ETV Bharat / state

ଖଣି ଖୋଳାନେଇ ଅନ୍ତଃଗ୍ରାମ ବିବାଦ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗୋଟିଏ ପକ୍ଷ

author img

By

Published : Dec 21, 2020, 7:19 PM IST

ଖଣି ଖୋଳାନେଇ ଅନ୍ତଃଗ୍ରାମ ବିବାଦ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗୋଟିଏ ପକ୍ଷ
ଖଣି ଖୋଳାନେଇ ଅନ୍ତଃଗ୍ରାମ ବିବାଦ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗୋଟିଏ ପକ୍ଷ

ଖଣି ଖୋଳିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ପଢନ୍ତୁ ଅଧିକ.....

କେନ୍ଦୁଝର: ଖଣି ଖୋଳିବା ପାଇଁ ସରକାରୀ ଲିଜ ପାଇଛି କମ୍ପାନୀ କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଉତ୍ତୋଳନ କାମ ଆରମ୍ଭ କରିପାରୁ ନାହିଁ । ତେବେ ସ୍ଥାନୀୟ ଗୋଟିଏ ପଞ୍ଚାୟତ ଏହାକୁ ବିରୋଧ କରୁଥିବାବେଳେ ଅନ୍ୟ ପଡୋଶୀ 3 ପଞ୍ଚାୟତର ଲୋକେ ଏହି ଖଣି ଉପରେ ନିର୍ଭର କରି ପେଟ ପୋଷୁଥିଲେ। ଖଣି ବନ୍ଦ ପରେ ଏବେ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଖଣି ଖୋଳାନେଇ ଅନ୍ତଃଗ୍ରାମ ବିବାଦ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗୋଟିଏ ପକ୍ଷ

ଖବର ଅନୁଯାୟୀ ଯୋଡ଼ା ବ୍ଲକ ଅନ୍ତର୍ଗତ ଚାରୋଟି ପଞ୍ଚାୟତ ଅଞ୍ଚଳରେ ସିରାଜୁଦିନ ନାମକ ଖଣି ସଂସ୍ଥା ଦୀର୍ଘଦିନ ଧରି ଖଣି ଖନନ କରୁଥିଲେ । ଖଣି ଖନନର ତାର ଅବଧି ସାରିଯିବା ପରେ ପୁନର୍ବାର ଉକ୍ତ ଖଣି କମ୍ପାନୀ ଖନନ ପାଇଁ ଲିଜ ପାଇଛି । କିନ୍ତୁ ନୂତନ ଲିଜ ପରେ ଉକ୍ତ ଖଣି କମ୍ପାନୀକୁ ଉକ୍ତ ଖଣି ପ୍ରଭାବିତ ବଲଦା ପଞ୍ଚାୟତର କିଛି ଗ୍ରାମବାସୀ ଖଣି ଖନନ କରାଇ ଦେଉନଥିବା ଅଭିଯୋଗ ହୋଇଛି ।

ତେବେ ଖଣି ଉପରେ ନିର୍ଭରଶୀଳ ପାଖ 4 ପଞ୍ଚାୟତର ଗ୍ରାମବାସୀ ଏବେ ଜୀବିକା ହରାଇ ବେରୋଜଗାର ହେଲେଣି । ତେଣୁ ଏନେଇ ଅନ୍ୟ ତିନୋଟି ପଞ୍ଚାୟତର ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଯଥାଶୀଘ୍ର ସମାଧାନ କରିବାକୁ ଦାବି କରିବା ସହ ଖଣି ଖୋଳିବା ପାଇଁ ନିବେଦନ କରିବା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.