ETV Bharat / state

ଗଭୀର ଅବପାତର ରୂପନେଲା ଲଘୁଚାପ, କେନ୍ଦୁଝର ଜିଲ୍ଲା ପ୍ରଶାସନ ସଜାଗ

author img

By

Published : Aug 20, 2022, 9:20 PM IST

କେନ୍ଦୁଝର ଜିଲ୍ଲା ପ୍ରଶାସନ ସଜାଗ
କେନ୍ଦୁଝର ଜିଲ୍ଲା ପ୍ରଶାସନ ସଜାଗ

ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବର୍ଷା ନେଇ କେନ୍ଦୁଝର ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ଅଧିକ ପଢନ୍ତୁ

କେନ୍ଦୁଝର: ରାଜ୍ୟରେ ଜାରି ରହିଛି ବନ୍ୟା ବିତ୍ପାତ । ଚାରିଆଡ଼େ ବଢ଼ି ପାଣି ମାଡ଼ି ରହିଛି । ଏହାରି ଭିତରେ ଗୁରୁବାର ବଙ୍ଗୋପସାଗରେର ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ସୃଷ୍ଟି ହେବା ପରେ ଘନୀଭୂତ ହୋଇ ଅବପାତ ଆଉ ପରେ ଗଭୀର ଅବପାତର ରୂପ ନେଇଛି । ତେବେ ବର୍ଷା ନେଇ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ତେବେ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ।

କେନ୍ଦୁଝର ଜିଲ୍ଲା ପ୍ରଶାସନ ସଜାଗ

କେନ୍ଦୁଝର ଓ ମୟୁରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଉଭୟ ଜିଲ୍ଲା ପାଇଁ ରେଡ଼ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର ଜିଲ୍ଲାର ପ୍ରାୟ ସବୁ ସ୍ଥାନରେ ମେଘୁଆ ପାଗ ରହିବା ସହ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ଏସବୁ ଅଞ୍ଚଳରେ ବନ୍ୟା ସମ୍ଭାବନା ରହିଥିବା ବେଳେ ଭୂସ୍ଖଳନ, କଚା ରାସ୍ତା ଓ ଘର ଭୁଶୁଡିବା, ଜଳବନ୍ଦୀ ସମସ୍ୟା ସହ ନଦୀ ଜଳସ୍ତର ବଢିବାର ଆଶଙ୍କା ରହିଛି। ଏଣୁ ସମସ୍ତ ପ୍ରକାର ପରିସ୍ଥିତି କୁ ସାମ୍ନା କରିବାକୁ ଆବଶ୍ୟକୀୟ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

ଜିଲ୍ଲାପାଳ କହିଛନ୍ତି ଯେ, "ମୁଖ୍ୟତଃ ବୈତରଣୀ ନଦୀର ତଳିଆ ଅଞ୍ଚଳ ହାଟଡିହି, ଘସିପୁରା, ଆନନ୍ଦପୁର ବ୍ଳକରୁ ଆବଶ୍ୟକସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ସହରାଞ୍ଚଳରେ ପାଣି ଜମିଲେ ସେଠାରୁ ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି । ଆଜି ବର୍ଷା ପରେ ତଳ ଅଞ୍ଚଳରେ ବନ୍ୟା ସ୍ଥିତି ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.