ETV Bharat / state

ସୃଷ୍ଟି ହେଉନି ନୂତନ ନିଯୁକ୍ତି, ଆୟୁଷ ଡାକ୍ତରଙ୍କ ଆମରଣ ଅନଶନ ଚେତାବନୀ

author img

By ETV Bharat Odisha Team

Published : Aug 31, 2023, 7:25 PM IST

ନୂତନ ନିଯୁକ୍ତି ପଦବୀ ସୃଷ୍ଟି ନ ଆମରଣ ଅନସନର ଚେତାବନୀ ଦେଲେ : ଆୟୁଷ ଡାକ୍ତର
ନୂତନ ନିଯୁକ୍ତି ପଦବୀ ସୃଷ୍ଟି ନ ଆମରଣ ଅନସନର ଚେତାବନୀ ଦେଲେ : ଆୟୁଷ ଡାକ୍ତର

ଆୟୁଷ ଡାକ୍ତର ସଂଘର କଲେଜ କ୍ୟାମ୍ପସ ଆଗରେ ଆନ୍ଦୋଳନ ।କଳା ବ୍ୟାଚ ପିନ୍ଧି ଧାରଣ ଦେଲେ ଡାକ୍ତର, ଟାଣ ଖରାରେ ବସି ହେଲା ରୋଗୀ ଚିକିତ୍ସା । ନୂତନ ନିଯୁକ୍ତି ପଦବୀ ସୃଷ୍ଟି ନ କଲେ ଆମରଣ ଅନଶନର ଚେତାବନୀ ଦେଲେ ଆୟୁଷ ଡାକ୍ତର । ଅଧିକ ପଢନ୍ତୁ

ଭୁବନେଶ୍ବର: ଆୟୁଷ ଡାକ୍ତରଙ୍କ କଲେଜ କ୍ୟାମ୍ପସ ସମ୍ମୁଖରେ ଆନ୍ଦୋଳନ । କଳା ବ୍ୟାଚ୍‌ ପିନ୍ଧି ଧାରଣ ଦେଲେ ଡାକ୍ତର, ଟାଣ ଖରାରେ ବସି ହେଲା ରୋଗୀ ଚିକିତ୍ସା । ନୂଆଁ ନିଯୁକ୍ତି ପଦବୀ ସୃଷ୍ଟି ନକଲେ ଆମରଣ ଅନଶନ ଚେତାବନୀ ଦେଲେ ଆୟୁଷ ଡାକ୍ତର । ଆୟୁଷ ଅଧିନସ୍ଥ ହୋମିଓପଥୀ ଓ ଆୟୁର୍ବେଦ ଡାକ୍ତରଙ୍କ ଆନ୍ଦୋଳନ କରିଛନ୍ତି । ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ସୃଷ୍ଟି ହେଉନି ନୂଆ ନୂତନ ପଦବୀ । ହୋମିଓପାଥିକ ପାଠ ପଢି ଘରେ ବେକାରେ ବସୁଛନ୍ତି ଛାତ୍ର ଛାତ୍ରୀ ,ବିନା ଚାକିରୀରେ ବଢୁଛି ମାନସିକ ଯନ୍ତ୍ରଣା ଯାହାକୁ ନେଇ ଆଜି ଆନ୍ଦୋଳନ କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଗତ ୨୫ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ଏ ବାବଦରେ ସଂଘ ଦେଇଥିଲା ଚେତାବନୀ ।

୩୧ ତାରିଖ ସୁଧା ରାଜ୍ୟ ସରକାର ନୂଆ ପଦବୀ ସୃଷ୍ଟି ନକଲେ ଡାକ୍ତରୀ ଛାତ୍ରଛାତ୍ରୀ ଆମରଣ ଅନଶନ ଚେତାବନୀ ଦେଇଛନ୍ତି । ୭ ଦିନ ଭିତରେ ନ୍ୟାର୍ଯ୍ୟ ଦାବି ସମ୍ପର୍କିତ ଚିଠିର କୌଣସି ଉତ୍ତର ନଆସିବାରୁ ଆଜି ଆନ୍ଦୋଳନ ଓହ୍ଲାଇଛନ୍ତି । ହାତରେ କଲା ବ୍ୟାଚ ପିନ୍ଧି ଶାନ୍ତି ପୂର୍ଣ୍ଣ ଧାରଣା ଦେବା ସହ ନିଜ କର୍ତ୍ତବ୍ୟ ଅର୍ଥାତ ରୋଗୀ ସେବା ମଧ୍ୟ ଜାରି ରଖିଥିଲେ । ସେମାନଙ୍କର ଅଭିଯୋଗ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ କହିବା ଅନୁସାରେ ଭାରତରେ ଆଧୁନିକ ଚିକିତ୍ସା ସହ ଆୟୁଷ ଚିକିତ୍ସାକୁ ମଧ୍ୟ ଗୁରୁତ୍ବ ଦିଆ ଯିବା କଥା । ଯାହାକୁ ଉପେକ୍ଷା କରୁଛନ୍ତି ରାଜ୍ୟ ସରକାର । ଦୀର୍ଘ ୨୧ ବର୍ଷ ଧରି ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ପାଇଁ ନୂତନ ପଦବୀ ବାହାରି ନଥିବା ଅଭିଯୋଗ କରିଛନ୍ତି ଆୟୁଷ ଡାକ୍ତର ।

ଏହା ମଧ୍ୟ ପଢନ୍ତୁ...କଳାବ୍ୟାଚ୍‌ ପିନ୍ଧି ଧାରଣା ଦେଲେ ଆୟୁଷ ଡାକ୍ତର

ରାଜ୍ୟରେ ସାଢେ ୪ କୋଟି ଓଡ଼ିଆ ଲୋକେ, କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟ କଥା ବୁଝିବାକୁ ମାତ୍ର ୧୧୭୯ ଡାକ୍ତର । ଏହାର ଅର୍ଥ ୩ ଲକ୍ଷ ୭୦ ହଜାର ୬୫୪ ଜଣ ରୋଗୀଙ୍କ ପ୍ରତି ଜଣେ ଡାକ୍ତର। ରୋଗୀ ସେବା କରିବା ଅସମ୍ଭବ। । ତେଣୁ ଆଗକୁ ଏହାର ବିଧିବଦ୍ଧ ଭାବେ ନୂତନ ପଦବୀ ବାହାର କରାଯାଉ । ୫୦୦ ଲେଖାଏଁ ଆୟୁଷ ଚିକିତ୍ସା ପଦାଧିକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ନିଯୁକ୍ତି ଦିଅନ୍ତୁ ସରକାର । ଏହାଛଡ଼ା ପ୍ରତି ବର୍ଷ ୧୦୦ଟି ନୂତନ ପଦବୀ ରାଜ୍ୟ ସରକାର ବାହାର କରିବାକୁ ଦାବି କରିଛନ୍ତି ଆୟୁଷ ଡାକ୍ତର । ଆସନ୍ତା ୩୧ ତାରିଖ ସୁଧା ରାଜ୍ୟ ସରକାର ଏ ବାବଦରେ କୌଣସି ବିଚାର ନ କଲେ ରାଜ୍ୟର ୭ଟି ମହାବିଦ୍ୟାଳୟକୁ ବନ୍ଦ କରି ଧାରଣା ଦେବାକୁ ସଂଘ ଚେତାବନୀ ଦେଇଛି । ଅପେକ୍ଷା ରହିଲା ରାଜ୍ୟ ସରକାର କେବେ ନୂତନ ପଦବୀ ସୃଷ୍ଟି କରୁଛନ୍ତି ?

ଇଚିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.