ETV Bharat / state

ପୌର ଫାଇଟ: ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବିଜେପି-ବିଜେଡି ପ୍ରାର୍ଥୀ

author img

By

Published : Mar 7, 2022, 5:11 PM IST

ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥିନୀ କନକ ଲକ୍ଷ୍ମୀ ମହାନ୍ତି ଓ ବିଜେପି ପ୍ରାର୍ଥିନୀ କୁନିଲତା ସ୍ୱାଇଁ ନିଜ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ଶେଷ ଦିନରେ ବିଜେପି ଓ ବିଜେଡିର ପାର୍ଥିପତ୍ର ଦାଖଲ
ଶେଷ ଦିନରେ ବିଜେପି ଓ ବିଜେଡିର ପାର୍ଥିପତ୍ର ଦାଖଲ

ଖୋର୍ଦ୍ଧା: ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି(ସୋମବାର) ଅନ୍ତିମ ଦିନ । ତିନି ପ୍ରମୁଖ ଦଳର ଅଧ୍ୟକ୍ଷା ପାର୍ଥୀଙ୍କ ସମେତ ସମସ୍ତ କାଉନସିଲର ମାନେ ସେମାନଙ୍କର ନାମାଙ୍କନ ପତ୍ର ପୌର କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି କଂଗ୍ରେସ ପ୍ରାର୍ଥିନୀ ବିନୋଦିନି ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆଜି ବିଜୁ ଜନତା ଦଳର ପାର୍ଥିନୀ କନକ ଲକ୍ଷ୍ମୀ ମହାନ୍ତି ଓ ବିଜେପି ପ୍ରାର୍ଥିନୀ କୁନିଲତା ସ୍ୱାଇଁ ନିଜ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ଜଟଣୀ, ବାଣପୁର ଏବଂ ବାଲୁଗାଁରେ ମଧ୍ୟ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଶେଷ ଦିନରେ ବିଜେପି ଓ ବିଜେଡିର ପାର୍ଥିପତ୍ର ଦାଖଲ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.