ETV Bharat / state

Ayurvedic student protest: ପୂରଣ ହେଉନି ଦାବି, ରାଜଧାନୀରେ ଗର୍ଜିଲେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Sep 25, 2023, 5:29 PM IST

Ayurvedic student protest : ରାଜରାସ୍ତାରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ
Ayurvedic student protest : ରାଜରାସ୍ତାରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ

ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘ ଡାକରାରେ ଆଜି ହଜାର ହଜାର ସଂଖ୍ୟାରେ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭୁବନେଶ୍ବରରେ ସେମାନେ ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘ ଡାକରାରରେ ରାଜ୍ୟର ୭ଟି ଆୟୁଷ ମେଡିକାଲ କଲେଜ ଓ ହସ୍ପିଟାଲରେ ଛାତ୍ରଛାତ୍ରୀ ରାଜରାସ୍ତାରେ । ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ନେଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ତେଣୁ ଆଜି ହଜାର ହଜାର ସଂଖ୍ୟାରେ ଆୟୁଷ ଡାକ୍ତରୀ ଛାତ୍ର ଛାତ୍ରୀମାନେ ଭୁବନେଶ୍ବରରେ ଆନ୍ଦୋଳନ କରିଛନ୍ତି ।

ରାଜ୍ୟର ଆୟୁଷ ଶିକ୍ଷାର ଭିତ୍ତିଭୂମି ପ୍ରତି ସରକାରଙ୍କ ବୈମାତୃକ ମନୋଭାବ । ସମସ୍ତ ଲୋକାଭିମୁଖୀ ସ୍ୱାସ୍ଥ୍ୟ ଯୋଜନା ପାଇଁ ଆୟୁଷ ଅଯୋଗ୍ୟ । ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆୟୁଷର ସଫଳ ଯୋଗଦାନକୁ ସରକାରଙ୍କ ଅଣଦେଖା ଓ ଆୟୁଷ ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ତେବେ ସଂଘର ପକ୍ଷରୁ କୁହାଯାଇଛି ଯେ, 'ରାଜ୍ୟରେ ସାଢେ଼ ଚାରି କୋଟି ଜନସାଧାରଣଙ୍କ ପାଇଁ ମାତ୍ର 1182ଟି ଆୟୁଷ ସ୍ୱାସ୍ଥ୍ୟ କେନ୍ଦ୍ର ଓ 9 ଟି ଆୟୁଷ ଚିକିତ୍ସାଳୟ ରହିଛି । ଅନ୍ୟପଟେ ରାଜ୍ୟରେ 144ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟ କେନ୍ଦ୍ର ଓ 107 ଟି ବ୍ଲକରେ କୋନସି ହୋମିଓପାଥିକ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ ।'

ବର୍ତ୍ତମାନ ସମୟରେ ଆୟୁଷ ଚିକିସାଳୟପାଇଁ ଆୟୁଷ ଚିକିତ୍ସକଙ୍କ ସଂଖ୍ୟା ଦେଖିଲେ ରାଜ୍ୟରେ ପ୍ରାୟ 40 ହଜାର ଜନସାଧାରଣଙ୍କ ନିମନ୍ତେ ଜଣେ ଆୟୁଷ ଡାକ୍ତର ନିୟୋଜିତ ରହିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷମାନ ଭାରତ ଅନ୍ତର୍ଗତ ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ନିୟମ ଅନୁଯାୟୀ ପ୍ରତି 5 ହଜାର ଜନସାଧାରଣଙ୍କ ପାଇଁ ଜଣେ ଆୟୁଷ ଡାକ୍ତର ରହିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ...ସୃଷ୍ଟି ହେଉନି ନୂତନ ନିଯୁକ୍ତି, ଆୟୁଷ ଡାକ୍ତରଙ୍କ ଆମରଣ ଅନଶନ ଚେତାବନୀ

ଏପଟେ 7ଟି ସରକାରୀ ଆୟୁଷ ମହାବିଦ୍ୟାଳୟରେ ବହୁ ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଛି । ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ, ପାଠାଗାରରେ ପୁସ୍ତକର ଅଭାବ ଆଦି ସମସ୍ୟା ରହିଛି । ଏପଟେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଯୋଜନା କରୁଥିବାବେଳେ କୌଣସି ଗୋଟିଏ ବି ଆୟୁଷକୁ ଡାକ୍ତରଙ୍କୁ ଏହି ସମସ୍ତ ଯୋଜନାରେ ସାମିଲ କରାଯାଉନାହିଁ । କୋଭିଡ ମହାମାରୀ ସମୟରେ ଆୟୁଷ ଡାକ୍ତର ରାଜ୍ୟବାସୀଙ୍କର ସେବା କରିଥିଲେ କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛି ସଂଘ ।

ସଂଘ ଦାବି କରିଛି ,ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୋଟିଏ ଆୟୁଷ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ । ଚଳିତ ବର୍ଷ 1 ହଜାର ଆୟୁଷ ସ୍ୱାସ୍ଥ୍ୟ କେନ୍ଦ୍ର (500 ହୋମିଓପାଥିକ ଓ 500 ଆୟୁର୍ବେଦିକ) ଖୋଲିବାର ବ୍ୟବସ୍ଥା କରନ୍ତୁ । ଅନ୍ୟପଟେ ପ୍ରତିବର୍ଷ ନୂଆ 200 ଆୟୁଷ ସ୍ୱାସ୍ଥ୍ୟ କେନ୍ଦ୍ର ( 100 ହୋମିଓପାଥିକ ଓ 100 ଆୟୁର୍ବେଦିକ) ଖୋଲିବାର ବ୍ୟବସ୍ଥା କରାଯାଉ । ରାଜ୍ୟ ସରକାର ନିକଟରେ ବାର୍ଷିକ 500 କୋଟିରୁ ଅଧିକ ବ୍ୟୟ ବାବଦରେ 5 ହଜାରଟି ଆଧୁନିକ ଚିକିତ୍ସକ ପଦବୀ ସୃଷ୍ଟି କରିବାର ମହତ କାର୍ଯ୍ୟ କରିଥିବା ବେଳେ ମାତ୍ର 70 କୋଟି ବ୍ୟୟ ବାବଦରେ 1 ହଜାର ଆୟୁଷ ଚିକିତ୍ସକ ପଦବୀ ସୃଷ୍ଟି କରିବାର ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ କହିଛି ।



ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.