ETV Bharat / state

ହାତୀ ଦେଖିବାକୁ ଯାଇଥିଲେ, କଚାଡ଼ି ମାରିଲା ଦନ୍ତା

author img

By

Published : Dec 18, 2022, 7:45 AM IST

Updated : Dec 18, 2022, 12:25 PM IST

elephant terror in keonjhar
ହାତୀ ପ୍ରତିକାତ୍ମକ ଫଟୋ

କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ମଇଦାନକେଲରେ ଅଭାବନୀୟ ଘଟଣା । ହାତୀ ଦେଖିବାକୁ ଯାଇ ଆକ୍ରମଣର ଶିକାର ହେଲେ ବ୍ୟକ୍ତି । ଅଧିକ ପଢ଼ନ୍ତୁ

ହାତୀ ଦେଖିବାକୁ ଯାଇଥିଲେ

କେନ୍ଦୁଝର: ଜିଲ୍ଲାରେ ଥମୁନି ହାତୀ ଆତଙ୍କ । କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ମଇଦାନକେଲ ପଞ୍ଚାୟତ ବାରଖଣ୍ଡା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାଁ ବ୍ରଜମୋହନ ବେହେରା ବୋଲି ଜଣାପଡ଼ିଛି ।

ମୃତ ଜଣକ ପାଟଣା ବ୍ଲକ ତୁରୁମୁଙ୍ଗା ଥାନା କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆ ଗ୍ରାମର ହୋଇଥିବା ଜଣାପଡ଼ିଛି । ଏକ ଗୋଠ ଛଡ଼ା ଦନ୍ତା ବାରଖଣ୍ଡା ଜଙ୍ଗଲରେ ଡେରା ପକାଇ ଆଖପାଖରେ ଆତଙ୍କ ସୃଷ୍ଟି କରୁଥିଲା । ଶନିବାର ଅପରାହ୍ନ ସମୟରେ କିଛି ଲୋକଙ୍କ ସହିତ ବ୍ରଜମୋହନ ହାତୀ ଦେଖିବାକୁ ଯାଇ ଗୋଡାଇବା ସମୟରେ ବ୍ରଜମୋହନ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ଦନ୍ତାଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଘଟଣା ସ୍ଥଳରୁ ବନବିଭାଗ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

Last Updated :Dec 18, 2022, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.