଲିଛି, ସୌମ୍ୟ ଠିକ କଥା ଲେଖିଛନ୍ତି ବୋଲି ସେ କହିଛନ୍ତି । ଏହା ସହିତ ଯେଉଁମାନେ 5T ସଚିବଙ୍କୁ ନେଇ ଏପରି କାର୍ଯ୍ୟକ୍ରମରେ ସମ୍ପୃକ୍ତ ସେମାନଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ବିଜୟ ।

ରାଜ୍ୟରେ ଏବେ ବିଭିନ୍ନ ସ୍ଥାନକୁ ବିଭାଗୀୟ ମନ୍ତ୍ରୀଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ ଗସ୍ତ କରୁଛନ୍ତି । ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ 5T ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ପରେ ଗତକାଲି ଖୋଦ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଆଲେଖ୍ୟ ସାମ୍ନାକୁ ଆସିଛି । ଯାହା ରାଜ୍ୟ ରାଜନୈତିକ ପାଣିପାଗରେ ବେଶ ଉଷ୍ମତା ଭରିଛି । ସେ ପରୋକ୍ଷରେ ଅପରାଜିତାଙ୍କୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ଏହାକୁ ସ୍ପଷ୍ଟ କରିଦେବା ଉଚିତ ବୋଲି ନିଜ ଦୈନିକ ଖବରକାଗଜରେ ଲେଖିଛନ୍ତି । ଏହାପରେ ନିଜ ଦଳରୁ ସମାଲୋଚନାର ଶିକାର ହୋଇଛନ୍ତି ସୌମ୍ୟ । ଖଣ୍ଡପଡ଼ାର ପୂର୍ବତନ ବିଧୟକ ତଥା ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ ସୌମ୍ୟଙ୍କୁ ଜଣେ ସ୍ବାର୍ଥପର ବୋଲି କହିବା ସହିତ ମନ୍ତ୍ରୀପଦ ପାଇବା ଲୋଭରେ ସେ ନିଜ ଦଳକୁ ବ୍ଲାକ୍‌ମେଲ୍‌ କରୁଛନ୍ତି ବୋଲି କହିଛନ୍ତି ଅନୁଭବ ।

ସେପଟେ ସୌମ୍ୟଙ୍କର ଏହି ଲେଖା ପରେ ବିରୋଧୀ କିନ୍ତୁ ତାଙ୍କୁ ଯଥେଷ୍ଟ ସମର୍ଥନ କରିଛନ୍ତି । ଗତକାଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଥିଲେ, "ଯାହାର ଗଣତନ୍ତ୍ର ଉପରେ ଏକ ପ୍ରତିଶତ ମଧ୍ୟ ବିଶ୍ବସ ରହିଥିବ, ସେ ରାଜ୍ୟର ସାମ୍ପ୍ରତିକ ଶାସନ ବ୍ୟବସ୍ଥାକୁ ସମାଲୋଚନା କରିବ । ସୌମ୍ୟ ବାବୁ ଜଣେ ଖବର କାଗଜର ସମ୍ପାଦକ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଓ ସମ୍ବିଧାନକୁ ବିଶ୍ବାସ କରୁଥିବା ବ୍ୟକ୍ତି ଭାବରେ ସମାଲୋଚନା କରିବା ସୌମ୍ୟ ବାବୁଙ୍କ କ୍ଷେତ୍ରରେ ସ୍ବାଭାବିକ । ଅନ୍ୟପଟେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥନରେ ବହାରିଛନ୍ତି । ସେ କହିଛନ୍ତି, "ମୁଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂପାଦକୀୟ ପଢ଼ୁଥିଲି । ରାଜ୍ୟରେ ଯାହା ଏବେ ଚାଲିଛି, ସେ ସଂପର୍କରେ ଲେଖିଛନ୍ତି । କିଛି ଅସତ୍ୟ ଲେଖି ନାହାନ୍ତି । ଭଲ କଥା ଲେଖିଛନ୍ତି ।" ଯେଉଁମାନେ କାର୍ଯ୍ୟକ୍ରମରେ ଏହାକୁ ସଂପୃକ୍ତ କରାଉଛନ୍ତି ସେମାନଙ୍କୁ ପଦେ କଥା, ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହି 5T ସଚିବଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.