ETV Bharat / state

Assembly News: ୧୦ ବର୍ଷରେ ୧୪ ହଜାର ୯୯୧ ନାବାଳିକାଙ୍କ ସମେତ ୨୮ ହଜାର ୨୧ ଜଣ ଦୁଷ୍କର୍ମର ଶିକାର

author img

By

Published : Nov 28, 2022, 11:01 PM IST

Etv Bharat
Etv Bharat

୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨୮୦୨୧ ଜଣ ଦୁଷ୍କର୍ମର ଶିକାର । ରାଜ୍ୟ ସରକାରଙ୍କର ନାରା ରହିଛି ଗାଁକୁ କାମ, ମା'ଙ୍କୁ ସମ୍ନାନ । ତେବେ ମା'ଙ୍କୁ ସମ୍ମାନ କେମିତି ମିଳୁଛି ମହିଳା ବିରୋଧୀ ହିଂସା ପରିସଂଖ୍ୟାନରୁ ଏହା ଜଣାପଡୁଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ନାରା ରହିଛି ଗାଁକୁ କାମ, ମା'ଙ୍କୁ ସମ୍ନାନ । ତେବେ ମା'ଙ୍କୁ ସମ୍ମାନ କେମିତି ମିଳୁଛି ମହିଳା ବିରୋଧୀ ହିଂସା ପରିସଂଖ୍ୟାନରୁ ଏହା ଜଣାପଡୁଛି । ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨୮୦୨୧ ଜଣ ଦୁଷ୍କର୍ମର ଶିକାର । ଏଥିରେ ୧୪, ୯୯୧ ଜଣ ନାବାଳିକା ମଧ୍ୟ ଅଛନ୍ତି । କଣ୍ଟାବାଞ୍ଜି ବିଧାୟକ ସଂନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଆଜି ଲିଖିତ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଏହାବି ପଢନ୍ତୁ- Odisha Assembly: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରିପୋର୍ଟ, ଡକାୟତିର ୬ଗୁଣା ଦୁଷ୍କର୍ମ ମାମଲା

ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହଁନ୍ତି । ପ୍ରତିଦିନ ଥାନାକୁ ଆସୁଛି ଦୁଷ୍କର୍ମ, ଅସଦାଚରଣ, ଯୌତୁକଜନିତ ମାମଲା । ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ, ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୮, ୦୨୧ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏଥିରେ ୧୪,୨୯୧ ଜଣ ନାବାଳିକା ସାମିଲ ଅଛନ୍ତି । ସେହିପରି ୨୭,୧୪୯ଟି ଯୌତୁକଜନିତ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ମହିଳାଙ୍କ ଉପରେ ଅପରାଧର ଉଦ୍‌ବେଗଜନକ ସ୍ଥିତି ଦେଖିବାକୁ ମିଳିଛି । ଏଥି ସହିତ ରାଜ୍ୟ ସରକାର ୨୦୧୦ରୁ ୨୦୨୨ ମଧ୍ୟରେ ସଂଗଠିତ ଅପରାଧର ତଥ୍ୟ ରଖିଛନ୍ତି । ବଲାଙ୍ଗୀର ମ୍ୟୁନିସିପାଲିଟିର ଏଏସିଏସଓ ପୁଷ୍ପଲତା ଦାସ ମାମଲାରେ ମନ୍ତ୍ରୀ କହିଛନ୍ତି ଯେ, ୫୦୬ ଭାରତୀୟ ପିଙ୍ଗଲ କୋର୍ଡ/୩ (୧) ଆର (ଏସ୍‌) ୨ (ଭି.ଏ) ଏସ୍‌.ସି ଏବଂ ଏସ୍‌.ଟି (ପିଏ) ଧାରାରେ ମାମଲା ରୁଜୁ ହୋଇଛି । ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଏହା ସହ ଅଭିଯୋଗକାରୀ ଏବଂ ଅନ୍ୟ ସାକ୍ଷୀମାନଙ୍କର ବୟାନ ଦଫା ୧୬୧ ଭାରତୀୟ କାର୍ଯ୍ୟବିଧି ଆଇନ୍‌ ଅନୁଯାୟୀ ରେକର୍ଡ କରିଛନ୍ତି । ଅଭିଯୋଗକାରୀ ପୁଷ୍ପଲତା ଦାସ ଏବଂ ଏତଲାରେ ଉଲ୍ଲେଖ ଥିବା ଅଭିଯୁକ୍ତ ମିର ରାଜା ଅଲ୍ଲିଙ୍କ ଜାତିଗତ ପ୍ରମାଣ ପତ୍ର ପାଇଁ ସଂପୃକ୍ତ ତହସିଲଦାରମାନଙ୍କୁ ଅନୁରୋଧ କରାଯାଇଛି । ମିର ରାଜା ଅଲ୍ଲିଙ୍କୁ ନୋଟିସ ଜାରୀ କରାଯାଇଛି । ମାମଲାର ତଦନ୍ତ ଚାଲୁଥିବାବେଳେ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.