ETV Bharat / state

ପୁଣି ଯୌତୁକ ଜୁଇରେ ବଧୂ ! ଶାଶୁ-ସ୍ବାମୀ ଅଟକ

author img

By

Published : May 27, 2022, 7:42 AM IST

ପୁଣି ଯୌତୁକ ଜୁଇରେ ଜଳିଲା ବଧୂ ! ଶାଶୁ-ସ୍ବାମୀ ଅଟକ
ପୁଣି ଯୌତୁକ ଜୁଇରେ ଜଳିଲା ବଧୂ ! ଶାଶୁ-ସ୍ବାମୀ ଅଟକ

ବାହାଘରକୁ ୫ ମାସ ନପୁରୁଣୁ ବଧୂକୁ ହତ୍ୟା କରି ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉଥିଲେ ଶାଶୁଘର ଲୋକେ । ଅଭିଯୋଗ ପରେ ଥାନାରେ ୨ଜଣଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ପୁଣି ସାମ୍ନାକୁ ଆସିଲା ବଧୂହତ୍ୟା ଅଭିଯୋଗ । ଯୌତୁକ ଜୁଇରେ ଜଳିଲା ନବ ବଧୂ । ବାହାଘରକୁ ୫ ମାସ ନପୁରୁଣୁ ଶାଶୁଘର ଲୋକେ ନବବଧୂକୁ ହତ୍ୟା କରି ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି । ବୋଲଗଡ ଥାନା ଅଧିନ ଦିଘିରି ନିକଟସ୍ଥ ବୃନ୍ଦାବନପୂର ଗ୍ରାମରେ । ମହିଳାଙ୍କ ମାଆଙ୍କ ଅଭିଯୋଗ ପରେ ଥାନାରେ ଶାଶୁ ଓ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ ।

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୩ ତାରିଖରେ ନୟାଗଡର ବଳରାମପୁର ଗ୍ରାମର ଦାଶରଥି ନାୟକଙ୍କ ଝିଅ ବର୍ଷାରାଣୀଙ୍କ ସହ ଖୋର୍ଦ୍ଧା ବୃନ୍ଦାବନପୂର ଗ୍ରାମର ବେଣୁଧର ମାନସିଂହଙ୍କ ପୁଅ ରଞ୍ଜନଙ୍କ ସହ ବିବାହ ହୋଇଥିଲା । ବିବାହ ସମୟରେ ଯୌତୁକ ଦିଆଯାଇଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ନହୋଇ ଅଧିକ ଯୌତୁକ ଅଣିବା ପାଇଁ ଶାଶୁ ଘର ଲୋକେ କହୁଥିଲେ । ଏଥିପାଇଁ ବିବାହର ଏକମାସ ପରଠାରୁ ଝିଅର ଶାଶୁ ଶ୍ବଶୂର ସ୍ବାମୀ ନଣନ୍ଦ ନଣନ୍ଦେଇ ଶାରୀରିକ ଯନ୍ତ୍ରଣା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ, ଏହା ପରେ ମୋ ଝିଅକୁ ହତ୍ୟା କରାଯାଇ ଏକ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉଛନ୍ତି ଶ୍ବଶୂର ଘର ଲୋକେ । ଏନେଇ ମୃତ ମହିଳାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ ।

ଖବରପାଇ ବୋଲଗଡ ଥାନା ଆଇଆଇସି ବିଦିତା ନାୟକ ବୁଧବାର ସନ୍ଧ୍ୟାରେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ମୃତ ବର୍ଷାରାଣୀଙ୍କ ସ୍ବାମୀ ରଞ୍ଜନ ଓ ଶାଶୁ ରାଧାରାଣୀ ମାନସିଂହଙ୍କୁ ଥାନାରେ ଅଟକ ରଖିଛି । ଖୋର୍ଦ୍ଧା ଡିଏସପି ନିରୁପମା ମଲ୍ଲିକ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳ ରେ ପହଞ୍ଚି ଅନୁସନ୍ଧାନ କରି ତହସିଲଦାର ସନ୍ତୋଷିନି ଦାସଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏ ସଂକ୍ରାନ୍ତରେ ବୋଲଗଡ ଥାନାରେ ଏକ ମାମଲା ରୁଜୁ କରାଯାଇଛି, ପୋଲିସ କିଛି ଯୌତୁକ ସାମଗ୍ରୀ ଜବତ କରି ଝିଅଘର ଲୋକଙ୍କୁ ଦେଇଥିବା ବେଳେ ଝିଅର ଶ୍ବଶୂର, ନଣନ୍ଦ, ନଣନ୍ଦେଇ ଫେରାର ଥିବାର ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.